Sunday, June 28, 2026 04:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମଦ ବେପାରୀ ସାହୁ ବ୍ରଦର୍ସଙ୍କ ଟଙ୍କାର ପାହାଡ଼

ଦ୍ୱିତୀୟ ଦିନରେ ଆୟକର ଚଢ଼ଉ

by Our Correspondent
07 Dec, 2023- 08:19 PM
in Latest News, News
1 min read
0
ମଦ ବେପାରୀ ସାହୁ ବ୍ରଦର୍ସଙ୍କ ଟଙ୍କାର ପାହାଡ଼

ଭୁବନେଶ୍ୱର: ମଦ ବେପାରୀ ସାହୁ ବ୍ରଦର୍ସଙ୍କ ବିଭିନ୍ନ ଶାଖାରେ ଗତକାଲିଠାରୁ ଆୟକର ବିଭାଗର ଚଢ଼ଉ ଚାଲିଛି । ଆଜି ଦ୍ୱିତୀୟ ଦିନରେ ଭୁବନେଶ୍ୱର କର୍ପୋରେଟ୍ ଅଫିସ ସମେତ ବଲାଙ୍ଗୀର, ସମ୍ବଲପୁର, ଟିଟିଲାଗଡ଼, ସୁନ୍ଦରଗଡ଼, ବୌଦ୍ଧର ମଦ ପ୍ରସ୍ତୁତ ବିଭିନ୍ନ ଶାଖାରେ ଚଢ଼ଉ ଜାରି ରହିଛି । କେବଳ ବଲାଙ୍ଗୀରର ସୁଦପଡ଼ା ଭାଟିରୁ ଗତକାଲି ଆୟକର ବିଭାଗର ଅଧିକାରୀମାନେ ପ୍ରାୟ ୨୦୦ କୋଟି ନଗଦ ଟଙ୍କା ଜବତ କରିଥିବା କୁହାଯାଉଛି । ଆଜି ମଧ୍ୟ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୦ କୋଟି ଜବତ ହେଲାଣି ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଏତେ ପରିମାଣର ନଗଦ ଟଙ୍କା ଅଧିକାରୀମାନଙ୍କ ହୋସ୍ ଉଡ଼ାଇ ଦେଇଛି । ୬ ଟି ମେସିନ୍ ସାହାଯ୍ୟରେ ଡର୍ଜନରୁ ଅଧିକ କର୍ମଚାରୀ ଟଙ୍କା ଗଣିବାରେ ଲାଗିଛନ୍ତି ।

ସୂଚନା ଅନୁଯାୟୀ, ବଲାଙ୍ଗୀରରେ ଥିବା ସାହୁ ବ୍ରଦର୍ସଙ୍କ ସୁଦପଡ଼ା ଦେଶୀ ମଦ ଭାଟିରୁ ଗତକାଲି ଚଢ଼ଉ ବେଳେ ୧୫୦ କୋଟି ନଗଦ ଟଙ୍କା ଜବତ ହୋଇଥିଲା । ଏକାଧିକ ଆଲମାରୀରେ ସେହି ଟଙ୍କାକୁ ଥାକ ମାରି ରଖାଯାଇଥିଲା । ବିଳମ୍ବିତ ରାତିରେ ଟଙ୍କା ବଣ୍ଡଲ ଗୁଡ଼ିକୁ ବସ୍ତାରେ ବାନ୍ଧି ଟ୍ରକ୍ ରେ ବଲାଙ୍ଗୀରର ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ଆଜି ସିଆଇଏଫ ଏବଂ ଓଡ଼ିଶା ପୁଲିସଙ୍କ ସୁରକ୍ଷା ବଳୟ ଭିତରେ ଏବଂ ଆୟକର ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ୬ ଟି ମେସିନ୍ ଯୋଗେ ୮ ଜଣ ବ୍ୟାଙ୍କ କର୍ମଚାରୀଙ୍କୁୁ ଟଙ୍କା ଗଣା କାମରେ ଲଗାଯାଇଛି । ଆଜି ପୁଣି ଶତାଧିକ କୋଟି ଟଙ୍କା ଜବତ ହୋଇଥିବାରୁ ଟଙ୍କା ଗଣା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ୫/୬ ଦିନ ଲାଗିଯିବ ବୋଲି ଅନୁମାନ କରାଯାଉଛି ।

ଆଜି ଚଢ଼ଉର ଦ୍ୱିତୀୟ ଦିନରେ ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ସାହୁ କମ୍ପାନୀର କର୍ପୋରେଟ୍ ଅଫିସ, ବଲାଙ୍ଗୀର ସୁଦପଡ଼ା ମଦଭାଟି, ସମ୍ବଲପୁର ଧନୁପାଲିରେ ଥିବା ଦେଶୀ ମଦ ଭାଟି, ବଡ଼ବଜାର ଅଞ୍ଚଳରେ ଥିବା ବଳଦେବ ସାହୁ ଆଣ୍ଡ ସନସ୍ ର ଅଫିସ, ରାଉରକେଲା ସିଭିଲ ଟାଉନସିପ୍ ଅଞ୍ଚଳର ବ୍ୟବସାୟୀ କାମେଶ୍ୱର ତିୱାରୀଙ୍କ ଘର, ଅଫିସ ଓ ଦୋକାନ, ବୀରମିତ୍ରପୁରରେ ରାଜେଶ ସାହୁଙ୍କ ଦେଶୀ ମଦ ଭାଟି ଏବଂ ରାୟଗଡ଼ା ଗାନ୍ଧୀନଗରରେ ଥିବା ଅରବିନ୍ଦ ସାହୁଙ୍କ ଦେଶୀ ମଦ ଭାଟି ଉପରେ ଆୟକର ବିଭାଗ ରେଡ୍ କରି ବିପୁଳ ନଗଦ ଟଙ୍କା ଜବତ କରିଥିବା ସୂଚନା ମିଳିଛି ।

ଘର ଓ ଅଫିସରେ ଶହ ଶହ କୋଟି ଟଙ୍କା ରଖିଥିବା ଏହି ସାହୁ ବ୍ରଦର୍ସ କିଏ ବୋଲି ସମସ୍ତଙ୍କ ମନରେ ଉତ୍ସୁକତା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ଅବିଭକ୍ତ ବିହାର(ଝାଡ଼ଖଣ୍ଡ)ର ମଦ ବ୍ୟବସାୟୀ ତଥା କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କର ଏମାନେ ସମ୍ପର୍କୀୟ । ଝାଡ଼ଖଣ୍ଡ, ଓଡ଼ିଶା, କୋଲକତାରେ ସେମାନଙ୍କର ସଂଖ୍ୟାଧିକ ଦେଶୀ ମଦ କାରଖାନା/ ଭାଟି ଅଛି । ଧୀରଜଙ୍କର ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଓ ରାଣୀସତୀ ଗ୍ରୁପ୍ ଅଫ କମ୍ପାନୀର ବିଭିନ୍ନ ଶାଖା ଅଛି । ଓଡ଼ିଶାରେ ତାଙ୍କର ଅଂଶୀଦାର ହେଉଛନ୍ତି ଭାଇ ବଳଦେବ ସାହୁ ଓ ଆଣ୍ଡ କୋ । ବଳଦେବ ସାହୁ ଆଣ୍ଡ ଗ୍ରୁପ୍ ଅଫ କମ୍ପାନୀ ନିୟନ୍ତ୍ରଣରେ ଶତାଧିକ ମଦ କାରଖାନା ଓ ଇଟାଭାଟି ଅଛି । ରାଜକିଶୋର ସାହୁ, ଦେବରାଜ ସାହୁ, ଦୀପକ ସାହୁ, ସଞ୍ଜୟ ସାହୁ ଏହି କାରଖାନାର ଜଣେ ଜଣେ ମାଲିକ । ରାୟଗଡ଼ାରୁ ବଲାଙ୍ଗୀର ପର୍ଯ୍ୟନ୍ତ ଏମାନଙ୍କ ଅକ୍ତିଆରରେ ସବୁ ଦେଶୀ ମଦ କାରଖାନା ଚାଲୁଥିବା କୁହାଯାଉଛି ।

ମଦ ବ୍ୟବସାୟୀ ଧୀରଜ ସାହୁ ଝାଡ଼ଖଣ୍ଡରୁ କଂଗ୍ରେସ ଟିକେଟରେ ରାଜ୍ୟସଭା ସାଂସଦ ଅଛନ୍ତି । ଏଥର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ପାଇଁ ବିପୁଳ ପାଣ୍ଠି ଯୋଗାଇଥିବା କୁହାଯାଉଛି । ୨୦୧୯ରେ ମଧ୍ୟ ସେ ଆୟକର ଜାଲରେ ପଡ଼ିଥିଲେ । ରାଞ୍ଚିରୁ ଦିଲ୍ଲୀ ଯିବା ବେଳେ ରାଞ୍ଚି ବିମାନବନ୍ଦରରୁ ୩୮ଲକ୍ଷ ଟଙ୍କା ଜବତ କରିଥିଲା ଆୟକର ବିଭାଗ ।

ତେବେ ସେ ଯାହା ହେଉ, ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ଏହି ଚଢ଼ଉ କରିଛି । ୪ ଟି ରାଜ୍ୟରେ ନିର୍ବାଚନ ସରୁ ସରୁ ଏଭଳି ବଡ଼ ଧରଣର ଚଢ଼ଉ ପଛରେ ବଡ଼ ରହସ୍ୟ ଥିବା ଚର୍ଚ୍ଚା ହେଉଛି । ତେବେ ଓଡ଼ିଶାରେ ସାହୁ ବ୍ରଦର୍ସଙ୍କ ଘର ଓ ଅଫିସରୁ ଶହ ଶହ କୋଟି ନଗଦ ଟଙ୍କା ମିଳିବା ଅଧିକ ରହସ୍ୟମୟ ହୋଇଯାଇଛି ।

Previous Post

ଦୟା ନଦୀର ପାଣିକୁ ବିଶୁଦ୍ଧ ରଖିବା ପାଇଁ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ

Next Post

CM Lays Foundation for Narsee Monjee Management Institute

Next Post
CM Lays Foundation for Narsee Monjee Management Institute

CM Lays Foundation for Narsee Monjee Management Institute

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA