Sunday, July 12, 2026 12:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୂଜାରୀଙ୍କୁ ତଡ଼ି ଦେଲେ ଟଙ୍କ ଗୋଷ୍ଠୀ

ଦାଣ୍ଡରେ ଗଡ଼ିଲା ବିଜେପି କଳି

by Samar Pradhan
11 Jul, 2026- 09:05 PM
in Latest News, News, Politics
1 min read
0
ପୂଜାରୀଙ୍କୁ ତଡ଼ି ଦେଲେ ଟଙ୍କ ଗୋଷ୍ଠୀ

ଭୁବନେଶ୍ୱର: ଶାସକ ଦଳରେ ଥିବା ଭୟଙ୍କର ଗୋଷ୍ଠୀ କନ୍ଦଳ ଆଜି ଦାଣ୍ଡରେ ଗଡ଼ିଛି । ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀକୁ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯାଇଥିବା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଆଜି ପ୍ରବଳ ହଟହଟା ହେବାକୁ ପଡ଼ିଛି । ନିଜ ଦଳର ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମର୍ଥକମାନେ ତାଙ୍କୁ ସେଠାରେ ପୂରାଇ ଦେଇନାହାନ୍ତି । ତାଙ୍କ ଗାଡ଼ିକୁ ଅଟକାଇ ‘ସୁରେଶ ପୂଜାରୀ ଗୋ ବ୍ୟାକ୍’ ନାରାବାଜିରେ ଅଞ୍ଚଳ ଫଟାଇଛନ୍ତି । ଦଳୀୟ କର୍ମୀଙ୍କଠାରୁ ଅପମାନ ପାଇ ମନ୍ତ୍ରୀ ସେଠାରୁ ରାଗ ଓ ଅଭିମାନରେ ଫେରି ଆସିଛନ୍ତି ।

ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ ହୀରମା ପଞ୍ଚାୟତର କନ୍ଦାଗାଡ଼ଠାରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ପାଇ ଯାଇଥିଲେ ମନ୍ତ୍ରୀ ଶ୍ରୀ ପୂଜାରୀ । ମାତ୍ର ମନ୍ତ୍ରୀଙ୍କୁ ପାନେ ଦେବା ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମର୍ଥକମାନେ ପ୍ରସ୍ତୁତ ହୋଇ ରହିଥିଲେ । ଆଉ ମନ୍ତ୍ରୀ ସେଠାରେ ପହଞ୍ଚିବା ବାଟରେ ବିଧାୟକଙ୍କ ସମର୍ଥକମାନେ ଗାଡ଼ି ଅଟକାଇ ନାରାବାଜି କରିଥିଲେ ।

ବିଜେପି ପତାକା ହଲାଇ ଦଳେ ‘ସୁରେଶ ପୂଜାରୀ ଗୋ ବ୍ୟାକ୍’ ନାରା ଦେଉଥିଲା ବେଳେ ଆଉ ଦଳେ ‘ଟଙ୍କଧର ତ୍ରିପାଠୀ ଜିନ୍ଦାବାଦ୍’ ନାରା ଦେଇଥିଲେ । ସେହି ଭିଡ଼ରୁ ମନ୍ତ୍ରୀଙ୍କ ସମର୍ଥନରେ କିଛି ଯୁବକ ବାହାରି ‘ସୁରେଶ ପୂଜାରୀ ଜିନ୍ଦାବାଦ’ ଧ୍ୱନି ଦେଇଥିଲେ । ପ୍ରବଳ ନାରାବାଜି ଭିତରେ ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ତାଙ୍କୁ ବିରୋଧ କରୁଥିବା ଦଳୀୟ କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ତାହା ବୃଥା ହୋଇଥିଲା । କେହି ତାଙ୍କ କଥା ଶୁଣି ନ ଥିଲେ । ଓଲଟି ମୁହଁ ହଲାଇ ଆଗକୁ ମାଡ଼ି ଆସିଥିଲେ । କିଛି ଅଘଟଣର ଆଶଙ୍କାରେ ସୁରକ୍ଷା କର୍ମୀମାନେ ମନ୍ତ୍ରୀଙ୍କୁ ଗାଡ଼ିରେ ବସାଇ ଦେଇଥିଲେ ।

ତେବେ ବିରୋଧକାରୀମାନେ ଗାଡ଼ି ଆଗରୁ ନ ହଟି ଅଧିକ ନାରାବାଜି କରିଥିଲେ । ମନ୍ତ୍ରୀଙ୍କ ଗାଡ଼ିକୁ ଗଡ଼ାଇ ଦେଇ ନ ଥିଲେ । ଏହା ମନ୍ତ୍ରୀଙ୍କୁ ଜୋର୍ ବାଧିଥିଲା । ରାଗ ତମ ତମ ହୋଇ ପୁଣି ଗାଡ଼ିରୁ ଓହ୍ଲାଇ ଆସିଥିଲେ । ସେତିକିବେଳେ କିଛି କର୍ମୀଙ୍କ ସହ ତାଙ୍କର ପ୍ରବଳ ଉଚ୍ଚବାଚ ହୋଇଥିଲା । ଗାଳି ଦେଉଥିବା ଜଣେ କର୍ମୀଙ୍କୁ ମନ୍ତ୍ରୀ ହାତ ଉଠାଇବାରୁ ଉତ୍ତେଜନା ବଢ଼ି ଯାଇଥିଲା । ଶେଷରେ ପୁଲିସ ହେପାଜତରେ ମନ୍ତ୍ରୀ ସେଠାରୁ ଫେରି ଆସିଥିଲେ ।

ବିଧାୟକଙ୍କ କିଛି ସମର୍ଥକଙ୍କ କହିବା ଅନୁଯାୟୀ, ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ଗସ୍ତ ସମ୍ପର୍କରେ ସ୍ଥାନୀୟ କର୍ମୀ ଓ ପଦାଧିକାରୀଙ୍କୁ ଅବଗତ କରିନାହାନ୍ତି । ଏମିତି କାହିଁକି ହେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେବେ ଏହା ଉପରେ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ସ୍ଥାନୀୟ ଅଞ୍ଚଳରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ସୁରେଶ ପୂଜାରୀ ଏବଂ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ଶତ୍ରୁତା ଆଜିର ନୁହେଁ । ଗତ ନିର୍ବାଚନ ପୂର୍ବରୁ ସେମାନଙ୍କ ମଧ୍ୟରେ ପ୍ରବଳ ତିକ୍ତତା ରହି ଆସିଛି । କନ୍ଦାଗାଡ଼ଠାରେ ମନ୍ଦିର ପ୍ରତିଷ୍ଠା କରିଥିବା ବ୍ୟକ୍ତି ବିଧାୟକ ଟଙ୍କଧରଙ୍କର ବିରୋଧୀ ଲୋକ । ସେଥିପାଇଁ ବିଧାୟକଙ୍କୁ ନ ଡ଼ାକି ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସେ ଆମନ୍ତ୍ରଣ କରିଥିଲେ । ବିଧାୟକ ପ୍ରତିଶୋଧପରାୟଣ ହୋଇ ସମର୍ଥକମାନଙ୍କ ଦ୍ୱାରା ଏହି କାଣ୍ଡ ଘଟାଇଛନ୍ତି । ତେବେ ଏ ସଂକ୍ରାନ୍ତରେ ବିଧାୟକଙ୍କ ପ୍ରତିକ୍ରିୟା ଆମେ ପାଇନାହୁଁ ।

Previous Post

ଦି ମାସ ବିଳମ୍ବରେ ହେବ ପଞ୍ଚାୟତ ନିର୍ବାଚନ!

Next Post

ବହିତ୍ରୁଟି: ଘାଣ୍ଟିବ କ୍ରାଇମବ୍ରାଞ୍ଚ

Next Post
ବହିତ୍ରୁଟି: ଘାଣ୍ଟିବ କ୍ରାଇମବ୍ରାଞ୍ଚ

ବହିତ୍ରୁଟି: ଘାଣ୍ଟିବ କ୍ରାଇମବ୍ରାଞ୍ଚ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA