Saturday, April 25, 2026 01:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହିଳା କମିଶନଙ୍କୁ ଜାଗୀ ପଣ୍ଡାଙ୍କ ବେଖାତିର

କେନ୍ଦୁଝର ଥାନାରେ ହାଜର ହେଲେନି ଓଟିଭି ସାମ୍ବାଦିକ, ୧୫ ଦିନ ସମୟ ନେଲେ

by Our Correspondent
21 Oct, 2020- 04:13 PM
in Latest News, News
1 min read
0
ମହିଳା କମିଶନଙ୍କୁ ଜାଗୀ ପଣ୍ଡାଙ୍କ ବେଖାତିର

ଭୁବନେଶ୍ୱର: ମହିଳାଙ୍କ ଇଜ୍ଜତ ଓ ନ୍ୟାୟ ବ୍ୟବସ୍ଥା ପ୍ରତି ଏମାନଙ୍କର ଏମିତି ସମ୍ମାନ । ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା, ସିଇଇ ନିହାର ରଞ୍ଜନ ଭୂୟାଁ ଏବଂ ଆଭ୍ୟନ୍ତରୀଣ ବିଶାଖା କମିଟି ମୁଖ୍ୟ କସ୍ତୁରୀ ରାୟଙ୍କୁ ଆଜି କମିଶନଙ୍କ ପାଖରେ ବ୍ୟକ୍ତିଗତ ଭାବେ ଖାଜର ହେବାକୁ ସାନି ସମନ୍ ପଠାଯାଇଥିଲା । ମାତ୍ର ସେମାନେ ହାଜର ହୋଇନାହାନ୍ତି । ପୂର୍ବଥର ଭଳି ଜାଗୀ ଓଟିଭି ପିଆରଓଙ୍କୁ ପଠାଇ କାମ ସାରିଦେଇଛନ୍ତି । ତେବେ କମିଶନଙ୍କ କୋର୍ଟରେ ଉପସ୍ଥିତ ଥିଲେ ଅଭିଯୋଗକାରିଣୀ ଓ ତାଙ୍କ ଓକିଲ । ଓଟିଭି ଏମଡି ଜାଣିଶୁଣି ସମୟ ଗଡ଼ାଇ ଚାଲିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ରାଜ୍ୟ ମହିଳା କମିଶନଙ୍କୁ ଜାଗୀଙ୍କର ଏଭଳି ବେଖାତିର ପ୍ରଥମ ଘଟଣା ନୁହେଁ । ପ୍ରଥମ ଥର ହାଜର ହୋଇଥିଲେ ମଧ୍ୟ ହାଜିରା ନ ଦେଇ ପଳେଇ ଯାଇଥିଲେ । ଦ୍ୱିତୀୟ ଥର ବିନା ସ୍ୱୀକୃତିପତ୍ରରେ ତାଙ୍କ ସଂସ୍ଥାର ପିଆରଓଙ୍କୁ ପଠାଇ ଦେଇଥିଲେ । ଆଜି ଜାଗୀ ଏବଂ ତାଙ୍କ ସହଯୋଗୀ ନିହାର ଭୂୟାଁ ଏବଂ କସ୍ତୁରୀ ରାୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କମିଶନ ସାନି ନୋଟିସ୍ କରିଥିଲେ । ମାତ୍ର ତାହା ଶୁଣିନାହାନ୍ତି । ଜାଗୀ ଓ ନିହାର ବ୍ୟକ୍ତିଗତ ହାଜିରାକୁ ନା କରିଦେଇଥିଲା ବେଳେ କସ୍ତୁରୀ ରାୟ ଇତିମଧ୍ୟରେ ଓଟିଭି ସଂସ୍ଥାରୁ ଚାକିରି ଛାଡ଼ିଦେଇଥିବା ଜଣାପଡ଼ିଛି ।

ଏହାପୂର୍ବରୁ ଜାଗୀ ପଣ୍ଡା ଅକ୍ଟୋବର ୧୭ ତାରିଖରେ ଇଓଡବ୍ଲୁରେ ବ୍ୟକ୍ତିଗତ ହାଜର ହେବାକୁ କ୍ରାଇମବ୍ରାଞ୍ଚ ଟିମ୍ ନୋଟିସ୍ ପାଇଥିଲେ ମଧ୍ୟ ଆସି ନ ଥିଲେ । ଇ-ମେଲ୍ ଜରିଆରେ ସମୟ ନେବା ସହ ସେ ନିଜେ କ୍ରାଇବ୍ରାଞ୍ଚ ଅଫିସ ଯାଇପାରିବେନି, ବରଂ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ଅଫିସ ଆସିବାକୁ ଲେଖିଛନ୍ତି ।

ସୂଚନାଥାଉକି, ଲକଡାଉନ୍ ବେଳେ ଓଟିଭିର ୪ ଜଣ କର୍ମଚାରୀ ଜଣେ ୧୩ ବର୍ଷର ନାବାଳିକାକୁ ୧୫ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଓଟିଭିରେ ସେତେବେଳେ ଚାକିରି କରିଥିବା ନାବାଳିକାଙ୍କ ମାଆ ଏମଡି ଜାଗୀ ପଣ୍ଡାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ ମ୍ୟାଡାମ୍ ଚାପି ଦେବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି । ଓଟିଭିରେ ସେ ନିଜେ ମଧ୍ୟ ନିର୍ଯ୍ୟାତନାର ଶିକାର ହୋଇଥିବା ପୀଡ଼ିତାଙ୍କ ମାଆ ଜଣାଇଥିଲେ ।

ପୁଲିସ, ମହିଳା କମିଶନ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କଠାରେ ସେ ଏହା ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଜାଗୀ ପଣ୍ଡାଙ୍କ ସହ କଥାବାର୍ତ୍ତାର ଅଡିଓ କ୍ଲିପ୍ ମଧ୍ୟ ଦେଇଛନ୍ତି । ଏ ଜଘନ୍ୟ ମାମଲାରେ ୭ ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଆକ୍ଟରେ ପୁଲିସ ମାମଲା ରୁଜୁ ହୋଇଛି ।

ସୂଚନାଥାଉକି, ବ୍ୟକ୍ତିଗତ ଭାବେ ହାଜର ହେବାକୁ ମହିଳା କମିଶନଙ୍କ ସମନ୍ କୁ ଅବଜ୍ଞା କରି ଚାଲିଥିବା ଜାଗୀ ପଣ୍ଡା ପୂର୍ବରୁ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ମଧ୍ୟ ବେଖାତିର କରିଥିଲେ । କମିଶନ ଅଧ୍ୟକ୍ଷାଙ୍କ ହାଜିରା ନୋଟିସ୍ କୁ ଖାତିର କରିବା ଦୂରେ ଥାଉ ଓଲଟି ତାଙ୍କ ଟିଭି ଚାଲେଂଜ କରିଥିଲା ।

ଅନ୍ୟପକ୍ଷରେ କେନ୍ଦୁଝର ଟାଉନ୍ ଥାନାରେ ଆଜି ହାଜର ହୋଇନାହାନ୍ତି ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥ । ଅକ୍ଟୋବର ୨୧ ରେ ସେ ଥାନାରେ ହାଜର ହେବାକୁ ତାଙ୍କୁ ସମନ୍ କରାଯାଇଥିଲା । ମାତ୍ର ଶ୍ରୀ ରଥ ନିଜ ଓକିଲଙ୍କ ଜରିଆରେ ପୁଲିସଠାରୁ ୧୫ ଦିନ ସମୟ ନେଇଛନ୍ତି । ଅସୁସ୍ଥତା ଯୋଗୁଁ ଆଜି ସେ ହାଜର ହୋଇପାରୁ ନ ଥିବା ଦର୍ଶାଇଛନ୍ତି ।

କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କର ଏକ ମିଛ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଗତ ୧୪ ତାରିଖରେ ରମେଶ ରଥଙ୍କୁ କେନ୍ଦୁଝର ପୁଲିସ ପଚରାଉଚୁରା କରିଥିଲା । ଦେଢ଼ବର୍ଷ ତଳର ଏହି ମାମଲାରେ ଅନ୍ୟମାନଙ୍କ ସମେତ ଓଟିଭିର ଅନ୍ୟଜଣେ ସାମ୍ବାଦିକ ସୀମାଞ୍ଚଳ ପାତ୍ର ଗିରଫ ହୋଇ ଜେଲ୍ ଯାଇଥିଲେ । ତାଙ୍କ ବୟାନ ଭିତ୍ତିରେ ରମେଶ ରଥଙ୍କୁ ପଚରାଉଚୁରା କରାଯାଇଥିବା ପୁଲିସ କହିଛି ।

ତେବେ ରମେଶ ରଥଙ୍କୁ ସୁରକ୍ଷା ଦେବାକୁ ଯାଇ ଓଟିଭି ଓ ବୈଜୟନ୍ତ ପଣ୍ଡା ଏହାକୁ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ରୂପ ଦେବା ସହ ଗଣମାଧ୍ୟମର କଣ୍ଠରୋଧ କହି ମାମଲାକୁ ଜାତୀୟସ୍ତରକୁ ଟାଣିଛନ୍ତି । ବୈଜୟନ୍ତ ପଣ୍ଡା ଏକ ଟୁଇଟ୍ କରି ତାଙ୍କ ସାମ୍ବାଦିକଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବା ସହ ଓଡ଼ିଶାକୁ ପାକିସ୍ଥାନ ସହ ତୁଳନା କରିବାକୁ ପଛାଇ ନାହାନ୍ତି । ବୈଜୟନ୍ତଙ୍କ ଏହି ଟୁଇଟ୍ ବିଭିନ୍ନ ମହଲରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି ।

ଇତିମଧ୍ୟରେ ନିଜେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଦୁଇ ଦୁଇଟି ଭିଡ଼ିଓ ଜାରି କରି ତାଙ୍କ ଭଳି ଜଣେ ଦଳିତ ମହିଳା ସାଂସଦଙ୍କର ଚରିତ୍ର ସଂହାର କରିଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଓଟିଭି ମାଲିକ ଜାଗୀ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଉଦ୍ୟମ କରୁଥିବା ଦର୍ଶାଇ ନ୍ୟାୟ ଭିକ୍ଷା କରିଛନ୍ତି । ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ପଠାଇଛନ୍ତି ।

Previous Post

KXIP beat DC by 5 Wickets

Next Post

RCB beat KKR by 8 Wickets

Next Post
RCB beat RR by 8 Wickets

RCB beat KKR by 8 Wickets

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA