ଭୁବନେଶ୍ୱର: କରୋନାରେ ଜୀବନ ହରାଇଛନ୍ତି କେନ୍ଦୁଝର ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ପ୍ରଦୀପ କୁମାର ମହାନ୍ତି (୫୩) । ଇଷ୍ଟକୋଷ୍ଟ ରେଳବାଇର କେନ୍ଦୁଝର ରେଳଷ୍ଟେସନରେ ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ଭାବେ ସେ କାମ କରୁଥିଲେ । ଭୁବନେଶ୍ୱରସ୍ଥିତ ସମ ଅଲଟିମେଟରେ ଚିକିତ୍ସିତ ହେଉଥିଲେ । ଗତ ବୁଧବାର ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ପ୍ରଦୀପ ମହାନ୍ତି ପ୍ରଥମେ କେନ୍ଦୁଝରରୁ କୋଭିଡ ପଜିଟିଭ୍ ଚିହ୍ନଟ ହୋବାପରେ ତାଙ୍କ କେନ୍ଦୁଝର ଘରେ ରହି ଚିକିତ୍ସତି ହେଉଥିଲେ । ସେ ସେଠାରେ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲର ସମ ଅଲଟିମେଟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ୨୦ ଦିନ ଧରି ପ୍ରଦୀପ ମହାନ୍ତି ସମ ଅଲଟିମେଟର ଆଇସିଉରେ ଚିକିତ୍ସିତ ହେଉଥିଲେ ।
କଟକ ଚାଉଳିଆଗଞ୍ଜ ସ୍ଥିତ ଅପର୍ଣ୍ଣାନଗରରେ ପ୍ରଦୀପ କୁମାର ମହାନ୍ତି ଙ୍କ ପୈତୃକ ଘର । ପୂର୍ବତନ ପୋଲିସ ଡିଏସପି କୈଳାସ ଚନ୍ଦ୍ର ମହାନ୍ତିଙ୍କ ଦ୍ୱିତୀୟ ପୁତ୍ର ହେଉଛନ୍ତି ପ୍ରଦୀପ ମହାନ୍ତି । ପ୍ରଦୀପଙ୍କ ମୃତ୍ୟୁ ଖବର କଟକ ଅପର୍ଣ୍ଣା ନଗର ଓ ତାଙ୍କ ଗାଁ ଜଗତସିଂହପୁର ଜିଲ୍ଲାର ତରାସାହି ପଞ୍ଚାୟତରେ ଶୋକର ଛାୟା ଘରିଯାଇଛି । କେନ୍ଦୁଝରରେ ସେ ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କ ସହିତ ରହୁଥିଲେ ।