Thursday, May 21, 2026 08:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର

by Our Correspondent
11 Sep, 2025- 08:47 PM
in Latest News, News
1 min read
0
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର’ର ତୃତୀୟ ସଂସ୍କରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୭୦ରୁ ଅଧିକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଯୋଗ ଦେଇଥିଲେ।  ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ସମ୍ଭାବନା ସୃଷ୍ଟି କରିବାର ଏକ ଅଭୂତପୂର୍ବ ସୁଯୋଗ ପ୍ରଦାନ କରିଛି ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର। ଏହି ଫେୟାରରେ ଭାରତ ସମେତ ଆମେରିକା, ବ୍ରିଟେନ, କାନାଡ଼ା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ୱିଜରଲ୍ୟାଣ୍ଡ, ଆୟାର୍ଲାଣ୍ଡ, ଦୁବାଇ, ଫିନଲାଣ୍ଡ ଓ ବିଭିନ୍ନ ଦେଶର ବଡ଼ବଡ଼ ଶିକ୍ଷାନୁଷ୍ଠାନ ସାମିଲ ହୋଇଥିଲେ। କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ସମେତ ବିଭିନ୍ନ ଅଗ୍ରଣୀ ସ୍କୁଲର ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମର ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପ୍ରତିନିଧିଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହିତ ବିଶ୍ୱସ୍ତରୀୟ ଉଚ୍ଚଶିକ୍ଷା ସୁଯୋଗ, ଛାତ୍ରବୃତ୍ତି, ପ୍ରବେଶ ପ୍ରକ୍ରିୟା ଏବଂ କ୍ୟାରିୟର ସୁଯୋଗ ଆଦି ପଚାରି ବୁଝିଥିଲେ।

ମେଳା ଅବସରରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ମଧ୍ୟ ଅନ୍ତର୍ଜାତୀୟ ଇଂରାଜୀ ଭାଷା ପରୀକ୍ଷା ପ୍ରଣାଳୀ (ଆଇଇଏଲଟିଏସ) ସହିତ ଏକ ଆନୁଷ୍ଠାନିକ ସହଭାଗିତାରେ ସ୍ୱାକ୍ଷର କରିଥିଲା। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଆଇଇଏଲଟିଏସର ଏକ କେନ୍ଦ୍ର ଖୋଲିବ। ଫଳରେ ବିଦେଶରେ ପଢ଼ିବାକୁ ଚାହୁଁଥିବା ବହୁ ଛାତ୍ରଛାତ୍ରୀ ଏଥିରୁ ତାଲିମ ପାଇପାରିବେ।

ଏଭଳି କେନ୍ଦ୍ର ଖୋଲିବାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ ହେଉଛି ଓଡ଼ିଶାର ଏକମାତ୍ର ବିଦ୍ୟାଳୟ। ବିଶ୍ୱର ସବୁଠାରୁ ବିଶ୍ୱସନୀୟ ଇଂରାଜୀ ଭାଷା ଦକ୍ଷତା ପରୀକ୍ଷା ଆଇଇଏଲଟିଏସ ୧୪୦ ରୁ ଅଧିକ ଦେଶର ୧୨ ହଜାରରୁ ଅଧିକ ପ୍ରତିଷ୍ଠାନ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ଏହି ସହଯୋଗ ଛାତ୍ରଛାତ୍ରୀମାନଙ୍କୁ ଆଇଇଏଲଟିଏସ ସମ୍ବଳ, କର୍ମଶାଳା ଏବଂ ପ୍ରସ୍ତୁତି ସହାୟତା ପାଇଁ ସ୍ୱତନ୍ତ୍ର ପ୍ରବେଶ ପ୍ରଦାନ କରିବାରେ ସହାୟକ ହେବ। ଏହା ସହ ସେମାନଙ୍କୁ ଶ୍ରେଷ୍ଠ ବ୍ୟାଣ୍ଡ ସ୍କୋର ହାସଲ, ବିଶ୍ୱସ୍ତରୀୟ ଶିକ୍ଷା ଏବଂ କ୍ୟାରିଅର ସମ୍ଭାବନାକୁ ଅନୁସରଣ କରିବାରେ ସାହାଯ୍ୟ କରିବ।

ଏହି ଅବସରରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରପର୍ସନ ଡ ମୋନା ଲିସା ବଳ ସୂଚନା ଦେଇ କହିଲେ, କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁଯୋଗ ସହିତ ସଶକ୍ତ କରିବାକୁ ପ୍ରତିବଦ୍ଧ।  କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମାର୍ଗଦର୍ଶନରେ ଏଭଳି ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର ଏବଂ ଆଇଇଏଲଟିଏସ୍ ଜରିଆରେ ପ୍ରତ୍ୟେକ ପିଲା ବିଶ୍ୱ ସ୍ତରରେ ଯେଭଳି ଉଚ୍ଚଶିକ୍ଷା ଲାଭ କରିପାରିବେ ସେ ନେଇ ଆମେ ଯତ୍ନଶୀଳ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର, ଇଣ୍ଟରନ୍ୟାସ୍‍ନାଲ୍‍ ପାଠ୍ୟକ୍ରମ ମୁଖ୍ୟ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Previous Post

ବିଡିଓଙ୍କୁ ଚାପରେ ରଖି ପିସି ସଂଗ୍ରହ ଲକ୍ଷ୍ୟ: ବିଜେଡି

Next Post

ଭାରତ-ୟୁଏଇ ଶିକ୍ଷା ସମ୍ପର୍କରେ ଯୋଡିହେଲା ଗୌରବମୟ ଅଧ୍ୟାୟ

Next Post
ଭାରତ-ୟୁଏଇ ଶିକ୍ଷା ସମ୍ପର୍କରେ ଯୋଡିହେଲା ଗୌରବମୟ ଅଧ୍ୟାୟ

ଭାରତ-ୟୁଏଇ ଶିକ୍ଷା ସମ୍ପର୍କରେ ଯୋଡିହେଲା ଗୌରବମୟ ଅଧ୍ୟାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA