Wednesday, June 24, 2026 11:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାଗରଣ, ଆତ୍ମୀୟତା ଓ ପ୍ରତିବଦ୍ଧତା ଜୀବନର ମୂଳମନ୍ତ୍ର: ପ୍ରଫେସର ଗଣେଶୀ ଲାଲ

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ

by Our Correspondent
30 Nov, 2025- 11:18 PM
in Latest News, News
1 min read
0
ଜାଗରଣ, ଆତ୍ମୀୟତା ଓ ପ୍ରତିବଦ୍ଧତା ଜୀବନର ମୂଳମନ୍ତ୍ର: ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର: ଜାଗରଣ, ଆତ୍ମୀୟତା ଓ ପ୍ରତିବଦ୍ଧତା ହେଉଛି ଜୀବନର ମୂଳମନ୍ତ୍ର ବୋଲି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ରବିବାର କିସ୍‍ ବିଶ୍ୱବିଦ୍ୟାଳୟ ୫ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ୍‍ କହିଲେ, ମୁଁ କିଏ, ମୁଁ କେଉଁଠି ଅଛି ଓ ମୁଁ କାହିଁକି ଅଛି ଏ ଅସମାହିତ ପ୍ରଶ୍ନ ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। ମାତ୍ର କିସ୍‍ ବିଶ୍ୱବିଦ୍ୟାଳୟରେ ପିଲାମାନଙ୍କୁ ଏହି ଅସମାହିତ ପ୍ରଶ୍ନ ଉତ୍ତର ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦେଇପାରିଛନ୍ତି। କିସ୍‍ ଆଜି ବିଶ୍ୱ ପାଇଁ ଏକ ଐତିହ୍ୟ ପାଲଟିଛି।

ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ସବୁବେଳେ ଇଣ୍ଟରନେଟ୍‍ ଉପରେ ନିର୍ଭରଶୀଳ ହେବା ଅପେକ୍ଷା ନିଜ ଅନ୍ତରାତ୍ମା ବା ଇନର୍‍ ନେଟ୍‍କୁ ପଚାରି ଯେ କୌଣସି କାର୍ଯ୍ୟ କରିବା ଉଚିତ। ଜୀବନରେ ସବୁବେଳେ ଅନୁସନ୍ଧିତ୍ସୁ ହେବା ସହ ସମସ୍ତଙ୍କୁ ଭଲ ପାଇବା ଏବଂ ପ୍ରତିବଦ୍ଧତା ରହିଲେ ସଫଳତା ହାସଲ ହୋଇପାରିବ ବୋଲି ପ୍ରଫେସର ଲାଲ୍‍ କହିଥିଲେ। ଏହି ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରି ଟ୍ୟୁନିସିଆର ନୋବେଲ ବିଜେତା କୁଇଦେଦ୍‍ ବୋଚମୁଇ କହିଲେ, ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ନେତୃତ୍ୱକୁ ନିକଟରେ ପାଇଥିବାରୁ କିସ୍‍ର ଛାତ୍ରଛାତ୍ରୀମାନେ ଭାଗ୍ୟବାନ। ଶାନ୍ତି ଓ ସମାନତା ନିମନ୍ତେ ଶିକ୍ଷା ହେଉଛି ସବୁଠାରୁ ପ୍ରଭାବୀ ଅସ୍ତ୍ର। ଅନ୍ୟମାନଙ୍କ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବା ବଳଦରେ ସେମାନଙ୍କ ପ୍ରତି ଦୟାଶୀଳ ଓ ଉଦାର ମନୋଭାବ ପୋଷଣ ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଓଡ଼ିଶାର ତିନିଜଣ ବିଶିଷ୍ଟ ବ୍ୟକ୍ତି ସାଂସଦ ଭର୍ତ୍ତୃହରି ମହତାବ, ଦୈନିକ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ସିୱାଇଏସ୍‍ଡିର ସହପ୍ରତିଷ୍ଠାତା ଜଗଦାନନ୍ଦଙ୍କୁ ସମ୍ମାନସୂଚକ ଡକ୍ଟୋରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସମ୍ମାନ ଗ୍ରହଣ କରି ଶ୍ରୀ ମହତାବ କହିଲେ, ଏହି ସମ୍ମାନସୂଚକ ଡିଗ୍ରୀ ମୋର ଶିକ୍ଷାଗତ ଯୋଗ୍ୟତା ନିମନ୍ତେ ନୁହେଁ, ସାଧାରଣ ଜୀବନରେ ଦୀର୍ଘ ୩୦ବର୍ଷର ମୋର କାର୍ଯ୍ୟର ସ୍ୱୀକୃତି। କିସ୍‍ର ଛାତ୍ରଛାତ୍ରୀମାନେ ଯେଉଁ ଶୃଙ୍ଖଳା ଓ ସଞ୍ଜମ ପ୍ରଦର୍ଶନ କରୁଛନ୍ତି ତାହା ଓଡ଼ିଶାର ଅନ୍ତର୍ନିହିତ ଶକ୍ତିକୁ ହିଁ ପ୍ରଦର୍ଶିତ କରୁଛି ବୋଲି ସେ କହିଥିଲେ। ସମ୍ମାନ ଗ୍ରହଣ ଶ୍ରୀ ପଟ୍ଟନାୟକ କହିଲେ, ଏପରି ସମାବର୍ତ୍ତନ ସଭା ପ୍ରଥମ ଥର ପାଇଁ ମୁଁ ମୋ ଜୀବନରେ ଦେଖୁଛି । ଏହି ସମ୍ମାନ ମୋତେ ଆଗକୁ ଆହୁରି କାର୍ଯ୍ୟ କରିବା ପାଇଁ ଅଧିକ ଶକ୍ତି ଯୋଗାଇବ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଶ୍ନ ପଚାରି ଶିଖ ଏବଂ ମାଆ, ମାଟି ଓ ମାତୃଭାଷା ପ୍ରତି ସମ୍ମାନ ରଖିଥାଅ। ସମ୍ମାନ ଗ୍ରହଣ ଜଗଦାନନ୍ଦ କହିଲେ, ନ୍ୟାୟ ଓ ସମ୍ମାନ କ୍ଷେତ୍ରରେ ଓଡ଼ିଶାର ଯାତ୍ରାକୁ ମୋର ଏହି ସମ୍ମାନ ପ୍ରତିଫଳିତ କରୁଛି। କିସ୍‍ ହେଉଛି ସମ୍ମାନ ଓ ସୁଯୋଗର ଉତ୍ସ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ୟୁଏଇସ୍ଥିତ କେଇଏଫ୍‍ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଫଇଜଲ ଇଦାଭାଲାଥ କୋଟି କୋଟିକୋଲୋନ, ଇଂଲଣ୍ଡସ୍ଥିତ ମାଲହୋତ୍ରା ଗ୍ରୁପ୍‍ ପିଏଲ୍‍ସିର ଅଧ୍ୟକ୍ଷ ଜେ ଏମ୍‍ ମିନୁ ମାଲହୋତ୍ରା ପ୍ରମୁଖ ଯୋଗଦେଇଥିଲେ।

ସମାବର୍ତ୍ତନରେ ମୋଟ ୪୬୪ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୨୦ ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ସାମଗ୍ରିକ ଭାବେ ଉତ୍କର୍ଷତା ପ୍ରତିପାଦିତ କରିଥିବା ଜଣଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ ଏବଂ ଶୈକ୍ଷିକ ଉତ୍କର୍ଷତା ପ୍ରତିପାଦନ ନିମନ୍ତେ ୭ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ ଓ ୭ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ଓ କିସ୍‍ ଉପସଭାପତି ଉମାପଦ ବୋଷ, କିସ୍‍ ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, କିସ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟ ଏସ୍‍ ତ୍ରିପାଠୀ, ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା, କୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ସମ୍ପତ୍ତି ତାଲିକା ନଦେଲେ ମିଳିବନି ପଦୋନ୍ନତି

Next Post

ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ସମ୍ମାନ ପ୍ରଦାନ

Next Post
ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ସମ୍ମାନ ପ୍ରଦାନ

ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ସମ୍ମାନ ପ୍ରଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA