Tuesday, June 23, 2026 02:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସେସାର ରେୟେସ ଓ ଗୋବିନ୍ଦ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ

by Our Correspondent
16 Feb, 2024- 08:22 PM
in Latest News, News
1 min read
0
ସେସାର ରେୟେସ ଓ ଗୋବିନ୍ଦ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଗୁଏତମାଲାର ପୂର୍ବତନ ଉପରାଷ୍ଟ୍ରପତି ସେସାର ଗୁଲେରମୋ କାସିଲେ ରେୟେସ ଓ ଶ୍ରୀ ରାମକ୍ରିଷ୍ଣ ଏକ୍‍ସପର୍ଟ ପ୍ରାଇଭେଟ୍‍ ଲିମିଟେଡ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଗୋବିନ୍ଦ ଭାଇ ଲାଲ୍‍ଜୀ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି । କିସ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଓ କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଉପସ୍ଥିତିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ସମ୍ମାନ ପ୍ରଦାନ କରିଥିଲେ ।

ଏହି ଅବସରରେ କିସ୍‍ ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ଢୋଲକିଆ କହିଲେ, ପୂର୍ବରୁ ସେ କେବେ ବି ଏତେ ବଡ଼ ଅନୁଷ୍ଠାନ ଓ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏକାଠି ଦେଖି ନଥିଲେ । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସ୍ଥାନରେ ଏକାଠି ଦେଖିବା ତାଙ୍କ ଜୀବନରେ ପ୍ରଥମ ବୋଲି ସେ କହିଥିଲେ । କିସ୍‍ର ଛାତ୍ରଛାତ୍ରୀମାନେ ଭାଗ୍ୟବାନ ହୋଇଥିବାରୁ ଏଠାରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି । ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଜି ସେ ଜଣେ ଦ୍ୱିତୀୟ ମହାପୁରୁଷଙ୍କ ସାକ୍ଷାତ ପାଇଲେ ବୋଲି ଶ୍ରୀ ଢୋଲକିଆ କହିଥିଲେ ।

ସେହିପରି ରେୟେସ ତାଙ୍କ ବକ୍ତବ୍ୟରେ ଅଚ୍ୟୁତ ସାମନ୍ତଙ୍କ ଭଳି ବ୍ୟକ୍ତିତ୍ୱ ଆମେ ଆମ ଦେଶରେ ଆବଶ୍ୟକ କରୁଛୁ ବୋଲି କହିଥିଲେ । ତାଙ୍କ ଭଳି ଜଣେ ବ୍ୟକ୍ତି ପାଇଲେ ଆମେ କିସ୍‍ ଭଳି ଏକ ଅନୁଷ୍ଠାନ ତିଆରି କରିପାରିବୁ ଓ ତୁମମାନଙ୍କ ଭଳି ଆମ ଦେଶର ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିପାରିବୁ । ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ସେ କହିଲେ ଛାତ୍ରଛାତ୍ରୀମାନେ ଭଲ ସ୍ୱପ୍ନ ଦେଖନ୍ତୁ ଓ ସେଗୁଡ଼ିକୁ ସାକାର କରନ୍ତୁ । ନିଜକୁ ଜଣେ ଜଣେ ଭଲ ନାଗରିକଭାବେ ଗଢିତୋଳି ପିତାମାତା,ସମାଜ ଓ ଦେଶର ଗୌରବ ବୃଦ୍ଧି କରନ୍ତୁ  ବୋଲି ସେସାର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍ ଡି. ଦେବେଗୌଡ଼ା ମଧ୍ୟ ଏଥିରେ ଯୋଗଦେବା ସ୍ଥିର ହୋଇଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା ହେତୁ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ । ତେବେ ସେ ଏକ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

 

Previous Post

ମିଶନ ଶକ୍ତି ମହିଳାଙ୍କୁ ମିଳିବ ୧ ହଜାର ଟଙ୍କା

Next Post

ମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର

Next Post
ମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର

ମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA