Tuesday, June 30, 2026 04:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭାରତ ଓ ଦକ୍ଷିଣ ଏସିଆରେ ସ୍କୁଲ୍‍-ଫୁଟବଲ୍‍ର ପ୍ରସାର କରିବ କିସ୍‍

କିସ୍‍-ଫିଫା ଫାଉଣ୍ଡେସନ୍‍ ବୁଝାମଣା

by Our Correspondent
19 May, 2022- 09:47 PM
in Latest News, News, Sports
1 min read
0
ଭାରତ ଓ ଦକ୍ଷିଣ ଏସିଆରେ ସ୍କୁଲ୍‍-ଫୁଟବଲ୍‍ର ପ୍ରସାର କରିବ କିସ୍‍

ଭୁବନେଶ୍ୱର: ଫିଫା ଫୁଟ୍‍ବଲ୍‍ ଫର ସ୍କୁଲ୍‍ସ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ସମେତ ଭାରତ ଓ ସମଗ୍ର ଦକ୍ଷିଣ ଏସିଆରେ ସ୍କୁଲ୍‍ସ୍ତରରେ ଫୁଟ୍‍ବଲ୍‍ର ବିକାଶ କରିବ କିସ୍‍ । ଏଥି ନିମନ୍ତେ ବୁଧବାର ଫିଫା ଫାଉଣ୍ଡେସନ୍‍ ଓ କିସ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସୁଇଜରଲାଣ୍ଡର ଜୁରିକ୍‍ଠାରେ ଉଭୟ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣା ପତ୍ରରେ ଫିଫା ଫାଉଣ୍ଡେସନ୍‍ ପକ୍ଷରୁ ଏହାର ସିଇଓ ୟୁରି ଜୋର୍‍କେଫ୍‍ ସ୍ୱାକ୍ଷର କରିଥିବା ବେଳେ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । କିସ୍ ର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ତୃଣମୂଳସ୍ତରରେ ଫୁଟବଲ ଖେଳାଳୀମାନଙ୍କୁ ଏହା ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଫିଫା ଫୁଟ୍‍ବଲ୍‍ ଫର ସ୍କୁଲ୍‍ସ କାର୍ଯ୍ୟକ୍ରମରେ ଫିଫା ଫାଉଣ୍ଡେସନ୍‍ କୌଣସି ଶିକ୍ଷାନୁଷ୍ଠାନ ସହ ବୁଝାମଣା କରିବାରେ ଏହା ହେଉଛି ବିଶ୍ୱରେ ପ୍ରଥମ ଓ ଅନନ୍ୟ । ସମଗ୍ର ବିଶ୍ୱରେ ଏଭଳି ବୁଝାମଣା ପ୍ରଥମ ଥର ଲାଗି ସ୍ୱାକ୍ଷରିତ ହୋଇଛି । ଫିଫା ଫୁଟ୍‍ବଲ୍‍ ଫର ସ୍କୁଲ୍‍ କାର୍ଯ୍ୟକ୍ରମରେ ଫୁଟ୍‍ବଲ୍‍ ପ୍ରସାର ଓ ପ୍ରଚାର ଦିଗରେ ଓଡ଼ିଶା, ଭାରତ ତଥା ଦକ୍ଷିଣ ଏସିଆ ପାଇଁ କିସ୍‍ ଜୋନାଲ୍‍ ଏଜେନ୍‍ସୀ ଭାବେ କାର୍ଯ୍ୟ କରିବ ।

ଏଥିରେ ସନ୍ତୋଷ ବ୍ୟକ୍ତ କରି ଫିଫା ଫାଉଣ୍ଡେସନ୍‍ର ସିଇଓ ୟୁରି କହିଛନ୍ତି, ଏହା ଦ୍ୱାରା ଭାରତ ସମେତ ଦକ୍ଷିଣ ଏସିଆର ପ୍ରାୟ ୭୦ କୋଟି ସ୍କୁଲ୍‍ ପିଲା ଉପକୃତ ହେବେ । ଏହି କାର୍ଯ୍ୟକ୍ରମ ଏବେ ଦକ୍ଷିଣ ଆମେରିକା, ଆଫ୍ରିକା, ପୂର୍ବ ଏସିଆ, କାରିବେନ୍‍ ଓ ଆରବ ରାଷ୍ଟ୍ରଗୁଡ଼ିକରେ ଚାଲୁ ରହିଛି । ଫୁଟ୍‍ବଲ୍‍ର ପ୍ରସାର ଦିଗରେ ଏହି ବୁଝାମଣା ନିଶ୍ଚିତ ଭାବେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ୟୁରି କହିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ବିକାଶ ପାଇଁ ବ୍ୟାପକ କାର୍ଯ୍ୟ ହାତକୁ ନେଇଥିବାରୁ ଓଡ଼ିଶାରେ ଫୁଟ୍‍ବଲ୍‍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ କିସ୍‍କୁ ନୋଡାଲ୍‍ ଏଜେନ୍‍ସୀ ଭାବେ ଚୟନ କରାଯାଇଛି ବୋଲି ୟୁରି କହିଥିଲେ ।

ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ କହିଛନ୍ତି, ବିଶ୍ୱରେ ଅଧିକ ଲୋକପ୍ରିୟ କ୍ରୀଡ଼ା ହେଉଛି ଫୁଟ୍‍ବଲ୍‍ । ଫିଫା ସହ ସହବନ୍ଧିତ ହେବା ଫଳରେ ଓଡ଼ିଶା, ଭାରତ ତଥା ଦକ୍ଷିଣ ଏସିଆରେ ଫୁଟ୍‍ବଲ୍‍ର ପ୍ରସାର ଓ ପ୍ରଚାର ପାଇଁ କିସ୍‍କୁ ଏକ ସୁଯୋଗ ମିଳିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେଇ ଆସୁଛନ୍ତି ବୋଲି ଏଭଳି ବୁଝାମଣା ସମ୍ଭବ ହୋଇ ପାରିଲା । ଏଥିପାଇଁ ଶ୍ରୀ ସାମନ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏଭଳି ଏକ ସମ୍ମାନ ଓଡ଼ିଶା ତଥା ଭାରତ ପାଇଁ ଆଣିଥିବାରୁ ଫୁଟ୍‍ବଲ୍‍ପ୍ରେମୀମାନେ କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବଧାଇ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଫିଫା ଫାଉଣ୍ଡେସନ୍‍ ସହଯୋଗରେ ଗତବର୍ଷ ଅକ୍ଟୋବର ମାସରେ ଫିଫା ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ କାର୍ଯ୍ୟକ୍ରମ କିସ୍‍ ଆରମ୍ଭ କରିଥିଲା । ପରେ ଉଭୟ ଅନୁଷ୍ଠାନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେବା ପରେ ଏହି କାର୍ଯ୍ୟକ୍ରମ ଆହୁରି ଆଗକୁ ଯିବ ।

Previous Post

ବର୍ଷକରେ କଟକ ଚଣ୍ଡୀ ମନ୍ଦିରର ନବକଳେବର, ଖର୍ଚ୍ଚ ହେବ ୭୦ କୋଟି

Next Post

ଓଡ଼ିଶା-ମୋ ପରିବାର ସହାୟତାରେ କେରଳରୁ ଓଡ଼ିଶା ଫେରିଲା ଓଡ଼ିଆ ଯୁବକଙ୍କ ମୃତ ଶରୀର

Next Post
ଓଡ଼ିଶା-ମୋ ପରିବାର ସହାୟତାରେ କେରଳରୁ ଓଡ଼ିଶା ଫେରିଲା ଓଡ଼ିଆ ଯୁବକଙ୍କ ମୃତ ଶରୀର

ଓଡ଼ିଶା-ମୋ ପରିବାର ସହାୟତାରେ କେରଳରୁ ଓଡ଼ିଶା ଫେରିଲା ଓଡ଼ିଆ ଯୁବକଙ୍କ ମୃତ ଶରୀର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA