Wednesday, July 8, 2026 01:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋକଙ୍କର ଭରସା ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ବନାମ ବିରୋଧୀ ଦଳ ନେତା

by Our Correspondent
30 Dec, 2024- 10:31 PM
in Latest News, News
1 min read
0
ଲୋକଙ୍କର ଭରସା ନବୀନ ପଟ୍ଟନାୟକ

ଭୁବନେଶ୍ୱର: କ୍ଷମତାରୁ ଯିବା ପରେ ଆଜି ପ୍ରଥମ ଥର ପାଇଁ ଜିଲ୍ଲାଗସ୍ତରେ ବାହାରିଥିଲେ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ଭାବେ ତାଙ୍କର ପ୍ରଥମ ଗସ୍ତ ଥିଲା ନିଜ ଜିଲ୍ଲା ଗଞ୍ଜାମ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କର ଦୁଃଖ ବୁଝିବା ଥିଲା ଗସ୍ତର ଉଦ୍ଦେଶ୍ୟ । ଶେରଗଡ଼, ହିଞ୍ଜିଳି, ଆସ୍କା, କବିସୂର୍ଯ୍ୟନଗର ଓ ଖଲିକୋଟ ଅଞ୍ଚଳର  କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ । ସବୁଠାରୁ ବଡ଼କଥା ହେଲା ନବୀନଙ୍କର ସାମାନ୍ୟ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଥିଲା ନାହିଁ ନ ଥିବା ଉତ୍ସୁକତା । ସ୍ୱତଃସ୍ପୃତ ଭାବରେ ସେମାନେ ତାଙ୍କ ପାଖକୁ ଧାଇଁ ଆସିଥିଲେ । କ୍ଷତିଗ୍ରସ୍ତ ଚାଷୀମାନଙ୍କର ଭରସା ଥିଲେ ନବୀନ ପଟ୍ଟନାୟକ । ତାଙ୍କୁ ଗୁହାରି କଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇଯିବାର ବିଶ୍ୱାସ ଜଳ ଜଳ ଦିଶୁଥିଲା । ନବୀନଙ୍କୁ ଦେଖିବା ବେଳେ ଚାଷୀ, ମହିଳା ଅନେକଙ୍କ ଆଖିରୁ ଲୁହ ଝରି ଆସୁଥିଲା । ନବୀନଙ୍କ ପାଇଁ ଲୋକଙ୍କ ମନରେ ଥିବା ଆବେଗ ଆଜି ତାଙ୍କ ଗଞ୍ଜାମ ଗସ୍ତବେଳେ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ସେ ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ । ସୂଚନାଥାଉକି, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଚାଷୀମାନଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସହ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଗଞ୍ଜାମ ଗସ୍ତକୁ ରାଜନୈତିକ ମହଲରେ ତୁଳନା କରାଯାଉଛି । ବିଜେଡି ପାଇଁ ଏହା ଶୁଭ ସଙ୍କେତ ବୋଲି କୁହାଯାଉଛି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଶେରଗଡ଼ର ଟକରଡ଼ା, ହିଞ୍ଜିଳିର ପୋଡିଙ୍ଗି, ଆସ୍କା ର ବରଗାଁ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲିକୋଟର ଭରସାଗାଁ ଆଜି ଅଞ୍ଚଳ ରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ । ଏହି ସମୟରେ ହଜାର ହଜାର ଚାଷୀ, ମହିଳା ନବୀନଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ଛାଡି ଯିବାର ଏତେ ଦିନ ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଏ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନରେ ଆସିନାହାନ୍ତି। ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାର ଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀ ମାନେ ନବୀନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ନବୀନ ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେ ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ। ବର୍ଷା ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ଫସଲ ବଞ୍ଚି ଯାଇଥାନ୍ତା। ଗଞ୍ଜାମର ଚାଷୀକୁଳ ଦୁଃଖରେ ଅଛନ୍ତି। ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ତେଣୁ କାଳ ବିଳମ୍ବ ନ କରି ତୁରନ୍ତ ଚାଷୀ ଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଛନ୍ତି। ସେ ସବୁବେଳେ ଚାଷୀ ମାନଙ୍କ ସହ ଅଛନ୍ତି ବୋଲି ବୋଲି ଆଶ୍ୱାସନା ଦେଇଥିଲେ।

ଚାଷୀଙ୍କ ପାଇଁ ତୁରନ୍ତ ପର୍ଯ୍ୟାପ୍ତ ସହାୟତା ଘୋଷଣା କରିବାକୁ ନବୀନ ଦୃଢ଼ ଦାବୀ ଜଣାଇଛନ୍ତି।

Previous Post

ବିଭୁ ତ୍ରିପାଠୀ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ନିର୍ବାଚିତ

Next Post

ଆଉ ୪ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ନବୀନ

Next Post
ଆଉ ୪ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ନବୀନ

ଆଉ ୪ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA