ଭୁବନେଶ୍ୱର: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଫଳ ପ୍ରକାଶ ପାଇଛି । ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁଡି ମେଣ୍ଟ ବିପୁଳ ବିଜୟ ପଥରେ ଅଗ୍ରସର ହେଉଥିବା ବେଳେ ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ କୁ ଅଶେଷ ସଫଳତା ମିଳିଛି । ଏହି ଦୁଇ ରାଜ୍ୟରେ ସରକାର ବଦଳେଇବାକୁ ଲୋକେ ଚାହିଁନାହାନ୍ତି ।
ମହାରାଷ୍ଟ୍ରରେ ସମୁଦାୟ ୨୮୮ ବିଧାନସଭା ଆସନର ଫଳାଫଳ(ଟ୍ରେଣ୍ଡ) ଆସିଛି । ଦିନ ୧ଟା ସୁଦ୍ଧା ଆସିଥିବା ଫଳାଫଳ ଅନୁଯାୟୀ, ମହାୟୁଡି ମେଣ୍ଟ ୨୨୧ ଆସନରେ ବିଜୟୀ/ଆଗୁଆ ଅଛନ୍ତି । ମହାବିକାଶ ଅଘାଡ଼ି(ଏମଭିଏ) ମାତ୍ର ୫୪ ଆସନରେ ବିଜୟୀ/ଆଗୁଆ ଅଛନ୍ତି । ସ୍ୱାଧୀନ ଏବଂ ଅନ୍ୟାନ୍ୟ ପ୍ରାର୍ଥୀମାନେ ୧୩ଟି ଆସନରେ ଆଗୁଆ ଅଛନ୍ତି ।
ମହାୟୁଡି ମେଣ୍ଟରେ ଥିବା ବିଜେପି ୧୨୬, ସେନା ୫୪, ଏନସିପି ୩୮ ଏବଂ ଅନ୍ୟମାନେ ୩ଟି ଆସନରେ ବିଜୟୀ/ଆଗୁଆ ଅଛନ୍ତି । ଏମଭିଏ ମେଣ୍ଟରେ ଥିବା ସେନା ୧୯, ଏନସିପି ୧୩, କଂଗ୍ରେସ ୧୯ ଏବଂ ଅନ୍ୟମାନେ ୩ଟି ଆସନରେ ବିଜୟୀ/ ଆଗୁଆ ଅଛନ୍ତି ।
ଝାଡ଼ଖଣ୍ଡରେ ୮୧ ଟି ଯାକ ଆସନର ଫଳାଫଳ ଆସିଛି । ଜେଏମଏମ-କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ୫୦ ଏବଂ ଏନଡିଏ ୩୦ ଆସନରେ ବିଜୟୀ/ଆଗୁଆ ଅଛନ୍ତି । ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।