– ବଦଳିଲେ ଟ୍ୱିନ୍ ସିଟି ପୁଲିସ କମିସନର
– କଟକରେ ନୂଆ ଡିସିପି
– ୬ ଜିଲ୍ଲାରେ ନୂଆ ଏସପି
ଭୁବନେଶ୍ୱର: ସୋମବାର ଦିନ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଥିଲା । ୧୭ ଜିଲ୍ଲାପାଳଙ୍କ ସମେତ ୪୧ ଅଧିକାରୀଙ୍କର ବଦଳି ହୋଇଥଇଲା । ଅନୁରୂପ ଭାବେ ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ଏହି ତାଲିକାରେ ଅଛନ୍ତି ୧୪ ଜଣ ଆଇପିଏସ୍ ଏବଂ ୪ ଜଣ ବରିଷ୍ଠ ଓପିଏସ୍ ଅଫିସର । ଟ୍ୱିନ୍ ସିଟି ପୁଲିସ କମିସନର ବଦଳିଛନ୍ତି । ୧୯୯୪ ବ୍ୟାଚ୍ ର ଆଇପିଏସ୍ ସଞ୍ଜୀବ ପଣ୍ଡା ହୋଇଛନ୍ତି ଟ୍ୱିନ୍ ସିଟିର ନୂଆ ପୁଲିସ କମିସନର । ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । କଟକ ଡିସିପି ବଦଳିଛନ୍ତି । ପୁରୀ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଦେବଗଡ଼, ରାୟଗଡ଼ା ଏବଂ ସୋନପୁର ଜିଲ୍ଲାରେ ନୂଆ ଏସପି ନିଯୁକ୍ତି ପାଇଛନ୍ତି । ଚାରୋଟି ରେଞ୍ଜର ଆଇଜି ବଦଳି ହୋଇଛନ୍ତି ।
ସଞ୍ଜୀବ ପଣ୍ଡା– ପୁଲିସ କମିସନର(ଟ୍ୱିନ୍ ସିଟି)
ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ– ଗୁଇନ୍ଦା ନିର୍ଦ୍ଦେଶକ
ଶ୍ରୀମତୀ ସନ୍ତୋଷ ବାଲା– ସିଏମଡି, ପୁଲିସ ହାଉସିଂ କର୍ପୋରେସନ୍(ଅତିରିକ୍ତ ଦାୟିତ୍ୱ)
ହିମାଂଶୁ କୁମାର ଲାଲ– ଉତ୍ତରାଞ୍ଚଳ ଆଇଜି, ସମ୍ବଲପୁର
ଡ. ଦୀପକ କୁମାର– ଉତ୍ତର-କେନ୍ଦ୍ରାଞ୍ଚଳ, ତାଳଚେର ଏବଂ ଅଧ୍ୟକ୍ଷ, ଅନୁଗୁଳ ପିଟିସି(ଅତିରିକ୍ତ ଦାୟିତ୍ୱ)
ସତ୍ୟବ୍ରତ ଭୋଇ– ପୂର୍ବାଞ୍ଚଳ ଆଇଜି, ବାଲେଶ୍ୱର
ଜେ.ଏନ୍.ପଙ୍କଜ– ଦକ୍ଷିଣାଞ୍ଚଳ ଆଇଜି, ବ୍ରହ୍ମପୁର ଏବଂ ଆଇଜି, ଇଓଡବ୍ଲୁ/ଏସଟିଏଫ(ଅତିରିକ୍ତ ଦାୟିତ୍ୱ)
କନୱର ବିଶାଲ ସିଂହ– କଟକ ଡିସିପି
ପିନାକ ମିଶ୍ର– ପୁରୀ ଏସପି
ବନୋଥ ଯୁଗଳ କିଶୋର କୁମାର– କେନ୍ଦ୍ରାପଡ଼ା ଏସପି
ମାଦକର ସନ୍ଦୀପ ସମ୍ପତ୍– ଢ଼େଙ୍କାନାଳ ଏସପି
ବିବେକାନନ୍ଦ ଶର୍ମା– ଏଆଇଜି( ରାଜ୍ୟ ପୁଲିସ ମୁଖ୍ୟାଳୟ)
ଜ୍ଞାନ ରଞ୍ଜନ ମହାପାତ୍ର(ଓପିଏସ୍)- ଏସପି, ସ୍ପେଶାଲ ବ୍ରାଞ୍ଚ , ଭୁବନେଶ୍ୱର
ଅମରେଶ କୁମାର ପଣ୍ଡା(ଓପିଏସ୍)- ଏଆଇଜି(ରାଜ୍ୟ ପୁଲିସ ମୁଖ୍ୟାଳୟ)
ପି.କେ.ମିଶ୍ର(ଓପିଏସ୍)- ଏସଆରପି, ରାଉରକେଲା
ରାମ ପ୍ରସାଦ ସାହୁ(ଓପିଏସ୍)- ଦେବଗଡ଼ ଏସପି
ହରିଶା ବି ସି– ରାୟଗଡ଼ା ଏସପି
ୟଶପ୍ରତାପ ଶ୍ରୀମଲ– ସୋନପୁର ଏସପି







