Wednesday, April 22, 2026 02:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମାନେକା ଗାନ୍ଧୀଙ୍କ ମନଛୁଆଁ କଥା

ଷୋଡ଼ଶ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତା

by Our Correspondent
04 Jan, 2026- 11:30 PM
in Latest News, News
1 min read
1
ମାନେକା ଗାନ୍ଧୀଙ୍କ ମନଛୁଆଁ କଥା

ଭୁବନେଶ୍ୱର: ମୁଁ ୧୮ ବର୍ଷ ବୟସରେ ବାହା ହୋଇଥିଲି । ମାଂସ ଖାଉଥିଲି । ଜୀବଜନ୍ତୁ ଦେଖିଲେ ତାକୁ ସୁରକ୍ଷା ଦେବାକୁ କହୁଥିଲି । ମୋ ସ୍ୱାମୀ ଥରେ କହିଲେ- ତୁମେ ଦିନସାରା ଜୀବ ସୁରକ୍ଷା କଥା କହି ମୋତେ ଅସ୍ତବ୍ୟସ୍ତ କରିଦେଉଛ, କିନ୍ତୁ ରାତିରେ ମାଂସ ଖାଉଛ । ଯାହା କରିବ ଗୋଟେ କର । ମାଂସ ଖାଇବା ଛାଡ଼, ନହେଲେ ଜୀବ ସୁରକ୍ଷା କଥା କହିବା ଛାଡ଼ । ମୋ ସ୍ୱାମୀଙ୍କ କଥା ଶୁଣି ସେଦିନ ମୁଁ ବହୁତ କାନ୍ଦିଥିଲି । ସେତେବେଳେ ମୁଁ ସୁପ୍ ପିଉଥିଲି । ସେ ଗରମ ସୁପ୍ ମୋ ହାତରେ ପଡ଼ିଗଲା, ଆଜି ଯାଏଁ ସେ ପୋଡ଼ା ଦାଗ ଅଛି । ସେଇ ରାତିରୁ ମୁଁ ଆମିଷ ଖାଇବା ଛାଡ଼ି ଦେଲି ।

ବିଶିଷ୍ଟ ପରିବେଶବିତ୍, ଜୀବଜନ୍ତୁ ସୁରକ୍ଷାକର୍ମୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀଙ୍କର ପ୍ରେରଣାଦାୟୀ ମନର କଥା ଆଜି ଜୟଦେବଭବନରେ ଉପସ୍ଥିତ ଭରପୂର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପ୍ରାୟ ଘଣ୍ଟାଏ ଧରି ସେ ତାଙ୍କର ଅଭିଭାଷଣରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ଅବସର ଥିଲା, ପୂର୍ବତନ ବିଧାୟକ ତଥା ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କର ଶ୍ରାଦ୍ଧ ଦିବସ ସମାରୋହ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହକୁ ଉଦଘାଟନ କରିବା ସହ “ଗାନ୍ଧୀଜୀ ଓ ପ୍ରାଣୀ କଲ୍ୟାଣ’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ।

ଏଭଳି ବିଷୟବସ୍ତୁ ଉପରେ ପୂର୍ବରୁ ଆଲୋଚନା ହୋଇନାହିଁ ଏବଂ ପ୍ରଥମ ଥର ପାଇଁ ଏହି ବିଷୟକୁ ଆଲୋଚନା ପାଇଁ ବାଛିଥିବାରୁ ଆୟୋଜକଙ୍କୁ ସେ ସାଧୁବାଦ ଜଣାଇଥିଲେ । ତାଙ୍କ ବକ୍ତବ୍ୟରେ କହିଥିଲେ, ଗାନ୍ଧୀ ଶବ୍ଦ ସୁଗନ୍ଧରୁ ଆସିଛି । ଗାନ୍ଧୀ ନିଜେ ତ ସୁଗନ୍ଧିତ ଥିଲେ, ଯୁଆଡ଼େ ଯାଉଥିଲେ ସୁଗନ୍ଧ ପ୍ରବାହିତ କରୁଥିଲେ । ପ୍ରାଣୀ କଲ୍ୟାଣ ତାଙ୍କ କାର୍ଯ୍ୟଧାରାର କେନ୍ଦ୍ରବିନ୍ଦୁ ଥିଲା । ସେ ଖାଲି କଥାରେ କହୁ ନ ଥିଲେ । ନିଜ କାର୍ଯ୍ୟରେ କରି ଦେଖାଉଥିଲେ । ‘ଗୋଟିଏ ଦେଶ ନିଜ ଜୀବଜନ୍ତୁଙ୍କ ପ୍ରତି କିଭଳି ଆଚରଣ ପ୍ରଦର୍ଶନ କରେ, ତାହାରି ଉପରେ ହିଁ ସେ ଦେଶର ମହାନତା ଓ ନୈତିକ ପ୍ରଗତିକୁ ଅନୁଶୀଳନ କରାଯାଇପାରେ’ । ମହାତ୍ମା ଗାନ୍ଧୀଙ୍କର ଏହି ପ୍ରସିଦ୍ଧ ଉକ୍ତିକୁ ଶ୍ରୀମତୀ ଗାନ୍ଧୀ ଉଦ୍ଧାର କରି ଜୀବ ସୁରକ୍ଷା ଆମର ନୈତିକ କର୍ତ୍ତବ୍ୟ ବୋଲି କହିଥିଲେ ।

ଶ୍ରୀମତୀ ଗାନ୍ଧୀ ପୁଣି କହିଥିଲେ, ଗାନ୍ଧୀଙ୍କ ବକ୍ତବ୍ୟ ଏତେ ପ୍ରଭାବଶାଳୀ ଯେ ଆଜି ବି ଲୋକେ ତାଙ୍କ ଦ୍ୱାରା ପ୍ରଭାବିତ ହେଉଛନ୍ତି । ଧର୍ମ, ସବୁ ଜୀବନ୍ତ ପ୍ରାଣୀକୁ ସମ୍ମାନ ଦେବା ଶିଖାଏ । ଆମେ ଦିନସାରା ନୃଶଂସ ଆଚରଣ ପ୍ରଦର୍ଶନ କରି ରାତିରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଯେ ଭଗବାନ ମୋତେ କ୍ଷମା କରିଦିଅ । ଇଏ କି ପ୍ରକାର ଆଚରଣ? ଗାନ୍ଧୀଜୀ କହୁଥିଲେ, ମଣିଷ ମାଂସ ଖାଇବାକୁ ଜନ୍ମ ହୋଇନି, ସେ ଜନ୍ମତଃ ଶାକାହାରୀ । ପ୍ରାଣୀ ଜଗତ ଉପରେ ମଣିଷର ଅତ୍ୟାଚାର ସବୁଠାରୁ ବଡ଼ ହିଂସା । ଯେଉଁ ଲୋକ ପଶୁଙ୍କ ପ୍ରତି ହିଂସ୍ର, ସେତିକି ଭାବେ ମଣିଷଙ୍କ ପ୍ରତି ହିଂସ୍ର । କୌଣସି ଜୀବ ପ୍ରତି ଅତ୍ୟାଚାର ହିନ୍ଦୁତ୍ୱର ଅବମାନନା । ଆମେ ମନ୍ଦିର ଯାଉ ବୋଲି ହିନ୍ଦୁ ନୁହେଁ । ଆମେ ସମସ୍ତଙ୍କୁ ଇଜ୍ଜତ ଦେଉ ବୋଲି ହିନ୍ଦୁ । ହିନ୍ଦୁ ହୋଇ କାହା ମନରେ ଘୃଣା ଭାବ ରହିବା କଥା ନୁହେଁ ।

ହିନ୍ଦୁ ଧର୍ମରେ ମା’ଙ୍କୁ ବଳି କି ରକ୍ତ ଦେବା କେଉଁଠି ଲେଖା ନାହିଁ । ମନସ୍କାମନା ପୂରଣ ପାଇଁ ବୋଦା ବଳି ପକାଇବା କେଉଁଠି ଲେଖା ନାହିଁ । ମୁସଲମାନ, ଖ୍ରୀଷ୍ଟିଆନଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା । କୋରାନରେ କେଉଁଠି ପଶୁହତ୍ୟା ହିଂସା କଥା ଲେଖାନାହିଁ । ପ୍ରୋଫେଟ୍ ମହମ୍ମଦ ନିଜେ ଶାକାହାରୀ ଥିଲେ । ସେହିଭଳି ବାଇବେଲରେ ମଧ୍ୟ ସମାନ କଥା । ସେମାନଙ୍କ ଆଦିମ ଅଧିବାସୀମାନେ ଶାକାହାରୀ । ମାତ୍ର ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍ ଆମେ କେହି ଆମ ଧର୍ମକୁ ସମ୍ମାନ ଦେଉନାହୁଁ । ସବୁ ଜୀବକୁ ସମ୍ମାନ ଦେବା ଏବଂ ସବୁକଥା ସହିଯିବା ହେଉଛି ଅହିଂସା । ଯାହାକୁ ଆମେ ସମ୍ମାନ ଦେବା ତାକୁ ହତ୍ୟା କରି ଭକ୍ଷଣ କରିବା ଆଦୌ ଗ୍ରହଣୀୟ ନୁହେଁ । ଏହି କ୍ରୁରତାକୁ ବରଦାସ୍ତ କରାଯାଇପାରିବନି ।

ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ସେ କହିଥିଲେ ଆମେ ତାଙ୍କୁ ପ୍ରଶଂସା ନ କରି ତାଙ୍କ ପରି ହେବା ପାଇଁ କାହିଁକି ଚେଷ୍ଟା ନ କରିବା? ଆମେ ସାଧାରଣତଃ କ୍ଷମତାଶାଳୀ ନେତା, ଧନୀବ୍ୟକ୍ତିଙ୍କ ସାମନାରେ ନଇଁଯାଉ । ପାଦ ବି ଛୁଉଁ । କିନ୍ତୁ ସେମାନଙ୍କ ପଦ ଚାଲିଗଲେ କି ପ୍ରାଚୁର୍ଯ୍ୟ ଚାଲିଗଲେ ତାଙ୍କୁ ମୂଲ୍ୟହୀନ କହି ଭୁଲିଯାଉ । ମାତ୍ର ମହାତ୍ମା ଗାନ୍ଧୀଙ୍କର କ୍ଷମତା, ଧନସମ୍ପଦ ବୋଲେ କିଛି ନ ଥିଲା । ଫକୀର ଥିଲେ । ଅଥଚ ତାଙ୍କର ସୁଗୁଣ ଓ ମହାନତା ପାଇଁ ସାରା ଦୁନିଆ ଲୋକଙ୍କ ହୃଦୟରେ ସେ ବିରାଜମାନ । ତାଙ୍କ ପ୍ରତି ସମ୍ମାନ ଆପେ ଆପେ ଚାଲିଆସେ । ଏହାର ଅର୍ଥ ଆମ ହୃଦୟ ଏବେ ବି ସ୍ୱଚ୍ଛ । ମହାତ୍ମା ଗାନ୍ଧୀଙ୍କଠାରୁ ଆମେ ନିଶ୍ଚିତ ଶିଖିପାରିବା ।

ନିଜ ସମ୍ପର୍କରେ ଶ୍ରୀମତୀ ଗାନ୍ଧୀ କହିଥିଲେ, ମୁଁ ୧୮ ବର୍ଷ ବୟସରେ ବାହା ହୋଇଥିଲି । ମାଂସ ଖାଉଥିଲି । ଜୀବଜନ୍ତୁ ଦେଖିଲେ ତାକୁ ସୁରକ୍ଷା ଦେବାକୁ କହୁଥିଲି । ମୋ ସ୍ୱାମୀ ଥରେ କହିଲେ- ତୁମେ ଦିନସାରା ଜୀବ ସୁରକ୍ଷା କଥା କହି ମୋତେ ଅସ୍ତବ୍ୟସ୍ତ କରିଦେଉଛ, କିନ୍ତୁ ରାତିରେ ମାଂସ ଖାଉଛ । ଯାହା କରିବ ଗୋଟେ କର । ମାଂସ ଖାଇବା ଛାଡ଼, ନହେଲେ ଜୀବ ସୁରକ୍ଷା କଥା କହିବା ଛାଡ଼ । ମୋ ସ୍ୱାମୀଙ୍କ କଥା ଶୁଣି ସେଦିନ ମୁଁ ବହୁତ କାନ୍ଦିଥିଲି । ସେତେବେଳେ ମୁଁ ସୁପ୍ ପିଉଥିଲି । ସେ ଗରମ ସୁପ୍ ମୋ ହାତରେ ପଡ଼ିଗଲା, ଆଜି ଯାଏଁ ସେ ପୋଡ଼ା ଦାଗ ଅଛି । ସେଇ ରାତିରୁ ମୁଁ ଆମିଷ ଖାଇବା ଛାଡ଼ି ଦେଲି ।

ଖାଲି ସେତିକି ନୁହେଁ, ଜୀବଜନ୍ତୁରୁ ପ୍ରସ୍ତୁତ କୌଣସି ଜିନିଷ ଛୁଅଁନ୍ତି ବି ନାହିଁ । ଏହି କାରଣରୁ ଲିପଷ୍ଟିକ୍ ଏବଂ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି ନାହିଁ । ଆଜିକାଲି ବଜାରରୁ ନୂଆ କଟନ୍ ଶାଢ଼ୀ କିଣନ୍ତି ନାହିଁ । ୪୦/୫୦ ବର୍ଷ ତଳୁ ସାଇତି ରଖିଥିବା ଶାଢ଼ୀ ପିନ୍ଧୁଛନ୍ତି । ସେତିକିରେ ମଧ୍ୟ ତାଙ୍କୁ ଦୁଃଖ ଲାଗେ ବୋଲି ସେ କହିଥିଲେ ।

ସମାରୋହରେ ଭିତ୍ତି ଭାଷଣ ପ୍ରଦାନ କରି ପ୍ରଫେସର ନିବେଦିତା ମହାନ୍ତି ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ପ୍ରକୃତି, ଜୀବଜନ୍ତୁ ଏବଂ ପରିବେଶକୁ ସେ ଖୁବ ଭଲ ପାଉଥିଲେ। ଏକ ଉନ୍ନତ ସମାଜ ଗଠନ କରିବା ଥିଲା ତାଙ୍କର ସ୍ବପ୍ନ। ଆମେ ଏହି ସ୍ୱପ୍ନ ସାକାର କରି ପାରିଲେ ତାହାହିଁ ହେବ ମାଟିର ଗାନ୍ଧୀ ରାଜକିଶୋର ନାୟକଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି।

ପ୍ରାରମ୍ଭରେ ଫାଉଣ୍ଡେସନର କର୍ମକର୍ତ୍ତା ତଥା ରାଜକିଶୋର ନାୟକଙ୍କ ପୁଅ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିବା ସହିତ କହିଥିଲେ ଯେ, ଯେପର୍ଯ୍ୟନ୍ତ ଗାନ୍ଧୀ ବିଚାରଧାରା ଲୋକଙ୍କୁ ପ୍ରଭାବିତ କରୁଥିବ , ସେ ପର୍ଯ୍ୟନ୍ତ ଜନମାନସରେ ଗାନ୍ଧୀ ବଞ୍ଚିଥିବେ।

ସମାରୋହରେ ସଭାପତିତ୍ୱ କରି ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନର ସଭାପତି ପ୍ରହଲାଦ କୁମାର ସିଂହ ଗାନ୍ଧୀଜୀଙ୍କ ତିନି ମାଙ୍କଡ଼ ପ୍ରସଙ୍ଗ ଉପସ୍ଥାପନ କରିବା ସହିତ ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ମଞ୍ଚାସୀନ ଥିଲେ। ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଫାଉଣ୍ଡେସନର ସଦସ୍ୟ ନୀଳୟକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ଛାଡ଼ ପାଇଲେ ଲଳିତ ବେହେରା !

Next Post

‘ସରକାରୀ ଛତ୍ରଛାୟାରେ ଖଣି ଲୁଟ’

Next Post
‘ସରକାରୀ ଛତ୍ରଛାୟାରେ ଖଣି ଲୁଟ’

'ସରକାରୀ ଛତ୍ରଛାୟାରେ ଖଣି ଲୁଟ'

Comments 1

  1. Amiya Nayak says:
    4 months ago

    The speach delivered by smt. Maneka sanjay Gandhi on animal wefare and gandhiji was highly influential. That touched me deeply as one of the lover of Gandhian philosophy. I’m astonished to see the paralyised action of our govt mechanisms inspite of having rule and acts on cruelity on animals! The future of our earth, our up coming generations is going to be in danger unless we save our ecosystem by showing pitiness towards animals. No so called mis interpreted theory of religions can help to survive us rather than gandhian philosophy

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA