ଭୁୁବନେଶ୍ୱର: ଓଡ଼ିଶାରେ ବିଜେଡି-ବିଜେପି ମଧୁର ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଦିଲ୍ଲୀ ହାଇକମାଣ୍ଡକୁ ଭେଟି ଭୁବନେଶ୍ୱର ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଆଉ ନରମ ନୁହେଁ, ଏଥର ବିଜେଡି ସହ ଯୁଦ୍ଧ ହେବ ବୋଲି ସେ କହିଛନ୍ତି । ମନମୋହନଙ୍କ ନେତୃତ୍ୱରେ ବିଧାୟକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ସାକ୍ଷାତ କରି ଆଗାମୀ ନିର୍ବାଚନ ରଣନୀତି ସମ୍ପକୟରେ ଆଲୋଚନା କରିଥିଲେ ।