ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ଇନଫରମେସନ ଟେକେନୋଲୋଜି(ଇଟି ଆଣ୍ଡ ଆଇଟି) ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ପୂର୍ବଭଳି ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଦାୟିତ୍ୱରେ ରହିବେ । ରାଜ୍ୟ ସରକାର ଆଜି ତାଙ୍କୁ ଏହି ପୁନଃନିଯୁକ୍ତି ଦେଇଛନ୍ତି ।
ସୂଚନାଥାଉକି, ଆଇଆରଟିଏସ୍ ଅଫିସର ଶ୍ରୀ ମିଶ୍ର କେନ୍ଦ୍ରରୁ ଓଡ଼ିଶାକୁ ଡେପୁଟେସନ୍ ରେ ଆସିଥିବା ବେଳେ ଇଟି ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଓଏସଡି ଭାବେ ତାଙ୍କୁ ଅତିରିକ୍ତ ନିଯୁକ୍ତି ମିଳିଥିଲା । ତେବେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ୍ ଅବଧି ସରିବାକୁ ଯାଉଥିବା ବେଳେ ସେ ଚାକିରିରୁ ଇସ୍ତଫା ଦେଇଥିଲେ । ତତକ୍ଷଣାତ ରାଜ୍ୟ ସରକାର ତାଙ୍କୁ ଠିକା ଭିତ୍ତିରେ ପୂର୍ବ ଜାଗାରେ ନିଯୁକ୍ତି ଦେଇଛନ୍ତି ।