Friday, April 17, 2026 06:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଜିଠାରୁ ୧୪ ଦିନ ମାସ୍କ ଅଭିଯାନ, ନ ପିନ୍ଧିଲେ ଡବଲ୍ ଜୋରିମାନା

ଲକଡାଉନ୍ ଯଦି ଚାହୁଁନ, ମାସ୍କ ପିନ୍ଧ: ମୁଖ୍ୟମନ୍ତ୍ରୀ

by Our Correspondent
09 Apr, 2021- 04:48 PM
in Latest News, News
1 min read
0
ଆଜିଠାରୁ ୧୪ ଦିନ ମାସ୍କ ଅଭିଯାନ, ନ ପିନ୍ଧିଲେ ଡବଲ୍ ଜୋରିମାନା

ଭୁବନେଶ୍ୱର: ଯଦି ଆପଣ ଚାହାଁନ୍ତି ଆପଣଙ୍କ ରୋଜଗାର ବନ୍ଦ ନ ହେଉ, ଆପଣଙ୍କ ଜୀବିକା ଠିକ୍ ଭାବରେ ଚାଲୁ ତେବେ ଆପଣଙ୍କୁ ନିଶ୍ଚୟ ମାସ୍କ ପିନ୍ଧିବାକୁ ପଡ଼ିବ । ତେଣୁ ଆମର ଜୀବନ ଶୈଳୀରେ ଯଦି ଏକ ଛୋଟିଆ ପରିବର୍ତ୍ତନ ଆଣିପାରିବା, ମାସ୍କକୁ ଆମର ସାଥୀ କରିପାରିବା ତେବେ ଆମେ ବିନା ଲକଡାଉନ୍ ରେ କରୋନା ବିପଦରୁ ରକ୍ଷା ପାଇପାରିବା । ଆପଣଙ୍କ ସହଯୋଗ ହିଁ ଆମକୁ ଏ ଯୁଦ୍ଧରେ ବିଜୟୀ କରିପାରିବ ।

ଓଡ଼ିଶାବାସୀଙ୍କୁ ଆଜି ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ ଯଦି କୋଭିଡ୍ ନିୟମ ମାନିବା, ମାସ୍କ ଠିକ୍ ଭାବରେ ପିନ୍ଧିବା ତେବେ ବିନା ଲକଡାଉନ୍ ରେ କରୋନା ସଂକ୍ରମଣକୁ ରୋକିପାରିବା । ଲକଡାଉନ୍ ଯଦି ଚାହୁଁନ ତେବେ ମାସ୍କ ପିନ୍ଧ ବୋଲି ମୁଖ୍ୟମନ୍ତ୍ରୀ ଏକପ୍ରକାର ଶୁଣାଇ ଦେଇଛନ୍ତି ।

ମାସ୍କ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରିବା ପାଇଁ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ମାସ୍କ ଅଭିଯାନ ଡାକରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ୧୪ ଦିନ କୌଣସି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ତାହା ସବୁଦିନ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବରେ ମାସ୍କ ପିନ୍ଧିବା । ବେକରେ ଝୁଲାଇ କରି ନୁହେଁ । ତେବେ ଯାଇ ଆମେ କରୋନାକୁ ଜିତିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅଭିଯାନରେ ମା’ ମାନଙ୍କୁ ବିଶେଷ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଆପଣଙ୍କ ପରିବାରର ଲୋକମାନେ ବିଶେଷ କରି ପିଲାମାନେ ଯେତେବେଳେ ବି ବାହାରକୁ ଯାଉଛନ୍ତି, ସେତେବେଳେ ସେମାନେ ଯେପରି ଠିକ୍ ଭାବରେ ମାସ୍କ ପିନ୍ଧିବେ ସେଥିପାଇଁ ଧ୍ୟାନ ଦିଅନ୍ତୁ । ମା’ ମାନେ ସତର୍କ ହେଲେ କରୋନା କେବେ ବି ଆମ ଘର ଭିତରକୁ ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି । ମା’ ମାନେ ଘର ଜଗନ୍ତୁ ।

ମାସ୍କ ଅଭିଯାନରେ ଅମାନିଆଙ୍କଠାରୁ ଦୁଇଗୁଣା ଜରିମାନା ଆଦାୟ ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ଠିକ୍ ଭାବରେ ନ ପିନ୍ଧି ବାହାରକୁ ଆସିଲେ ଏହି ଜରିମାନା ଦେବାକୁ ପଡ଼ିବ । କିଛି ଲୋକଙ୍କ ଅବହେଳା ପାଇଁ ସାରା ସମାଜ କାହିଁକି ଲକଡାଉନ୍ ଭଳି ପରିସ୍ଥିତିର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡ୍ ର ପ୍ରଥମ ଲହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା । ବାରମ୍ବାର ଲକଡାଉନ୍ ସଟଡାଉନ୍ କରିବାକୁ ପଡ଼ିଥିଲା । ଲକଡାଉନ୍ ରେ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବାଣିଜ୍ୟ ବ୍ୟବସାୟ କ୍ଷତିରେ ଚାଲିଥିଲା । ଗରିବ ଲୋକଙ୍କ ରୋଜଗାର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା । ସାମାଜିକ ଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା ।

ଏବେ କୋଭିଡ୍ ର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହେଲାଣି । ଏହା ବହୁତ ଶୀଘ୍ର ବ୍ୟାପୁଛି । ଆମ ଦେଶର ଅନେକ ରାଜ୍ୟରେ ଲକଡାଉନ୍ ସଟଡାଉନ୍ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଗଲାଣି । କିନ୍ତୁ ଆମେ ଯଦି କୋଭିଡ୍ ନିୟମ ମାନିବା, ମାସ୍କ ଠିକ୍ ଭାବରେ ପିନ୍ଧିବା ତେବେ ବିନା ଲକଡାଉନ୍ ରେ କରୋନା ସଂକ୍ରମଣକୁ ରୋକିପାରିବା ।

ମାସ୍କ ହିଁ ବର୍ତ୍ତମାନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ । ଯେଉଁମାନେ ଟିକା ନେଇଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧନ୍ତୁ । ତା’ ହେଲେ ଯାଇ ଆମେ ବିନା ଲକଡାଉନ୍ ରେ କରୋନାକୁ ରୋକି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Previous Post

ସମଲେଇ ଯୋଜନା: ଥଇଥାନ, ପୁନର୍ବାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Next Post

ମନ୍ତ୍ରୀମାନଙ୍କ ଦକ୍ଷତାର ଦ୍ୱିତୀୟ ପାଳି ହିସାବ ନିକାଶ

Next Post
ମନ୍ତ୍ରୀମାନଙ୍କ ଦକ୍ଷତାର ଦ୍ୱିତୀୟ ପାଳି ହିସାବ ନିକାଶ

ମନ୍ତ୍ରୀମାନଙ୍କ ଦକ୍ଷତାର ଦ୍ୱିତୀୟ ପାଳି ହିସାବ ନିକାଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA