Wednesday, May 20, 2026 04:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋହନ ସରକାରଙ୍କ ପୂର୍ତ୍ତି ପାଳନ ପାଇଁ ବଡ଼ ଆୟୋଜନ

by Our Correspondent
28 May, 2025- 09:46 PM
in Latest News, News
1 min read
0
ମୋହନ ସରକାରଙ୍କ ପୂର୍ତ୍ତି ପାଳନ ପାଇଁ ବଡ଼ ଆୟୋଜନ

ଭୁବନେଶ୍ୱର: ଜୁନ୍ ୧୨ ତାରିଖରେ ମୋହନ ମାଝୀ ସରକାରଙ୍କୁ ପୂରିବ ବର୍ଷେ । ରାଜ୍ୟବ୍ୟାପୀ ଏହାକୁ ଧୂମଧାମରେ ପାଳିବା ପାଇଁ ବଡ଼ ଯୋଜନା ହୋଇଛି । ଭୋଜିଭାତ, ନାଚ, ଗୀତ ଆସର ସାଙ୍ଗକୁ ସରକାରଙ୍କ ସଫଳତା ଲୋକଙ୍କୁ ଜଣାଇବା ପାଇଁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜୁନ୍ ୫ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜୁନ୍ ୨୦ ପର୍ଯ୍ୟନ୍ତ ଚାଲିବ । ଏକ ଉଚ୍ଚସ୍ତରୀୟ ବୈଠକରେ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ ହୋଇଛି ।

ଜୁନ୍ ୧୨ ତାରିଖରେ ଜନତା ମଇଦାନରେ ମୁଖ୍ୟ ଉତ୍ସବ ପୂର୍ବରୁ ଜୁନ୍ ୫ ତାରିଖରୁ ୧୨ ତାରିଖ ମଧ୍ୟରେ ୪ଟି ଡିନର୍ ପାର୍ଟିର ଆୟୋଜନ କରାଯାଉଛି । ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ମୁଖ୍ୟମନ୍ତ୍ରୀ ସେହି ପାର୍ଟିରେ ମିଶିବେ । ପ୍ରଥମ ଡିନର୍ ପାର୍ଟିକୁ ରାଜ୍ୟର ବିଶିଷ୍ଟ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା ହୋଇଥିବା ବେଳେ ଦ୍ୱିତୀୟ ଡିନର୍ ପାର୍ଟିକୁ ଶିଳ୍ପୋଦ୍ୟୋଗୀ, ତୃତୀୟ ଡିନର୍ ପାର୍ଟିକୁ ସିଭିଲ୍ ସୋସାଇଟି ବ୍ୟକ୍ତିବିଶେଷ ଏବଂ ଚତୁର୍ଥ ଡିନର୍ ପାର୍ଟିକୁ ବିଧାୟକ ଏବଂ ସାଂସଦମାନଙ୍କୁ ନିମନ୍ତ୍ରଣ କରାଯିବ । ଏହିସବୁ ବୈଠକରେ ରାଜ୍ୟର ବିକାଶ ପାଇଁ ପ୍ରସ୍ତାବ ନିଆଯିବ ।

୧୨ ତାରିଖରେ ଜନତା ମଇଦାନରେ ହେବାକୁ ଥିବା ମୁଖ୍ୟ ଉତ୍ସବରେ ମୋହନ ସରକାରଙ୍କ ସଫଳତା ଉପରେ ପର୍ଯ୍ୟବେସିତ ୫ ମିନିଟିଆ ଥିମ୍ ସଙ୍ଗ୍ ଏବଂ ୨୫ ମିନିଟିଆ ଡକୁ୍ୟମେଣ୍ଟାରି ଫିଲ୍ମ ପ୍ରଦର୍ଶନ ହେବ । ୨୦୩୬ର ଭିଜନ୍ ଡକୁ୍ୟମେଣ୍ଟ ମଧ୍ୟ ଉନ୍ମୋଚିତ ହେବ । ସରକାରଙ୍କ ୩୬୫ ଦିନ ପୂରଣକୁ ସ୍ମରଣୀୟ କରିବା ପାଇଁ ୩୬୫ଟି ପ୍ରକଳ୍ପର ଶିଳାନ୍ୟାସ କରାଯିବ । ୩୬୫ଟି ପ୍ରକଳ୍ପକୁ ଉଦଘାଟନ କରାଯିବ । ସେଦିନ ସଂଧ୍ୟାରେ ବିରାଟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସେଦିନର କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି ।

ଜୁନ୍ ୧୨ରେ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହେଉଥିବା ପୂର୍ତ୍ତି ପାଳନ ଉତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚାଲିବ । ଜୁନ୍ ୧୩ରେ ବ୍ରହ୍ମପୁରରେ ରାଜ୍ୟସ୍ତରୀୟ ନାରୀଶକ୍ତି ସମାବେଶ ଅନୁଷ୍ଠିତ ହେବ । ଜୁନ୍ ୧୮ରେ ଢ଼େଙ୍କାନାଳରେ ଯୁବଶକ୍ତି, ଜୁନ୍ ୧୯ରେ ମୟୁରଭଞ୍ଜରେ ଆଦିବାସୀଶକ୍ତି ଏବଂ ଜୁନ୍ ୨୦ରେ ବରଗଡ଼ରେ ଚାଷୀଶକ୍ତି ସମାବେଶ ହେବ ।

ଏହା ବାଦ୍, ରାଜ୍ୟର ସବୁ ଜାଗାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଥିଏଟର୍ ଫେଷ୍ଟିଭାଲ୍ ହେବ । ଭଞ୍ଜ କଳାମଣ୍ଡପରେ ହେବ ମୁ୍ୟଜିକାଲ୍ ଇଭେଣ୍ଟ । ମୋହନ ସରକାରଙ୍କ ସଫଳତାର ଗାଥା ଧରି ପ୍ରତି ବ୍ଲକ୍ ରେ ବିକାଶ ରଥ ବୁଲିବ । ବିଭିନ୍ନ ସରକାରୀ ମାଗାଜିନ୍ ରେ ମୋହନ ସରକାରଙ୍କ ପ୍ରଶଂସାରେ ସ୍ୱତନ୍ତ୍ର ସଂଖ୍ୟା ବାହାରିବ । ପିଲାଙ୍କ ମଧ୍ୟରେ “ମୋ ସ୍ୱପ୍ନର ଓଡ଼ିଶା’କୁ ନେଇ ପ୍ରତିଯୋଗିତା ହେବ ।

ସବୁ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗକୁ ଦାୟିତ୍ୱ ବଣ୍ଟା ଯାଇଛି । ପୂର୍ତ୍ତ, ଗୃହ ଏବଂ ଶିଳ୍ପ ବିଭାଗ ପରଷ୍ପର ମଧ୍ୟରେ ସମନ୍ୱୟ ରଖି ଏହି ସବୁ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ । କାର୍ଯ୍ୟକ୍ରମ ରୂପାୟନ ଦାୟିତ୍ୱ ଇପିକଲ୍ ଉପରେ ନ୍ୟସ୍ତ କରାଯାଇଛି ।

Previous Post

ପ୍ରତି ମାସରେ ହେବ ବିଭାଗ ସ୍ତରରେ କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସମୀକ୍ଷା

Next Post

ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୭ ତମ ସମ୍ମାନସୂଚକ ଡକ୍ଟରେଟ୍

Next Post
ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୭ ତମ ସମ୍ମାନସୂଚକ ଡକ୍ଟରେଟ୍

ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୭ ତମ ସମ୍ମାନସୂଚକ ଡକ୍ଟରେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA