Wednesday, June 24, 2026 09:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଟାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା

କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ

by Our Correspondent
25 Jan, 2026- 11:25 PM
in Latest News, News
1 min read
0
ପାଟାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା

ଭୁବନେଶ୍ୱର: ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାର କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ୍‌ର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଆଜି ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏହି ମିନି ମାରାଥନର ଆୟୋଜିତ ହୋଇଯାଇଛି । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ୨୦୧୬ ମସିହାରୁ ଏହି ପ୍ରୟାସ ଆରମ୍ଭ କରିଆସୁଛନ୍ତି । ମାରାଥନ ମାଧ୍ୟମରେ ସମସ୍ତଙ୍କୁ ଏକ ସୁନ୍ଦର ବାର୍ତ୍ତା ଦିଆଯାଇଛି- ଫିଟନେସ୍ ରହିବା ଯେଭଳି ସମସ୍ତଙ୍କ ପାଇଁ ଆବଶ୍ୟକ ସେହିପରି ଜଳ, ବାୟୁ, ମାଟି ଓ ଶିକ୍ଷା ମଧ୍ୟ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଚଳିତ ବର୍ଷ ଓଡ଼ିଶାର ୩୫ଟି ସ୍ଥାନ ଓ ଭାରତର ବିଭିନ୍ନ ସ୍ଥାନରେ ଏହି ମିନି ମାରାଥନ ଆୟୋଜନ କରାଯାଇଥିଲା । ଏହାର ଏକ ଅଂଶ ବିଶେଷ ଭୁବନେଶ୍ୱରରେ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥିଲା । ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପାଟାଥନର ତୃତୀୟ ସଂସ୍କରଣରେ ୬ ହଜାରରୁ ଊର୍ଦ୍ଧ୍ୱ ମହିଳା ପାଟ ଶାଢ଼ି ପିନ୍ଧି ଦୌଡ଼ିଥିଲେ । ‘ମହିଳା ସଶକ୍ତିକରଣ’ ଓ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଟାଥନ ଆୟୋଜନ କରାଯାଉଛି । କିଟ୍‌, କିସ୍ ଓ କିମ୍‍ସର ୫ହଜାର ମହିଳା କର୍ମଚାରୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ଶିଖରଚଣ୍ଡୀ ମନ୍ଦିର ଛକରୁ କିସ୍ ଆଥଲେଟିକ୍ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ ।

ଏହି ଗଣଦୌଡ଼ରେ ସୁନ୍ଦରଗଡ଼ର ସୁସ୍ମିତା ଟିଗା ପ୍ରଥମ ପୁରସ୍କାର ୫୦ ହଜାର ଟଙ୍କା ଜିଣିଥିବା ବେଳେ ଦିପ୍ତିରାଣୀ ସାହୁ ଦ୍ୱିତୀୟ ଓ କଟକର ବାସନ୍ତୀ ମୁଣ୍ଡା ତୃତୀୟ ହୋଇ ଯଥାକ୍ରମେ ୪୦ ହଜାର ଓ ୩୦ ହଜାର ଟଙ୍କା ପୁରସ୍କାର ଜିତିଥିଲେ । ସେହିପରି ୭ଜଣ ରନର୍ସଅପ୍‍ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ବିଜୟୀଙ୍କୁ ପାଟଶାଢ଼ି ପ୍ରଦାନ କରାଯାଇଥିଲା । କିଟ କେ- ୩ ମହିଳା କ୍ଲବ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ଯଶୋଧାରା ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଡ଼ା, ଅଲିମ୍ପିଆନ୍‍ ଦୂତି ଚାନ୍ଦ, ଅନୁରାଧା ବିଶ୍ୱାଳ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ମାରାଥନରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ଉତ୍ସାହିତ ଓ ପୁରସ୍କାର ପ୍ରଦାନ କରିଥିଲେ ।

Previous Post

ଅସାଧାରଣ ପ୍ରତିଭାଙ୍କୁ ଜାତୀୟ ସ୍ୱୀକୃତି

Next Post

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

Next Post

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA