Friday, April 24, 2026 06:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅରୁଣ, ଅତନୁଙ୍କ ପରେ ଘେରିଲେ ପ୍ରତାପ ଦେବ

ସୌମ୍ୟଙ୍କ ଚାଲେଂଜ: ବିଜେଡିରୁ ମୁଁ ଇସ୍ତଫା ଦେବିନି

by Our Correspondent
09 Sep, 2023- 09:47 PM
in Latest News, News, Politics
1 min read
0
ଅରୁଣ, ଅତନୁଙ୍କ ପରେ ଘେରିଲେ ପ୍ରତାପ ଦେବ

ଭୁବନେଶ୍ୱର: ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ସୌମ୍ୟ ପଟ୍ଟନାୟକଙ୍କୁ ଆଜି ଟାର୍ଗେଟ୍ କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ସୌମ୍ୟ କେମିତିକା ବ୍ଲାକମେଲର୍ ତାହା ସେ ବୁଝାଇ ଦେଇଛନ୍ତି । ବିଜେଡି ପ୍ରତି ତାଙ୍କର ଯଦି ଏତେ ବିତୃଷ୍ଣା ତେବେ ଦଳତ୍ୟାଗ କରି ସମ୍ପାଦକୀୟ ଲେଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ସୌମ୍ୟ ତାଙ୍କ ଜବାବରେ ବିଜେଡିରୁ ଇସ୍ତଫା ଦେବେନି ବୋଲି କହି ଓଲଟି ଦଳକୁ ଚାଲେଂଜ କରିଛନ୍ତି ।

ସୌମ୍ୟବାବୁ ଜଣେ ବ୍ଲାକମେଲର୍ ବୋଲି ମନ୍ତ୍ରୀ ପ୍ରତାପ ଦେବ ବି ଆଜି କହିଛନ୍ତି । ସେ କହିଛନ୍ତି ଯେ ଦଳ ଭିତରେ ରହି ସମ୍ପାଦକୀୟ ଆଳରେ ଯଦି ନିଜ ଦଳକୁ ସମାଲୋଚନା କରିବେ, ଦଳର ନୀତିକୁ ସମାଲୋଚନା କରିବେ, ନେତାଙ୍କୁ ସମାଲୋଚନା କରିବେ ତାକୁ ବ୍ଲାକମେଲିଂ କୁହାଯାଏ । ସୌମ୍ୟବାବୁ ନିର୍ଦ୍ଦିଷ୍ଟ ଦଳରେ ରହି ଅନୁଶାସନ ଭଙ୍ଗ କରୁଛନ୍ତି । ଧାରାବାହିକ ଏବଂ ଉଦ୍ଦେଶ୍ୟମୂଳକ ଭାବେ ସମାଲୋଚନା କରୁଛନ୍ତି । ଏହା ବିଲକୁଲ ସମୀଚୀନ ନୁହେଁ । ଦଳ ଭିତରେ ଥାଇ ଦଳୀୟ ଫୋରମ୍ ରେ ନ କହି ବାହାରେ ସମାଲୋଚନା କରିବା ଦଳର ଶୃଙ୍ଖଳା ଭଙ୍ଗ ହେଉଛି । ଯଦି ବିଜେଡିରେ ସବୁ ଭୁଲ୍ ହେଉଛି ଏବଂ ତାଙ୍କୁ ଏତେ ଆଘାତ ଲାଗୁଛି ତେବେ ଦଳରୁ ଇସ୍ତଫା ଦେଇଦିଅନ୍ତୁ ।

୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମ୍ପର୍କରେ ସୌମ୍ୟବାବୁଙ୍କ ଆପତ୍ତି ଉପରେ ମତ ରଖିଛନ୍ତି ପ୍ରତାପ ଦେବ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଆସିବା ପରେ ଚର୍ଚ୍ଚାର ଅବସାନ ଘଟିବା ଦରକାର ।

ମନ୍ତ୍ରୀ ପ୍ରତାପ ଦେବଙ୍କ ଏହି ମନ୍ତବ୍ୟ ପରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏକ ପ୍ରେସ୍ ମିଟ୍ କରି ଏହାର ଜବାବ ରଖିଥିଲେ । ସେ ତିନୋଟି ଭୂମିକାରେ ଥିବାରୁ ଦ୍ୱନ୍ଦରେ ରହିବା ସ୍ୱାଭାବିକ ବୋଲି କହିବା ସହ ବିଜେଡିକୁ ଭଲପାଉଥିବାରୁ ଦଳର ଦୋଷ ଦୁର୍ବଳତା ସୁଧାରିବା ତାଙ୍କର ଦାୟିତ୍ୱ ବୋଲି ଦାବି କରିଥିଲେ । ମୁଁ ଦଳ କାହିଁକି ଛାଡ଼ିବି? ସେମାନଙ୍କର ସସପେଣ୍ଡ ଅଧିକାର ଅଛି, ସେମାନେ ଚାହିଁଲେ କରିପାରିବେ ବୋଲି କହିବା ସହ ଓଲଟି ସଚିବଙ୍କର ଇସ୍ତଫା ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ଏତେ ଅସହାୟ କାହିଁକି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ।

ସୂଚନାଯୋଗ୍ୟ, ସୌମ୍ୟ ପଟ୍ଟନାୟକଙ୍କ ଦଳ ବିରୋଧୀ ଆଚରଣକୁ ନେଇ ପ୍ରଥମେ ଟାର୍ଗେଟ୍ କରିଥିଲେ ତାଙ୍କର ଖଣ୍ଡପଡ଼ା ପ୍ରତିଦ୍ୱନ୍ଦୀ ତଥା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ତିନି ଦିନ ତଳେ ଜିଲ୍ଲାର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ସାମନାକୁ ଆସିଥିଲେ । ସୌମ୍ୟଙ୍କୁ ସେ ଜଣେ ବ୍ଲାକମେଲର୍ ଭାବେ ଅଭିହିତ କରିବା ସହ ତାଙ୍କର ମାଟିକୁ ସମ୍ମାନ ନାରା ଏକ ପ୍ରବ‚ନା ବୋଲି କହିଥିଲେ । ବିଧାୟକ ଭାବେ ୪ ବର୍ଷ ୪ ମାସ ସମୟ ଭିତରେ ସେ ମାଟିର କଥା କେତେ ବୁଝିଛନ୍ତି ତାହାର ଜବାବ ମାଗିଥିଲେ ଅରୁଣ । ତା’ ପରଦିନ ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁହଁ ଖୋଲିଥିଲେ । ସେ ମଧ୍ୟ ସୌମ୍ୟଙ୍କୁ ବ୍ଲାକମେଲର୍ କହିଥିଲେ । ଦଳ ବଦଳରେ ଅଭ୍ୟସ୍ତ ସୌମ୍ୟବାବୁଙ୍କର ବିଜେଡିରେ ବ୍ଲାକମେଲିଂ କରିବାର ପ୍ରୟାସ ସଫଳ ହେବ ନାହିଁ ବୋଲି ଅତନୁ କହିଥିଲେ ।

 

Previous Post

ପ୍ରତିଷ୍ଠା ହେବ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର

Next Post

ଭିନ୍ନକ୍ଷମ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶ

Next Post
ଭିନ୍ନକ୍ଷମ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଭିନ୍ନକ୍ଷମ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA