Wednesday, July 1, 2026 09:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବବିଙ୍କୁ କ୍ଲିନଚିଟ୍ ଦେଲେ ମନ୍ତ୍ରୀ ଟୁଟୁ ବଳ

'ନେତାଙ୍କ ସଂପୃକ୍ତି ମିଛ, ହଉ ହଉ ହେଇ ଯାଇଥିବ'

by Our Correspondent
21 Nov, 2024- 07:30 PM
in Latest News, News
1 min read
0
ବବିଙ୍କୁ କ୍ଲିନଚିଟ୍ ଦେଲେ ମନ୍ତ୍ରୀ ଟୁଟୁ ବଳ

ଭୁୁବନେଶ୍ୱର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ଓରଫ୍ ଲିକୁ ସାହୁଙ୍କ ଉପରେ ଆକ୍ରମଣ ପଛରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ(ବବି) ଦାସଙ୍କ ହାତ ଥିବା ଅଭିଯୋଗ ହୋଇଛି । ନିଜେ ବିଧାୟକ ଏହି ଅଭିଯୋଗ କରିବା ପରେ ଯାଜପୁର ଜିଲ୍ଲା ରାଜନୀତିରେ ତମ୍ବିତୋଫାନ ଲାଗି ରହିଛି । ଏଭଳି ସମୟରେ ବବିଙ୍କ ସୁରକ୍ଷାରେ ବାହାରି ତାଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସୁକିନ୍ଦା ବିଧାୟକ ତଥା ରାଜ୍ୟ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ(ଟୁଟୁ) ବଳ ସାମନ୍ତ ।

ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ମନ୍ତ୍ରୀଙ୍କର ପ୍ରତିକ୍ରିୟା ଲୋଡ଼ିଥିଲେ । ଏହି ଘଟଣାରେ ବବି ଦାସଙ୍କ ସଂପୃକ୍ତି ଅଛି ନା ନାହିଁ ବୋଲି ଜାଣିବାକୁ ଚାହିଁଥିଲେ । ମାତ୍ର ବବିଙ୍କର ସଂପୃକ୍ତି ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ବଳସାମନ୍ତ ସଫା ସଫା ଖଣ୍ଡନ କରିଥିଲେ । କହିଥିଲେ, ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା ପ୍ରାୟୋଜିତ ନୁହେଁ ବୋଲି ବାହାରୁ ମୁଁ ଶୁଣୁଛି । ସେଠି ରାସ୍ତାରୋକ ହୋଇଥିଲା । ସେହି ସମୟରେ ବିଧାୟକଙ୍କ ଗାଡ଼ି ପଶିଯାଇଛି । ଏଥିରେ କିଛି ପିଲା ରିଆକ୍ଟ କରିଛନ୍ତି । ଯାହା ହୋଇଛି ହଉ ହଉ ହେଇ ଯାଇଥିବ । ଏଥିରେ ନେତାଙ୍କ ସଂପୃକ୍ତି କେଉଁଠୁ ଆସିବ?

ମନ୍ତ୍ରୀଙ୍କର ଏହି ବୟାନ ବିଧାୟକ ଲିକୁ ସାହୁଙ୍କ ଗୋଷ୍ଠୀକୁ ଅଡୁଆରେ ପକାଇଛି । କାରଣ ଲିକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଧାୟକ ନିର୍ବାଚିତ ହେଲା ପରେ ବିଜେପିକୁ ସମର୍ଥନ କରୁଛନ୍ତି । ସେ ବିଜେପିରୁ ହିଁ ଟିକେଟ ଆଶାୟୀ ଥିଲେ ଏବଂ ଟିକେଟ ନ ପାଇବାରୁ ସ୍ୱାଧୀନ ଲଢ଼ିଥିଲେ । ତେଣୁ ତାଙ୍କୁ ବିଜେପି ବିଧାୟକ ଭାବେ ଗଣତି କରାଯାଉଛି । ମାତ୍ର ବିଜେପି ସରକାରରେ ଜିଲ୍ଲାର ହେଭିୱେଟ୍ ନେତା ଭାବେ ପରିଗଣିତ ହେଉଥିବା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବିଜେଡି ନେତା ବବି ଦାସଙ୍କ ସପକ୍ଷରେ ବାହାରିବା ଏବଂ ତାଙ୍କୁ କ୍ଲିନଚିଟ୍ ଦେବା ଲିକୁଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି । ଏହାକୁ ନେଇ ଯାଜପୁର ଜିଲ୍ଲା ରାଜନୀତି ରୋଚକ ମୋଡ଼ ନେଇଛି ।

ସୂଚନାଯୋଗ୍ୟ, ଗତକାଲି ସଂଧ୍ୟାରେ ଯାଜପୁର-କୁଆଖାଇ ରାସ୍ତାର ବୁଢ଼ାଘାଟଠାରେ ଯାଜପୁର ବିରଜା ହାଟ ଖୋଲିବା ପ୍ରତିବାଦରେ ଶତାଧିକ ବିଜେଡି କର୍ମୀ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଏତିକିବେଳେ ବିଧାୟକ ଲିକୁ ସାହୁ ଯାଜପୁରକୁ ଏକ ଜରୁରୀ କାମରେ ଯାଉଥିଲେ । ତାଙ୍କ ଗାଡ଼ି ସେଇ ଭିଡ଼ କାଟି ଅତିକ୍ରମ କରୁଥିବା ବେଳେ କିଛି ଆନେ୍ଦାଳନକାରୀ ଯୁବକ ଗାଡ଼ି ଆଡ଼କୁ ମାଡ଼ି ଆସି ଟେକାପଥର ମାଡ଼ କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଗାଡ଼ିର କାଚ ଭାଙ୍ଗି ବିଧାୟକଙ୍କୁ ଟଣାଓଟଣା କରିଥିଲେ । ମାଡ଼ ମାରିଥିବା ବି ଅଭିଯୋଗ ହୋଇଛି ।

ଏହି ଘଟଣା ପାଇଁ ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଧର୍ମଶାଳା ବିଧାୟକ । ବବି ଦାସଙ୍କ ସମର୍ଥକମାନେ ତାଙ୍କୁ ଯୋଜନାବଦ୍ଧ ଭାବେ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ବବି ଏହାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି । ବିଜେଡି ହିଂସାରେ ବିଶ୍ୱାସ କରେ ନାହିଁ ଏବଂ କୌଣସି ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଏଭଳି ଘଟଣା ଘଟାଇଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପୁଲିସକୁ ଅନୁରୋଧ କରିଥିବା ଗତକାଲି ଗଣମାଧ୍ୟମକୁ କହିଥିଲେ ।

Previous Post

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

Next Post

ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛନ୍ତି ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ

Next Post
ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛନ୍ତି ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛନ୍ତି ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA