Tuesday, January 20, 2026 04:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହଟହଟା ହେଲେ ପ୍ରଦୀପ ପାଣିଗ୍ରାହୀ

ବିରୋଧ ଯୋଗୁଁ ନିଜ ଅଞ୍ଚଳରେ ପଶିପାରିଲେନି ବିଧାୟକ

by Our Correspondent
25 Aug, 2023- 11:35 PM
in Latest News, News
1 min read
0
ହଟହଟା ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଗୋପାଳପୁର କାର୍ଯ୍ୟକ୍ରମରେ ଅଲବତ ଯୋଗଦେବେ ବୋଲି ଧମକ ଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସପ୍ତାହେ ହେଲା ଗଣମାଧ୍ୟମରେ କମ୍ପମାନ କରୁଥିଲେ । ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ଶ୍ରୀ ପାଣ୍ଡିଆନଙ୍କର କାର୍ଯ୍ୟକ୍ରମ ହେଲା । ମାତ୍ର କାର୍ଯ୍ୟକ୍ରମ ଭଣ୍ଡୁର ଦୂରେ ଥାଉ, ସେହି ଅଞ୍ଚଳ ଭେଦ କରିବାକୁ ସମର୍ଥ ହେଲେନି ପ୍ରଦୀପ । ଅଣ୍ଡା ଓ ପାଣି ବୋତଲ ମାଡ଼ ଖାଇ ବାଟରେ ଅଟକିଗଲେ ।

ଆଜି ସକାଳେ ସମସ୍ତଙ୍କୁ ଡାକି ବଜେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଭୁବନେଶ୍ୱରରୁ ଗୋପାଳପୁର ଅଭିମୁଖେ ବାହାରିଥିଲେ । ଦିନ ପ୍ରାୟ ୧୨.୩୦ ମିନିଟ୍ ରେ ବ୍ରହ୍ମପୁର ଲାଞ୍ଜିପଲୀ ନିକଟରେ ପହଞ୍ଚିବା ମାତ୍ରେ ତାଙ୍କୁ ସେଠାରେ ବିରୋଧ ହୋଇଥିଲା । ବିଜେଡି ସମର୍ଥକମାନେ ବିଧାୟକଙ୍କ ଗାଡ଼ିକୁ ଆଗକୁ ଯିବାକୁ ଦେଇ ନ ଥିଲେ । ଗଞ୍ଜାମର ଚୋର ବିଧାୟକ ଗୋ ବ୍ୟାକ୍, ଗଞ୍ଜାମର କଳଙ୍କ ବିଧାୟକ ଗୋ ବ୍ୟାକ୍, ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ପଇସା ନେଇଥିବା ବିଧାୟକ ଗୋ ବ୍ୟାକ୍, ବାଲି ମାଫିଆ ମଦ ମାଫିଆ ବିଧାୟକ ଗୋ ବ୍ୟାକ୍ ଆଦି ଲେଖାଥିବା ପ୍ଲାକାର୍ଡ ବ୍ୟାନର ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଙ୍କ ଗାଡ଼ି ଉପରକୁ ଅଣ୍ଡା ଓ ବୋତଲ ମାଡ଼ କରିଥିଲେ ।

ବିଧାୟକ ଶ୍ରୀ ପାଣିଗ୍ରାହୀ ଗାଡ଼ିରୁ ଓହ୍ଲାଇ ବିକ୍ଷୋଭକାରୀଙ୍କ ଉପରେ ଗରମ ଦେଖାଇ ଆଗକୁ ଯିବାକୁ ଜିଦ୍ ଧରିବାରୁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ବ୍ରହ୍ମପୁର ଟାଉନ ଥାନା ଆଇଆଇସି ସୁରେଶ ତ୍ରିପାଠୀ ବିଧାୟକଙ୍କୁ ବୁଝାସୁଝା କରୁଥିଲା ବେଳେ ସେ ଓଲଟି ତାଙ୍କୁ ବେ ବା କରି ର୍ଦୁବ୍ୟବହାର କରିଥିଲେ । ତତେ ମୁଁ ଫିନିସ୍ କରିଦେବି ବୋଲି ଧମକାଇଥିଲେ । ମାତ୍ର ଆଇଆଇସି ତାଙ୍କର ଧୈର୍ଯ୍ୟ ନ ହରାଇ ବିଧାୟକଙ୍କ ଗାଡ଼ିକୁ ଆଗକୁ ଯିବାକୁ ଦେଇଥିଲେ । ତାଙ୍କ ଗାଡ଼ି ବନେଟ୍ ଉପରକୁ ଚଢ଼ିଥିବା ବିଜେଡି ସମର୍ଥକଙ୍କୁ ଆଇଆଇସି ତାଙ୍କୁ ଲାଠିମାଡ଼ କରି ଘଉଡ଼ାଇ ଦେଇଥିଲେ ।

ଆଇଆଇସି ଶ୍ରୀ ତ୍ରିପାଠୀଙ୍କ ସହଯୋଗରେ ବିଧାୟକଙ୍କ ଗାଡ଼ି ଆଉ କିଛି ବାଟ ଗଲା ପରେ ସେଠାରେ ମଧ୍ୟ ତାଙ୍କୁ ପ୍ରବଳ ବିରୋଧ ହୋଇଥିଲା । ବିଜେଡି ସମର୍ଥକମାନେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ଓ ପାଣି ବୋତଲ ମାଡ଼ କରିଥିଲେ । ବିଧାୟକଙ୍କର ହାତଗଣତି ସମର୍ଥକଙ୍କ ସହ ମୁୂହାଁମୁହିଁ ହୋଇଥିଲା । ବିଧାୟକଙ୍କ ଗାଡ଼ି ଆଗକୁ ଆଉ ବଢ଼ି ପାରି ନ ଥିଲା । ସମର୍ଥନ ଅଭାବରୁ ନିଜ ନିର୍ବାଚନମଣ୍ଡଳୀରେ ପଶି ପାରିଲେନି ବିଧାୟକ ।

ସେପଟେ ରଙ୍ଗେଇଲୁଣ୍ଡାରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଭରପୂର ଲୋକ ଯୋଗ ଦେଇଥିଲେ । ସେହି ସଭାରେ ଶ୍ରୀ ପାଣ୍ଡିଆନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ନ ନେଇ ତାଙ୍କ ଜନବିରୋଧୀ କାର୍ଯ୍ୟକ୍ରମର ଗୁମର ଖୋଲିଥିଲେ । କୋଭିଡ୍ ବେଳେ ପ୍ରବାସୀଙ୍କୁ ଜନ୍ମମାଟି ଫେରାଇ ଆଣିବାର ନିଷ୍ପତ୍ତିକୁ ବିଧାୟକ ବିରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏହା ବ୍ୟତିବ୍ୟସ୍ତ କରିଥିଲା ବୋଲି ୫-ଟି ସଚିବ କହିଥିଲେ ।

 ପ୍ରଦୀପ ପାଣିଗ୍ରାହୀ କିନ୍ତୁ ଗଣମାଧ୍ୟମରେ ତୁହାକୁ ତୁହା ବାଇଟ୍ ଦେଇ ଶ୍ରୀ ପାଣ୍ଡିଆନଙ୍କୁ ଗାଳି କରିଛନ୍ତି ।

ସୂଚନାଥାଉକି, ଗୋପାଳପୁରର ତିନି ଥରିଆ ବିଜେଡି ବିଧାୟକ ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ । ଦଳବିରୋଧୀ କାର୍ଯ୍ୟ ପାଇଁ ସେ ୨୦୨୦ ନଭେମ୍ବର ୨୯ ରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ପାଠକ ପରିବାର ସହ ସମ୍ପର୍କରେ ଥିବା ବେଳେ ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ସେ ନିଜ ନିର୍ବାଚନମଣ୍ଡଳୀର ବହୁ ଲୋକଙ୍କଠାରୁ ଅର୍ଥ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ । ଚଢ଼ଉ ବେଳେ ତାଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ ହୋଇଥିଲା । ନିକଟରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଛି ।

Previous Post

ବିଏମସି ପାଇଁ ୪୧୬ ନୂଆ ପଦବୀ

Next Post

ବଣିକ ଶିକ୍ଷାନୁଷ୍ଠାନର ସ୍ୱାସ୍ଥ୍ୟସେବା ଅଭିଯାନ

Next Post
ବଣିକ ଶିକ୍ଷାନୁଷ୍ଠାନର ସ୍ୱାସ୍ଥ୍ୟସେବା ଅଭିଯାନ

ବଣିକ ଶିକ୍ଷାନୁଷ୍ଠାନର ସ୍ୱାସ୍ଥ୍ୟସେବା ଅଭିଯାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19150 shares
    Share 7660 Tweet 4788
  • ନବୀନ..ନବୀନ, ମୋହନ..ମୋହନ

    16594 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA