Wednesday, April 22, 2026 03:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଣି ବିବାଦରେ ପ୍ରତାପ ଜେନା !

ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲା

by Our Correspondent
16 Aug, 2023- 09:32 PM
in Latest News, News
1 min read
0
ପୁଣି ବିବାଦରେ ପ୍ରତାପ ଜେନା !

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କଟକ ଜିଲ୍ଲା ମାହାଙ୍ଗା । ଅଢ଼େଇ ବର୍ଷ ତଳେ କଂଗ୍ରେସ ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣା ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା । ଏବେ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ହେଲାଣି ତୁମ୍ବିତୋଫାନ । ଡବଲ ମର୍ଡର ଘଟଣା ଭଳି ଛାତ୍ରୀ ମୃତ୍ୟୁ ଘଟଣାରେ ବିରୋଧୀଙ୍କ ଅନୁରୂପ ଟାର୍ଗେଟ୍ କୁ ଆସିଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଜେନା । ବିଧାୟକଙ୍କର ଘନିଷ୍ଠ ସହଯୋଗୀଙ୍କର ଏକ ଭାଇରାଲ୍ ଅଡିଓ ମାମଲାକୁ ଜଟିଳ କରିଛି ।

ଘଟଣା ଏହିଭଳି । ମାହାଙ୍ଗା ଅନ୍ତର୍ଗତ ଶୁଖୁଆପଡ଼ା ଗାଁର ଜଣେ ୧୫ ବର୍ଷୀୟା ଝିଅର ଗତ ଜୁନ୍ ୧୮ ତାରିଖରେ ମୃତ୍ୟୁ ହୋଇଥିଲା । ଗୋକନ୍ ହାଇସ୍କୁଲରେ ଦଶମ ଶ୍ରେଣୀରେ ସେ ପଢ଼ୁଥିଲେ । ତାଙ୍କର ମୃତ୍ୟୁକୁ ନେଇ ଗ୍ରାମବାସୀମାନେ ଟୁପୁରୁ ଟାପର ହୋଇଥିଲେ ମଧ୍ୟ ଠୋସ୍ କାରଣ ବାହାରକୁ ଆସି ନ ଥିଲା । ମାତ୍ର କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଏକ ଅଡିଓ ବାର୍ତ୍ତାଳାପ ଭାଇରାଲ୍ ହୋଇଥିଲା । ମାହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବିଜେଡି ନେତା ଶରତ ନାୟକ ଏବଂ ଗୋକନ୍ ହାଇସ୍କୁଲର ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ ବିଜୟଲକ୍ଷ୍ମୀଙ୍କ ମଧ୍ୟରେ ମୋବାଇଲରେ ହୋଇଥିବା କଥାବାର୍ତ୍ତାର ଏହା ଥିଲା କ୍ଲିପ୍ ।

ଛାତ୍ରୀ କେଉଁ ପରିସ୍ଥିତିରେ ମରିଛନ୍ତି ଶରତଙ୍କ ମୁହଁରୁ ଏଥିରେ ଶୁଣିବାକୁ ମିଳୁଛି । । କୁଆଡ଼େ ଛାତ୍ରୀଙ୍କ ସହିତ ବିଜୟଲକ୍ଷ୍ମୀଙ୍କ ପୁଅ ତଥା ଗୋକନ୍ ହାଇସ୍କୁଲର ପିଇଟି ଅନୁପମ ରାୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଛାତ୍ରୀଙ୍କ ମୋବାଇଲ୍ ରୁ ଏହାର ପ୍ରମାଣ ତାଙ୍କ ଘରଲୋକ ପାଇବା ପରେ ଭୟରେ ସେ ଆତ୍ମହତ୍ୟା କରିଥିଲେ । ତେବେ ପ୍ରମାଣ ନଷ୍ଟ କରିବାକୁ ଯାଇ ଘରଲୋକ ଶବକୁ ତରବରିଆ ଭାବେ ପୋଡି ଦେଇଥିଲେ ଏବଂ ଅର୍ଦ୍ଧପୋଡା ଶରୀର ଓ ପାଉଁଶକୁ ନଦୀରେ ଫିଙ୍ଗି ଦେଇଥିଲେ ।

ଘଟଣା ପ୍ରଘଟ ନ କରାଇ ମାମଲା ମାମଲା ରଫାଦଫା କରାଯାଇଥିବା ଶରତ ନାୟକ କହୁଛନ୍ତି । ଏଥିପାଇଁ ପୁଲିସ ଏବଂ ସାମ୍ବାଦିକଙ୍କୁ ଖୁସି କରାଇବା ପାଇଁ ତୁରନ୍ତ ୭୦ ହଜାର ଟଙ୍କା ମାଗୁଛନ୍ତି । ଏତେ ଟଙ୍କା ଯୋଗାଡ଼ କରିପାରିବେନି ବୋଲି ବିଜୟଲକ୍ଷ୍ମୀ ନେହୁରା ହେଉଛନ୍ତି । ହେଲେ ଟଙ୍କା ନ ଦେଲେ ଆପଣଙ୍କ ପୁଅ(ପିଇଟି ଶିକ୍ଷକ) ନାମ ନେବେ ବୋଲି ଶରତ ଡରୋଉଛନ୍ତି । ଏହି ସମୟରେ ମନ୍ତ୍ରୀଙ୍କର ଫୋନ୍ ଆସିଲାଣି କହି ଶରତ ଫୋନ୍ କାଟିଛନ୍ତି ।

ଏହି ଅଡିଓକୁ ଧରି ବିଜେପିର ଏକ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟିଛନ୍ତି । ଛାତ୍ରୀଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ କରିବାକୁ ବିଜେପି ନେତାମାନେ ଦାବି କରିଥିବା ବେଳେ ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ସିଧାସଳଖ ସଂପୃକ୍ତି ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ହେବ ବୋଲି କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି ।

ତେବେ ଏହା ଉପରେ ବିଧାୟକ ଶ୍ରୀ ଜେନା ପ୍ରତିକ୍ରିୟା ଦେଇନାହାନ୍ତି ।

 

Previous Post

‘ପିଏମ୍ ବିଶ୍ୱକର୍ମା’ ଯୋଜନାକୁ କ୍ୟାବିନେଟ୍ ମୋହର

Next Post

ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ୱରାନ୍ୱିତ

Next Post
ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ୱରାନ୍ୱିତ

ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ୱରାନ୍ୱିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA