Tuesday, May 19, 2026 06:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭଲ ଇଣ୍ଟରଭ୍ୟୁ, ବଢ଼ିଆ ସ୍କ୍ରିପ୍ଟିଂ!

୬ଟି ପ୍ରଶ୍ନରେ ସାମ୍ବାଦିକ ସମ୍ମିଳନୀ

by Samar Pradhan
11 Jun, 2025- 07:20 PM
in Latest News, News
1 min read
0
ଭଲ ଇଣ୍ଟରଭ୍ୟୁ, ବଢ଼ିଆ ସ୍କ୍ରିପ୍ଟିଂ!

ଭୁୁବନେଶ୍ୱର: ମୋହନ ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ସାରା ଓଡ଼ିଶା ଏବେ ମୋହନମୟ । ମୋହନ ମାଝୀଙ୍କ ଫଟୋ ଏବଂ ସରକାରଙ୍କ ଗୁଣଗାନରେ ମାଳ ମାଳ ବ୍ୟାନର୍, ହୋଡିଂ । ଟିଭି, ଖବରକାଗଜକୁ ଫୁରସତ୍ ନାହିଁ । ଟିଭିରେ ବିଜ୍ଞାପନର ବର୍ଷା । ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡ ଖଣ୍ଡ ସାକ୍ଷାତକାର । ଖବରକାଗଜରେ ପୃଷ୍ଠା ପୃଷ୍ଠା ବିଜ୍ଞାପନ । ମୁଖ୍ୟମନ୍ତ୍ରୀଙ୍କ ଫୁଲ୍ ପେଜ୍ ଇଣ୍ଟରଭ୍ୟୁ । ଭୋଜିଭାତରେ କମ୍ପିଲାଣି ରାଜଧାନୀ ଭୁବନେଶ୍ୱର । ପ୍ରମୁଖ ଗଣମାଧ୍ୟମଗୁଡ଼ିକର କଚେ ପୁଅ ବାର୍ । ମୁଖ୍ୟମନ୍ତ୍ରୀଙ୍କ ସହ ଲଞ୍ଚ, ଡିନର୍ ପାର୍ଟି । ଫଟୋ ସେସନ୍ । ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ । ନବୀନ-ପାଣ୍ଡିଆନ୍ ଯୋଡି ୫/୭ ବର୍ଷ ଧରି ଯେମିତି ଦେଇ ଚାଲିଥିଲେ, ମୋହନ ବର୍ଷକରେ ଅଜାଡ଼ି ଦେଲେଣି । ଧନ, ଜନ, ମାନ କେଉଁଥିରେ ଉଣା କରିନାହାନ୍ତି । ସୁତରାଂ କାହା ଜିଭରେ ହାଡ଼ ନାହିଁ ପ୍ରଶ୍ନ କରିବାକୁ । ନରେନ୍ଦ୍ର ମୋଦୀଙ୍କ ପ୍ରବର୍ତ୍ତିତ, ନବୀନ-ପାଣ୍ଡିଆନଙ୍କ ଆଦୃତ ପ୍ରଚାର ମଡେଲକୁ ମୋହନ ମାଝୀ ନିଷ୍ଠାପର ଭାବେ ଆଗକୁ ବଢ଼ାଇଛନ୍ତି ।

ବର୍ଷ ପୂରାଣି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଉଦ୍ଦେଶ୍ୟ ଥିଲା ସରକାରଙ୍କ ସଫଳତା ଲୋକଙ୍କୁ ଜଣାଇବା । ଏହାର ଆୟୋଜକ ଥିଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ବିଭାଗ ପକ୍ଷରୁ ସାମ୍ବାଦିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହକ୍ରମେ ଆଉ କିଛି ସାମ୍ବାଦିକଙ୍କ ନାଁ ଯୋଡା ଯାଇଥିଲା । ଏହିଭଳି ଭାବେ ପ୍ରାୟ ୧୦୦ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଢ଼େର୍ ବିଳମ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହେଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ଦେଖିବାକୁ ମିଳିଲା ମନମୋହନ ସାମଲଙ୍କୁ । ଆରମ୍ଭ ହେଲା ସାମ୍ବାଦିକ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ କାଗଜ ପଢ଼ି ଚାଲିଲେ । ମନମୋହନ ଚୁପଚାପ୍ ବସିଲେ ।

କାଗଜ ପଢ଼ି ସାରିଲା ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କଠାରୁ ଗଣି ଗଣି ୬ଟି ପ୍ରଶ୍ନ ନେଲେ । ଅଡୁଆ ପ୍ରଶ୍ନକୁ ଭିନ୍ନ ଉତ୍ତରରେ ଟାଳି ଦେଲେ । ଏମିତି ସରିଗଲା ସାମ୍ବାଦିକ ସମ୍ମିଳନୀ । ସେଠୁ ସାମ୍ବାଦିକମାନେ ଭୋଜି ଖାଇ ଫେରିଲେ ।

ସଂଧ୍ୟାରେ ରାଜ୍ୟ ଅତିଥି ଭବନଠାରେ ପ୍ରମୁଖ ଗଣମାଧ୍ୟମର ସମ୍ପାଦକ ଏବଂ ତଥାକଥିତ ବିଶିଷ୍ଟ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଥିଲେ । ସେଠାରେ ଡିନର୍ ଭୋଜିର ବ୍ୟବସ୍ଥା ହୋଇଥିଲା ।

ସପ୍ତାହେ ହେଲା ମୁଖ୍ୟମନ୍ତ୍ରୀ ବିଭିନ୍ନ ଜାତୀୟ ଖବରକାଗଜକୁ ଇଣ୍ଟରଭ୍ୟୁ ଦେଉଛନ୍ତି । ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ସଫଳତାର ଆଲେଖ୍ୟ ପ୍ରସ୍ତୁତ କରାଯାଇ ସେମାନଙ୍କୁ ଦିଆଯାଇଛି । ଶେଷକୁ ଥିଲେ ଓଡ଼ିଆ ମିଡିଆ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ଭିତରେ ପ୍ରମୁଖ ଓଡ଼ିଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣ ଜଣ କରି ସାକ୍ଷାତକାର କାର୍ଯ୍ୟକ୍ରମ ରଖାଯାଇଥିଲା । ଏମିତି ନୁହେଁ ଯେ ଯିଏ ପାରିଲେ ସାକ୍ଷାତକାର ନେଲେ ଏବଂ ଯାହା ମନକୁ ଆସିଲା ପ୍ରଶ୍ନ ପଚାରିଲେ । କ’ଣ ପଚାରିବେ, ତାହା ମୁଖ୍ୟମନ୍ତ୍ରୀଙ୍କ ପଟରୁ ସ୍ଥିରୀକୃତ ଥିଲା । ଉତ୍ତର ବି ପ୍ରସ୍ତୁତ ହୋଇ ରହିଥିଲା । ଅର୍ଥାତ୍ ବରାଦିଆ ପ୍ରଶ୍ନକୁ ବରାଦିଆ ଉତ୍ତର । ଠିକ୍ ଯେମିତି ନିର୍ବାଚନ ବେଳେ ପାଣ୍ଡିଆନଙ୍କ ସାକ୍ଷାତକାର ସାମ୍ବାଦିକମାନେ ନେଇଥିଲେ ।

ଯେମିତିକି, ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନ- ଆପଣଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କାହିଁକି କୁହାଯାଏ?

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର- ମୋ ବିଷୟରେ ସୋସିଆଲ୍ ମିଡିଆରେ କ’ଣ ଟ୍ରେଣ୍ଡ ହେଉଛି ମୁଁ ଜାଣିନି । ମୋର ସେଥିପାଇଁ ସମୟ ନାହିଁ । ମୋର ଏକମାତ୍ର ଲକ୍ଷ୍ୟ ଲୋକଙ୍କ ନିକଟତର ହୋଇ ସେମାନଙ୍କ ସେବା କରିବା । ବୋଧହୁଏ ଲୋକମାନେ ସେଥିପାଇଁ ତାଙ୍କ ଆଡୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଆଖ୍ୟା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକଙ୍କର ଆଉ ଏକ ପ୍ରଶ୍ନ- କଥା ଦେଇ କଥା ରଖିଲେ ମୋହନ । ନିର୍ବାଚନ ପ୍ରତିଶ୍ରୁତି ପୂରଣ ବେଳେ ଏହି ଘୋଷା ବାକ୍ୟ ବ୍ୟବହାର ହେଉଛି । କାହିଁକି?

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର- ଲୋକେ ଏହା କହିବା ସ୍ୱାଭାବିକ । କାରଣ ଆମେ ନିର୍ବାଚନ ବେଳେ ଯାହା ପ୍ରତିଶ୍ରୁତି ଦେଇଥିଲୁ, ସବୁ ପୂରଣ କରାଯାଉଛି ।

ସାମ୍ବାଦିକଙ୍କର ଅନ୍ୟ ଏକ ପ୍ରଶ୍ନ- ନବୀନଙ୍କ ‘ମୋ ସରକାର’ ଓ ମୋହନଙ୍କ ‘ଆମ ସରକାର’ ଭିତରେ ଦୂରତା କେତେ?

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର- ଆକାଶ ପାତାଳ ତଫାତ୍ । ‘ମୋ ସରକାର’ ଥିଲା ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ପ୍ରଚାର ତନ୍ତ୍ରର ସରକାର ଏବଂ ମୋର ‘ଆମ ସରକାର’ ହେଉଛି ପ୍ରକୃତରେ ଲୋକଙ୍କ ସରକାର ।

ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ପଚାରି ନାହାନ୍ତି ଯେ

-ଗତବର୍ଷ ରଥଯାତ୍ରା ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କୁ ଚାରମାଳ ଉପରେ ହାମୁଡ଼େଇ ପକାଇଥିବା ଦୋଷୀମାନଙ୍କ ବିରୋଧରେ ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ?

-ଓଡ଼ିଆ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ନିର୍ଘାତ ପିଟିଲା, ଜୋତାରେ ଛେପ ପକାଇ ଚଟାଇଲା । ଅଥଚ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଏ କେମିତିକା ଓଡ଼ିଆ ଅସ୍ମିତା?

-ପାଣ୍ଡିଆନ୍, କୁଟ୍ଟେ, ଆଶିଷ ସିଂ, ରବିକାନ୍ତ, ଭିନୀଲ୍ କ୍ରୀଷ୍ଣା, ଆଶିଷ ଠାକରେଙ୍କ ଅଣ୍ଟା ଭାଙ୍ଗିବ କେବେ? ଏମାନଙ୍କୁ କ୍ଲିନଚିଟ୍ ଦେଇ ଦିଲ୍ଲୀ ଡେପୁଟେସନ୍ ପଠାଯିବା କେଉଁ ପ୍ରକାରର ଦଣ୍ଡ?

-ଆୟୁଷ୍ମାନ ଭାରତ ଯୋଜନାରେ ଲୋକ କାନ୍ଦୁଛନ୍ତି । ସରକାର ଏ ସମ୍ପର୍କରେ ଅବଗତ ଅଛନ୍ତି ତ?

କାରଣ, ଏହି ସବୁ ପ୍ରଶ୍ନ ପଚାରିବାକୁ ସାମ୍ବାଦିକଙ୍କ ଜିଭରେ ହାଡ଼ ନାହିଁ ।

ବର୍ଷ ପୂର୍ତ୍ତି ପାଳନ ଅବସରରେ ନିଜକୁ ସରଳ, କର୍ମଠ ମୁଖ୍ୟମନ୍ତ୍ରୀ ଭାବେ ଦାବି କରୁଥିବା ମୋହନ ମାଝୀ ପାଣ୍ଡିଆନ୍ ସିଣ୍ଡୋମ୍ରରୁ ଖସିପାରିନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ପାଣ୍ଡିଆନ ଯେଉଁ ଧାରା ଧରିଥିଲେ, ମୋହନ ତାହାକୁ ଆହୁରି କ୍ଷିପ୍ର ଗତିରେ ଆଗକୁ ନେଉଛନ୍ତି ବୋଲି ସେମାନଙ୍କର ଅନୁଭବ । ନିଜକୁ ପ୍ରଚାର କରାଇବାରେ ତତ୍କାଳୀନ ପାଣ୍ଡିଆନଙ୍କଠାରୁ ମୋହନ ଦୁଇପାଦ ଆଗରେ ବୋଲି ସେମାନେ କହିଛନ୍ତି ।

ସୂଚନାଥାଉକି, ବର୍ଷେ ତଳେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ/ଲୋକଙ୍କ ସରକାର ଭାବେ ଉପସ୍ଥାପିତ କରାଯାଇ ଏକ ନ୍ୟାରେଟିଭ୍ ବନାଯାଇଛି । ରାଜ୍ୟ ଅତିଥି ଭବନରେ ତାଙ୍କର ପ୍ରଥମ ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରୁ ଜାରି ପ୍ରେସ୍ ରିଲିଜ୍ ରେ ହିଁ ଏହି ନ୍ୟାରେଟିଭ୍ (ଲୋକଙ୍କ ମୁଖ୍ୟମନ୍ତ୍ରୀ/ଲୋକଙ୍କ ସରକାର) ଛଡ଼ାଯାଇଥିଲା । ଲୋକେ ତାଙ୍କ ଆଡୁ ଏହା କହିନାହାନ୍ତି ।

ମୋହନ ସରକାରଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କରିଛନ୍ତି ବହୁ ବରିଷ୍ଠ ସାମ୍ବାଦିକ ଏବଂ ବୁଦ୍ଧିଜୀବୀ । ସେମାନଙ୍କ ମତରେ, ନୂଆ ସରକାରରେ କୋଉଠି କିଛି କାମ ହଉଥିବା ଅନୁଭବ କରିହେଉନି । ସତେ ଯେମିତି ବ୍ୟବସ୍ଥା ଠପ୍ ହୋଇଯାଇଛି । ହେଲେ ପ୍ରଚାରରେ ଏମାନେ କିନ୍ତୁ ପୂର୍ବ ସରକାରଠୁ ବଳି ଯାଇଛନ୍ତି । ୨୦୧୪ ମସିହାରେ ନରେନ୍ଦ୍ର ମୋଦୀଙ୍କ ଅମଳରୁ ବ୍ୟାପକ ପ୍ରଚାରର ଯୁଗ ଆରମ୍ଭ ହୋଇଥିଲା । ୨୦୧୭ ଆଡକୁ ନବୀନ ସରକାର ଏହି ମଡେଲ ଆପଣେଇଥିଲେ । ଏବେ ମୋହନ ମାଝୀ ତାକୁ କ୍ଷିପ୍ର ଗତିରେ ଆଗକୁ ନେଇ ଚାଲିଛନ୍ତି । ଅତଏବ, ବର୍ଷକର ମୋହନ ସରକାର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ପ୍ରଚାରତନ୍ତ୍ରର ସରକାର ବୋଲି ସେମାନଙ୍କର ମତ ।

ସୋସିଆଲ୍ ମିଡିଆରେ ଲୋକେ କ’ଣ ଆଲୋଚନା କରୁଛନ୍ତି ତାହା ଜାଣିବାକୁ ତାଙ୍କ ପାଖରେ ସମୟ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ଏଥିପାଇଁ ସମୟ ବାହାର କରନ୍ତୁ ଏବଂ ସୋସିଆଲ୍ ମିଡିଆରେ ସରକାରଙ୍କ ବିଷୟରେ ଟୀକା ଟିପ୍ପଣୀ ପଢ଼ନ୍ତୁ ବୋଲି ଏହି ବରିଷ୍ଠ ସାମ୍ବାଦିକମାନେ ପରାମର୍ଶ ଦେଇଛନ୍ତି ।

 

Previous Post

ସମ ହସ୍ପିଟାଲରେ ପ୍ରଥମ ଥର ପାଇଁ ଫିଜିଓଥେରାପି ମାଧ୍ୟମରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

Next Post

ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦ୍‌ଘାଟିତ

Next Post
ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦ୍‌ଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA