Monday, April 20, 2026 01:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦ୍‌ଘାଟିତ

by Our Correspondent
11 Jun, 2025- 11:31 PM
in Latest News, News
1 min read
0
ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦ୍‌ଘାଟିତ

ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁୁବନେଶ୍ୱରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଭୁୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତଥା ହସ୍ତତନ୍ତ, ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ସଂପର୍କିତ ପ୍ରଦର୍ଶନୀ ଏବଂ ଫୁଡ୍‌ କୋଟ୍‌ର ଶୁଭାରମ୍ଭ କରିବା ସହିତ ବୁଲି ଦେଖିଥିଲେ ।

ସୂଚନାଯୋଗ୍ୟ ଯେ ଏହି ବିକାଶ ମେଳା ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାୟ ୭୫ରୁ ଅଧିକ ଷ୍ଟଲ୍‌ରେ ଜନସାଧାରଣଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ପଦ୍ଧତି ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ସଚେତନ କରାଯାଉଛି । ଏଥିସହିତ ସୁଭଦ୍ରା ଶକ୍ତି ମହିଳା ମାନଙ୍କ ଦ୍ବାରା ୪୦ ରୁ ଅଧିକ ଷ୍ଟଲରେ ଓଡିଆ ପାରମ୍ପାରିକ ଖାଦ୍ୟର ବିବିଧତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଫୁଡ୍ ଫେଷ୍ଟିଭାଲ ମଧ୍ୟ ଆୟୋଜନ କରାଯାଇଛି ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ଷକ ତଳେ ରାଜ୍ୟବାସୀ ଯେଉଁ ଆଶା ଆକାଂକ୍ଷା ନେଇ ଶାସନରେ ପରିବର୍ତ୍ତନ ଆଣିଥିଲେ ଓ ଆମକୁ ଦାୟିତ୍ବ ଭାର ଦେଇଥିଲେ, ଆମେ ଲୋକଙ୍କ ସେହି ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଦୃଢ ପ୍ରତିବଦ୍ଧତାର ସହ କାର୍ଯ୍ୟ ଜାରି ରଖିଛୁ । ବିଗତ ଏକ ବର୍ଷ ଥିଲା ଆମ ପାଇଁ ଆହ୍ବାନର ବର୍ଷ । ଆମର ସବୁ କାର୍ଯ୍ୟକ୍ରମରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆମକୁ ମାର୍ଗଦର୍ଶନ ଦେଇଆସିଛନ୍ତି। ଏହି ସମୟ ମଧ୍ୟରେ ଆମେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ ଏବଂ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଗୁଡିକୁ ବାସ୍ତବତାରେ ପରିଣତ କରିଛୁ । ଆମ ପ୍ରତିଶ୍ରୁତି ପାଣିର ଗାର ନୁହେଁ, ପଥରରେ ଅଙ୍କା ଯାଇଥିବା ଅଲିଭା ଗାର। କଥା ଦେଇଥିଲୁ କଥା ରଖିଛୁ ।

ସେ କହିଥିଲେ ଗଣତନ୍ତ୍ରରେ ଲୋକଙ୍କ ସ୍ବର ହିଁ ଭଗବାନଙ୍କ ସ୍ବର। ଯଦି ଲୋକେ ସେମାନଙ୍କ ନିର୍ବାଚିତ ସରକାରଙ୍କୁ ନିଜର କଥା, ନିଜର ବ୍ୟଥା କହିପାରିବେନି, ସେ ପ୍ରକାର ଗଣତନ୍ତ୍ର ଆତ୍ମାହୀନ। ଆମ ସରକାର ଆସିବା ପରେ ମୁଁ ବ୍ୟକ୍ତିଗତ ଭାବେ ଲୋକଙ୍କୁ ଭେଟି ଛୋଟବଡ ସମସ୍ୟା on the spot ସମାଧାନ କରିବା ପାଇଁ ମନସ୍ତ କଲି । ଗତ ଏକ ବର୍ଷ ମଧ୍ୟରେ ଓଡିଶାର ସମସ୍ତ ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସହ କଥାବାର୍ତ୍ତା କରିଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛି । ପୁରା ସରକାରକୁ ସମ୍ବଲପୁର ନେଇ ଯାଇ ଲୋକଙ୍କ କଥା ଶୁଣିଥିଲି । ଆଗାମୀ ଦିନରେ ଓଡିଶାର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରିବାର ଯୋଜନା ରହିଛି ।

ସେ ପୁଣି କହିଥିଲେ ଯେ ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦିଆଯାଇଛି । ଗୋଟିଏ ବର୍ଷର ରେକର୍ଡ ଦେଖନ୍ତୁ । ଆଜି ପିଅନ ଠାରୁ ଆଇ.ଏ. ଏସ୍ ଅଧିକାରୀ ପର୍ଯ୍ୟନ୍ତ କୌଣସି ଦୁର୍ନୀତିଗସ୍ତ ଅଧିକାରୀ ଓ କର୍ମଚାରୀ ସୁରକ୍ଷିତ ନୁହନ୍ତି ।

ସେ ଆହୁରି କହିଥିଲେ ଯେ ଲୋକଙ୍କ ପାଇଁ କାମ କରିବାର ଦୃଢ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା ଯୋଗୁ ଆମ ଲୋକଙ୍କୁ ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ପ୍ରାୟ ସମସ୍ତ ପ୍ରମୁଖ ପ୍ରତିଶ୍ରୁତିକୁ ସଫଳତାର ସହ କାର୍ଯ୍ୟକାରୀ କରିଛୁ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ମାର୍ଗଦର୍ଶନ ଓ ଅକୁଣ୍ଠ ସମର୍ଥନ ଆମକୁ ଏ ଦିଗରେ ବିଶେଷ ସାହାଯ୍ୟ କରିଥିଲା । ପ୍ରଥମରୁ ଆମେ ସମାଜର ସବୁ ବର୍ଗର ସଶକ୍ତିକରଣ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲୁ । ବିଶେଷକରି ଗରିବ, ଚାଷୀ, ମହିଳା, ଯୁବବର୍ଗଙ୍କ ସଶକ୍ତିକରଣ ଥିଲା ପ୍ରମୁଖ ଆବଶ୍ୟକତା । ସେ ଦିଗରେ ଆମେ ନିଷ୍ଠାପର ଉଦ୍ୟମ କରିଛୁ । ବିରୋଧୀ କେବଳ ବିରୋଧ କରିବା ଉଦ୍ଦେଶ୍ୟରେ ଅନେକ କଥା କରୁଛନ୍ତି । ୨୪ ବର୍ଷ ମଧ୍ୟରେ ସେମାନେ ଯେଉଁ କାମ କରି ନଥିଲେ, ଆମେ ୨୪ ମିନିଟ୍‌ ଭିତରେ କରି ଦେଖାଇପାରିଛୁ । କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ ରାଜ୍ୟରେ ପ୍ରତି ଚାଷୀ ପରିବାର ର ବାର୍ଷିକ ଆୟରେ ଅତି କମ୍‌ରେ ୩୦ ହଜାର ଟଙ୍କା ବୃଦ୍ଧି ହୋଇଛି। ଜନଜାତି ସଂପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ ଜାରି ରହିଛି । ସମସ୍ତଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛୁ । ଯୁବବର୍ଗଙ୍କ ପାଇଁ ସରକାରୀ ନିଯୁକ୍ତିର ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରିଛୁ । SEBC ବର୍ଗର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ହୋଇଛି । ୨୭ ହଜାରରୁ ଉର୍ଦ୍ଧ୍ବ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି । ଉତ୍କର୍ଷ ଓଡିଶା ୨୦୨୫ ମାଧ୍ୟମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୧୨.୯୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି । ଓଡିଶାର ପ୍ରତ୍ୟେକ ଅଞ୍ଚଳକୁ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଆମ ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ଓ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିଛନ୍ତି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଆମକୁ ଆତ୍ମନିର୍ଭରଶୀଳତାର ମନ୍ତ୍ର ଦେଇଛନ୍ତି । ତେଣୁ ଓଡିଶାକୁ ପ୍ରତ୍ୟେକ ସ୍ତରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଆମେ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛୁ। ଆମର ଲକ୍ଷ୍ୟ ଏକ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ ଓଡିଶା । ଗାଁର ବିକାଶ ହେଲେ, ବିକଶିତ ଓଡିଶାର ସ୍ବପ୍ନ ସାକାର ହେବ। ଏହାକୁ ଲକ୍ଷ୍ୟ ରଖି ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଜନମଙ୍ଗଳକାରୀ ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଅଭିବୃଦ୍ଧି ଆଣିବାରେ ସହାୟକ ହେବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂହ ଉପସ୍ଥିତ ଥିଲେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଭଲ ଇଣ୍ଟରଭ୍ୟୁ, ବଢ଼ିଆ ସ୍କ୍ରିପ୍ଟିଂ!

Next Post

କିଛି ହଉନି, ଲୋକେ ନିରାଶ !

Next Post
କିଛି ହଉନି, ଲୋକେ ନିରାଶ !

କିଛି ହଉନି, ଲୋକେ ନିରାଶ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA