Tuesday, June 30, 2026 10:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି ଟିକେଟ୍ ପାଇଁ ୧୦ ହଜାର ଆବେଦନ

ଅଡୁଆ ବଢ଼ାଉଛି ଭୁବନେଶ୍ୱର କନ୍ଦଳ

by Our Correspondent
25 Feb, 2024- 08:37 PM
in Latest News, News, Politics
1 min read
0
ବିଜେଡି ଟିକେଟ୍ ପାଇଁ ୧୦ ହଜାର ଆବେଦନ

ଭୁବନେଶ୍ୱର: କ୍ରମାଗତ ଷଷ୍ଠ ଥର ପାଇଁ ସରକାର ଗଢ଼ିବାକୁ ଆଶା ରଖିଥିବା ବିଜୁ ଜନତା ଦଳରେ ଟିକେଟ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଛି । ୨୦୨୪ ନିର୍ବାଚନରେ ଦଳୀୟ ଟିକେଟ୍ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଆସିଛି । ଆଶାୟୀ ତାଲିକାରେ ଅନେକ ପ୍ରଫେସନାଲ୍ ଙ୍କ ସମେତ ବହୁ ସଂଖ୍ୟାରେ ବିଜେପି ଓ କଂଗ୍ରେସ ନେତା ଥିବା କୁହାଯାଉଛି । ବିଜେଡିର ବିଜୟ ସମ୍ଭାବନାକୁ ଆଖିରେ ରଖି ଟିକେଟ୍ ଆଶାୟୀଙ୍କ ଭିଡ଼ ଲାଗିବାରେ କୌଣସି ବିଚିତ୍ରତା ନାହିଁ । ମାତ୍ର ହାଇକମାଣ୍ଡଙ୍କ ପାଇଁ ଏହା ଯେ ବଡ଼ ଚାଲେଞ୍ଜ, ତାହା କେହି ଅସ୍ୱୀକାର କରିବେ ନାହିଁ । ଖୋଦ୍ ରାଜଧାନୀର ତିନୋଟି ଯାକ ଆସନରେ ତୀବ୍ର ଗୋଷ୍ଠୀ କନ୍ଦଳ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି ।

ଏଥର ନିର୍ବାଚନ କାହା ସପକ୍ଷରେ ଯିବ? ବିଜେପି ନେତାଙ୍କ ଦାବି ତଥା ବିଭିନ୍ନ ସର୍ଭେ ରିପୋର୍ଟକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ ଧରିଥିବା ବେଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ଆଜି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ “ଏକ୍ସ’ ରେ ଏକ ପୋଷ୍ଟ ସେୟାର୍ କରିଛନ୍ତି । ସେଥିରେ ସେ କିଛି ତଥ୍ୟ ଓ ଯୁକ୍ତିର ଅବତାରଣା କରି ବିଜେଡି ସପକ୍ଷରେ ଜନସମର୍ଥନ ଅତୁଟ ଥିବା ଦର୍ଶାଇଛନ୍ତି ।

ସେ ଲେଖିଛନ୍ତି, ବିଗତ କିଛି ବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୌରବ ପ୍ରଦାନ କରିଛି । ସେହିଭଳି ୨୦୨୨ ପଞ୍ଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ରୁ ୩୦ ଜିଲ୍ଲା ପରିଷଦରେ ଜିତାଇ, ବିଜୁ ଜନତା ଦଳ ଯେ ଓଡ଼ିଶାର ଏକ ନମ୍ବର ରାଜନୈତିକ ଦଳ ତାହା ଓଡ଼ିଶାବାସୀ ପ୍ରମାଣିତ କରିଛନ୍ତି । ଏହି ଦୁଇଟି ନିରାଟ ସତ୍ୟ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ବିଜେଡି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲ ପାଇବାକୁ ପ୍ରତିପାଦିତ କରୁଛି ।

୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଆସିଛି । ଅତ୍ୟନ୍ତ ଖୁସିର କଥା ଯେ, ବହୁ ସଂଖ୍ୟକ ପେଶାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳମାନଙ୍କର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଛନ୍ତି । ଆମର ଦୃଢ଼ ବିଶ୍ୱାସ ଏହି ନିର୍ବାଚନରେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ବିଜୁ ଜନତା ଦଳ ଏକ ଐତିହାସିକ ବିଜୟ ଆଡ଼କୁ ଗତି କରୁଛି ।

ଏହି ବିପୁଳ ସଂଖ୍ୟକ ଆବେଦନ ଦର୍ଶାଉଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ି ବଢ଼ି ଚାଲିଛି । ନବୀନ ବାବୁଙ୍କୁ ଲଗାତର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି ବୋଲି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଦାବି କରିଛନ୍ତି ।

ମୁଖ୍ୟ ବିରୋଧୀ ଦଳ ବିଜେପି ପକ୍ଷରୁ ବିଜେଡି ବିରୋଧରେ ତଥାକଥିତ ଅପପ୍ରଚାରର ଏହା ଜବାବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ତେବେ ପ୍ରତି ସାଧାରଣ ନିର୍ବାଚନ ବେଳେ ଏହା ଏକ ସାଧାରଣ କଥା । ଶାସକ ଓ ବିରୋଧୀ ଦଳ ପରଷ୍ପର ବିରୋଧରେ ଅଭିଯୋଗ ଆଣିବା ଏବଂ ବିଜୟ ଦାବି କରିବା ନିର୍ବାଚନ ପ୍ରଚାର ରଣକୌଶଳର ଏକ ଅଂଶ ।

କିନ୍ତୁ ଏହା ବି ସତ ଯେ, ପ୍ରମୁଖ ରାଜନୈତିକ ଦଳଙ୍କ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟଟି ନିହାତି କଷ୍ଟକର ବ୍ୟାପାର । ଯିଏ ଟିକେଟ ନ ପାଇବେ ଅସନ୍ତୁଷ୍ଟ ହେବା ସ୍ୱାଭାବିକ । କିଏ ଚାପରେ ଚୁପ୍ ରହିବାକୁ ଉଚିତ୍ ମନେ କରନ୍ତି ତ ଆଉ କିଏ ଚାପକୁ ଖାତିର ନ କରି ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି । ଗୋଟେ ଦଳ ପାଇଁ ବିଦ୍ରୋହୀ ଅନେକ ସମୟରେ ମହଙ୍ଗା ସାବ୍ୟସ୍ତ ହୁଅନ୍ତି । ଧାମନଗର ଉପନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସ ବିଜେଡି ପାଇଁ କେମିତି ଭାରୀ ପଡ଼ିଲେ ତାହା କେହି ଭୁଲିନାହାନ୍ତି । ତେଣୁ କରି ରାଜନୈତିକ ଦଳଙ୍କ ପାଇଁ ପ୍ରାର୍ଥୀ ଚୟନରେ ବହୁତ ଚାଲେଞ୍ଜ ଥାଏ । ବିଜେଡିରେ ଅଧିକ ଆଶାୟୀ ଥିବାରୁ ଦଳ ପାଇଁ ଅଧିକ ଚାଲେଞ୍ଜ ରହିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ।

ଯେମିତିକି କି, ଖୋଦ୍ ରାଜଧାନୀ ଭୁବନେଶ୍ୱରର ତିନୋଟି ଯାକ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଚୟନ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ । କାରଣ, ବର୍ତ୍ତମାନର ତିନି ଜଣ ଯାକ ବିଧାୟକଙ୍କର ବିକଳ୍ପ ଭାବେ ତିନି ଜଣ ଟାଣୁଆ ଆଶାୟୀ ପ୍ରାର୍ଥୀ ଅଛନ୍ତି । ସାଂଗଠନିକ ଦକ୍ଷତା ଓ ଲୋକପ୍ରିୟତାରେ ସେମାନେ କମ୍ ନୁହଁନ୍ତି ।

ଭୁବନେଶ୍ୱର ଏକାମ୍ର ଆସନରୁ କର୍ପୋରେଟର ବିରଞ୍ଚି ନାରାୟଣ(ଲିଟୁ) ମହାସୁପକାର, ଭୁବନେଶ୍ୱର(ମଧ୍ୟ) ଆସନରୁ କର୍ପୋରେଟର ତଥା ବିଜେଡିର ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଅମରେଶ(ବାଇଁଆ) ଜେନା ଏବଂ ଭୁବନେଶ୍ୱର(ଉତ୍ତର) ଆସନରୁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଦୃଢ଼ ଦାବିଦାର ଅଛନ୍ତି । ବିଜେଡି ସଂଗଠନ ଉପରେ ଏମାନଙ୍କର ପ୍ରବଳ ଦବଦବା ରହିଛି । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସେମାନେ ନିଜର ସମର୍ଥକଙ୍କୁ ଏକାଠି କରି ସେମାନଙ୍କର ଶକ୍ତି ପ୍ରଦର୍ଶନ କରୁଛନ୍ତି । ପରିସ୍ଥିତି ଏମିତି ଯେ ତିନୋଟି ଯାକ ଆସନରେ ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ଆଦୌ ସମ୍ଭବ ନୁହେଁ ।

କେବଳ ଭୁବନେଶ୍ୱର ନୁହେଁ, ଅନ୍ୟ କିଛି ଜାଗାରେ ରହିଥିବା ଏଭଳି ଜଟିଳ ସ୍ଥିତିକୁ ବିଜେଡି ହାଇକମାଣ୍ଡ କେମିତି ସମାଧାନ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

 

Previous Post

‘ପଦ୍ମ’ ଧରିଲେ ଦେବାଶିଷ ନାୟକ

Next Post

ନୂଆ ଏନଏସି ତାଲିକାରେ ବୀରମହାରାଜାପୁର

Next Post
ନୂଆ ଏନଏସି ତାଲିକାରେ ବୀରମହାରାଜାପୁର

ନୂଆ ଏନଏସି ତାଲିକାରେ ବୀରମହାରାଜାପୁର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA