Monday, June 29, 2026 07:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

by Our Correspondent
17 May, 2021- 12:49 PM
in Latest News, News
1 min read
0
ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି(ବୁଲୁ ଭାଇ)ଙ୍କର ଆଜି ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସକାଳୁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୬୩ ବର୍ଷ ହୋଇଥିଲା । ଅମରେନ୍ଦ୍ରଙ୍କ ବିୟୋଗ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଅମରେନ୍ଦ୍ର ମହାନ୍ତିଙ୍କ ଝିଅ ଅନ୍ୱେଷାଙ୍କ ସୂଚନା ଅନୁଯାୟୀ,ଏପ୍ରିଲ୍ ୨୪ ରେ ପଜିଟିଭ୍ ଚିହ୍ନଟ ହେବା ପରେ ଘରେ ହୋମ୍ ଆଇସୋଲେସନ୍ ରେ ଥିଲେ । ମାତ୍ର ଜ୍ୱର ନ କମିବାରୁ ମେ’ ୩ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ସେଠାରେ ୩ ଦିନ ଭେଣ୍ଟିଲେଟରରେ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା । ସେ ଆରୋଗ୍ୟ ଲାଭ କରୁଥିବା ବେଳେ କାଲି ଅଚାନକ ତାଙ୍କ ଅବସ୍ଥା ପୁଣି ଗୁରୁତର ହୋଇପଡ଼ିଥିଲା । ଆଜି ଭୋର୍ ୫ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଓ ଭଜନ ଗାୟନ ଉଭୟ କ୍ଷେତ୍ରରେ ଅମରେନ୍ଦ୍ରଙ୍କର ବେଶ୍ ପାରଦର୍ଶିତା ଥିଲା । ତାଙ୍କର ସବୁ ଚଳଚିତ୍ର ଗୀତ ଓ ଭଜନ ହିଟ୍ ହୋଇଥିଲା । ତାଙ୍କ ନିର୍ଦ୍ଦେଶନାରେ ସୁନା ପଞ୍ଜୁରୀ ଚଳଚିତ୍ରର ପୁଚୁକି ଗାଲି.. ଏକଦା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ସ୍ତ୍ରୀ, ରାମ ଲକ୍ଷ୍ମଣ, ବସୁଧା, ଭାଇ ହେଲା ଭଗାରୀ, କଣ୍ଢେଇ ଆଖିରେ ଲୁହ ଆଦି ଅନେକ ଚଳଚିତ୍ରରେ ତାଙ୍କର ସଙ୍ଗୀତ ନିର୍ଦ୍ଦେଶନା ଫିଲ୍ମକୁ ସଫଳତା ଆଣିଥିଲା ।

ଅମରେନ୍ଦ୍ରଙ୍କ ବିୟୋଗରେ ଚଳଚିତ୍ର ଓ ସଙ୍ଗୀତ ଜଗତର ନାମି ଦାମୀ ବ୍ୟକ୍ତି ବିଶେଷ ଶୋକପ୍ରକାଶ କରିବା ସହ ତାଙ୍କର ସ୍ମୃତିଚାରଣ କରିଛନ୍ତି ।

Previous Post

ଶ୍ରୀମନ୍ଦିର କଟକଣା ଅବଧି ବଢ଼ିଲା: ଜୁନ୍ ୧୫ ଯାଏଁ ଜଗା ଦର୍ଶନ ବନ୍ଦ

Next Post

ମେ’ ୨୪ ରୁ ଘରକୁ ଘର ବୁଲି ସର୍ଭେ

Next Post
ମେ’ ୨୪ ରୁ ଘରକୁ ଘର ବୁଲି ସର୍ଭେ

ମେ' ୨୪ ରୁ ଘରକୁ ଘର ବୁଲି ସର୍ଭେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA