Tuesday, June 30, 2026 01:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ଉଦଯାପିତ

ବିଜୟୀ ନାଲସାର, ହାଇଦ୍ରାବାଦକୁ ୨ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର

by Our Correspondent
15 Sep, 2025- 12:38 AM
in Latest News, News, Sports
1 min read
0
ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର: ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ନାଲସାର, ହାଇଦ୍ରାବାଦ ଦଳକୁ ବିଜୟୀ ଘୋଷଣା କରାଯିବା ସହ ୨ ଲକ୍ଷ ଟଙ୍କାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରଯାଇଥିଲା। ସେହିପରି ଶାସ୍ତ୍ରା ୟୁନିଭରସିଟି ପ୍ରଥମ ରନର୍ସ-ଅପ୍ ଭାବରେ ୧ ଲକ୍ଷ ଟଙ୍କା ଓ ମଣିପାଲ ଲ ସ୍କୁଲ ଦ୍ୱିତୀୟ ରନର୍ସ-ଅପ୍ ହୋଇ ୭୫ ହଜାର ଟଙ୍କାର ପୁରସ୍କାର ହାସଲ କରିଥିଲା।

ଏହି ପ୍ରତିଯୋଗିତାରେ ମୁମ୍ବାଇ ସରକାରୀ ଆଇନ ମହାବିଦ୍ୟାଳୟର ହିମାଂଶୁ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ବକ୍ତା ପୁରସ୍କାର, ବାଂଲାଦେଶର ଆମେରିକାନ ଇଣ୍ଟରନ୍ୟାସନାଲ ୟୁନିଭରସିଟିର ମହମ୍ମଦ ଓୟସି ଉଜ୍ଜମାନଙ୍କୁ ଶ୍ରେଷ୍ଠ ଗବେଷକ ପୁରସ୍କାର ଓ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ନାଗପୁରକୁ ଶ୍ରେଷ୍ଠ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ବର୍ଗ ପାଇଁ ୩୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ୧୬ଟି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ୧୧ଟି ସରକାରୀ ଆଇନ ମହାବିଦ୍ୟାଳୟ, ୨୪ଟି ଘରୋଇ ଆଇନ ମହାବିଦ୍ୟାଳୟ ଓ ୨ଟି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସମେତ ମୋଟ ୫୪ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭିକ ଏବଂ ନକଆଉଟ୍ ରାଉଣ୍ଡ ପରେ ଶ୍ରେଷ୍ଠ ଦଳଗୁଡ଼ିକ ଫାଇନାଲରେ ପ୍ରବେଶ କରିଥିଲେ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଳ ଗୌଡ଼ା ଉଦୀୟମାନ ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବାରେ କିଟ ଲ ସ୍କୁଲର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ କହିଲେ, ମୁଟ୍ କୋର୍ଟରେ ଅଂଶଗ୍ରହଣ କରିବା ଏବଂ ଭଲ ଆଇନଜୀବୀ ହେବା ଦିଗରେ ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ।

ଏହି ଅବସରରେ ସେ କିଟ ଓ କିସର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଜଷ୍ଟିସ୍ ଗୌଡ଼ା କହିଲେ କିସ୍‍ ରେ ୪୦ ହଜାର ଜନଜାତି ପିଲା ଶିକ୍ଷା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁଛନ୍ତି। ଏହା କେବଳ ଶ୍ରୀ ସାମନ୍ତଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ। ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କ କାର୍ଯ୍ୟକାଳକୁ ମନେ ପକାଇ ରାଜ୍ୟବାସୀଙ୍କଠାରୁ ମିଳିଥିବା ଭଲ ପାଇବାର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ଜଷ୍ଟିସ୍ ଗୌଡ଼ାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟତମ ଅତିଥି ଭାବେ ୱାଡିଆ ଗାନ୍ଧୀର ଅନ୍ୟତମ ପରିଚାଳକ ଆଶିଷ ଆହୁଜା କହିଲେ, ମୁଟ୍ କୋର୍ଟ ଆଇନର ବ୍ୟାଖ୍ୟା, ଡ୍ରାଫ୍‌ଟ ଲେଖିବା ଓ ଉଭୟଙ୍କ ମଧ୍ୟରେ ଥିବା ପାରସ୍ପରିକ କ୍ରିୟାକୁ ବୁଝିବାରେ ସାହାଯ୍ୟ କରିଥାଏ। ଅନ୍ୟମାନଙ୍କ ମଧ୍ୟରେ କିଟ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, ପ୍ରଫେସର ଏମେରିଟସ୍ ଏନ.ଏଲ. ମିତ୍ର, କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ଡ. ରାଜୁ କେ. ଡି., କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ ଲ ସ୍କୁଲ ନିର୍ଦ୍ଦେଶକ ଡ ରୋଜ୍ ଭର୍ଗୀସ୍ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ମୋକିମ୍ ଙ୍କ ସହ ହରିଶଙ୍କରଙ୍କୁ ଲଢ଼ାଇବା ଯୋଜନା!

Next Post

୧୨ ଟି ଜିଲ୍ଲାରେ ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର

Next Post
୧୨ ଟି ଜିଲ୍ଲାରେ ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର

୧୨ ଟି ଜିଲ୍ଲାରେ ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA