Thursday, September 24, 2026 06:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ

ଏବିପି-ସି ଭୋଟର 'ଦେଶ କା ମୁଡ୍'

by Our Correspondent
15 Jan, 2021- 11:26 PM
in Latest News, News, Politics
1 min read
0
ନବୀନ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟସ୍ତରରେ ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକପ୍ରିୟତାରେ ଦେଶରେ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଏବିପି-ସି ଭୋଟର ସର୍ଭେରେ ନବୀନଙ୍କୁ ଏହି ମାନ୍ୟତା ମିଳିଛି । କୋଭିଡ ସଫଳ ପରିଚାଳନା, ଆର୍ଥିକ ଦୂରାବସ୍ଥା ଦୂର ଏବଂ ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ନବୀନଙ୍କ ପରାକାଷ୍ଠା ଏହି ସର୍ଭେରୁ ପ୍ରତିଫଳିତ ହୋଇଛି । ଲୋକପ୍ରିୟତା ତାଲିକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

୨୦୨୧ ମସିହାର ଏହା ହେଉଛି ପ୍ରଥମ ରାଜନୈତିକ ସର୍ଭେ ରିପୋର୍ଟ । କୋଭିଡ ପରିସ୍ଥିତି, ଆର୍ଥିକ ଦୂରାବସ୍ଥା, ଚାଷୀ ସମସ୍ୟା ଆଦି ପ୍ରସଙ୍ଗ ଭାରତବର୍ଷକୁ ଆଚ୍ଛାଦିତ କରି ରଖିଥିଲା ବେଳେ ଦେଶବାସୀଙ୍କ ମୁଡ ଜାଣିବା ପାଇଁ ଏବିପି-ସି ସର୍ଭେ ଜନମତ ସଂଗ୍ରହ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବାଧିକ ଲୋକ ପସନ୍ଦ କରୁଥିଲା ବେଳେ ରାଜ୍ୟଗୁଡ଼ିକର ସ୍ଥିତି କିନ୍ତୁ ଭିନ୍ନ । ଟପ୍ ଟେନ୍ ମୁଖ୍ୟମନ୍ତ୍ରୀ ତାଲିକାରେ ୭ ଜଣ ବିରୋଧୀ କ୍ୟାମ୍ପର୍ ସ୍ଥାନ ପାଇଛନ୍ତି । ରୋଚକ କଥା ହେଉଛି, ଖରାପ ପ୍ରଦର୍ଶନକାରୀ ଟପ୍ ଟେନ୍ ମୁଖ୍ୟମନ୍ତ୍ରୀ ତାଲିକାରେ ୭ ଜଣ ଅଛନ୍ତି ଏନଡିଏ ଏବଂ ସହଯୋଗୀ ଦଳର ।

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦ୍ୱିତୀୟରେ ଥିବା ବେଳେ ତୃତୀୟ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ଚତୁର୍ଥରେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ୍, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର, ଷଷ୍ଠରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଷ୍ଟମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ନବମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଦଶମ ସ୍ଥାନରେ ଅଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।

ତାଲିକାର ସବାତଳେ ଅଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ୍ । ତାଙ୍କ ପଛକୁ ପଛ ଅଛନ୍ତି ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ।

କୋଭିଡ୍ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ୭୯% ଲୋକ ସନ୍ତୁଷ୍ଟ ଅଛନ୍ତି । ମୋଟାମୋଟି ଭାବେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ କାର୍ଯ୍ୟକୁ ୭୧% ଲୋକ ପସନ୍ଦ କରିଥିବା ବେଳେ ୨୬% ଲୋକ ଖୁସିନାହାନ୍ତି । ଅମିତ ଶାହାଙ୍କ କାର୍ଯ୍ୟ ଉପରେ ୫୮% ଲୋକ ଖୁସି ଥିଲା ବେଳେ ୨୮% ଲୋକ ଖୁସି ନାହାନ୍ତି । ରାହୁଲ ଗାନ୍ଧୀଙ୍କ ଉପରେ ଦେଶର ୩୯% ଲୋକ ସନ୍ତୁଷ୍ଟ ଥିବା ଏହି ସର୍ଭେରୁ ଜଣାପଡ଼ିଛି ।

Previous Post

କଳାହାଣ୍ଡି ବିକାଶର ନୂଆ ଅଧ୍ୟାୟ

Next Post

କରୋନା କବଚ: ପ୍ରଥମ ଦିନରେ ୮୪% ଟିକାଦାନ

Next Post
କରୋନା କବଚ: ପ୍ରଥମ ଦିନରେ ୮୪% ଟିକାଦାନ

କରୋନା କବଚ: ପ୍ରଥମ ଦିନରେ ୮୪% ଟିକାଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA