Thursday, April 16, 2026 05:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଇସ୍ତଫାପତ୍ର ଗ୍ରହଣ କଲେ ନବୀନ

by Our Correspondent
09 Apr, 2026- 11:46 PM
in Latest News, News, Politics
1 min read
0
ଇସ୍ତଫାପତ୍ର ଗ୍ରହଣ କଲେ ନବୀନ

ଭୁୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଗତକାଲି ଇସ୍ତଫା ଦେଇଥିଲେ ଡ. ସସ୍ମିତ୍ ପାତ୍ର । ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଥିବା ଖବର ଆସିଥିଲା । ମାତ୍ର ତାଙ୍କର ଇସ୍ତଫାପତ୍ର କେଉଁଠୁ ମିଳି ନ ଥିଲା କି ସସ୍ମିତଙ୍କ ସହ ଯୋଗାଯୋଗ ହୋଇପାରି ନ ଥିଲା । ସାମ୍ବାଦିକମାନେ ସସ୍ମିତଙ୍କୁ ଫୋନ୍ କଲାବେଳେକୁ କେତେବେଳେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ କହୁଥିଲା ତ ଆଉ କେବେ ଆଉଟ୍ ଅଫ୍ ରେଞ୍ଜ୍ ଆସୁଥିଲା । ବେଳେ ବେଳେ ରିଙ୍ଗ ହେଉଥିଲେ ମଧ୍ୟ କେହି ଉଠାଉ ନ ଥିଲେ । ନିଜେ ସସ୍ମିତ୍ ତାଙ୍କର ଇସ୍ତଫା ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କୁ ଜଣାଇ ଅନ୍ତର୍ଦ୍ଧାନ ହୋଇଯାଇଥିବା ଜଣାପଡ଼ିଲା । ତେବେ ତାଙ୍କର ଇସ୍ତଫାର ରହସ୍ୟ ଓ ଇସ୍ତଫାପତ୍ରର ଠିକଣା ଖୋଜା ଯାଉଥିବା ବେଳେ ଆଜି ନବୀନ ନିବାସରୁ ଏଥିରେ ମୋହର ବାଜିଛି । ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ପଦରୁ ଡ. ସସ୍ମିତ୍ ପାତ୍ରଙ୍କ ଇସ୍ତଫାକୁ ସଭାପତି ନବୀନ ପଟ୍ଟନାୟକ ଗ୍ରହଣ କରିଥିବା କୁହାଯାଇଛି ।

ସସ୍ମିତଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ ସହ ତାଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇବା ପାଇଁ ଦଳର ୪ ଜଣ ସାଂସଦ ଦେବାଶିଷ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ଶୁଭାଷିଶ ଖୁଣ୍ଟିଆ ଗତ ସୋମବାର ଦିନ ସଭାପତିଙ୍କୁ ଚିଠି ଲେଖିଥିଲେ । ବିଜୁ ବାବୁଙ୍କୁ ଅପମାନିତ କରି ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟକୁ ରାଜ୍ୟସଭାରେ ଯେଉଁ ଢ଼ଙ୍ଗରେ ପ୍ରତିବାଦ କରାଯିବା କଥା ତାହା କରାଯାଇ ନ ଥିବାରୁ ସେମାନେ ଅସନ୍ତୋଷ ଝାଡ଼ିଥିଲେ । ତାଙ୍କ ଉପରକୁ ବିପଦ ଆସୁଥିବା ଜାଣି ସସ୍ମିତ୍ ଆଗତୁରା ସଂସଦୀୟ ଦଳର ନେତା ପଦ ଛାଡ଼ିଥିବା କୁହାଯାଉଛି ।

୨୦୨୨ ମସିହାରୁ ସସ୍ମିତ୍ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ରହିଥିଲେ । ତାଙ୍କର ଦକ୍ଷତା ଓ ପ୍ରଦର୍ଶନ ନେଇ କାହାର ଆପତ୍ତି ନ ଥିଲା । ମାତ୍ର ୱକଫ୍ ବିଲ୍ ପ୍ରସଙ୍ଗରେ ସେ ବିବାଦରେ ଫସିଥିଲେ । ବିଲ୍ ବିରୋଧରେ ବିଜେଡି ଭୋଟ୍ ଦେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସାଂସଦମାନଙ୍କ ବିବେକ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ଏଥିପାଇଁ ସସ୍ମିତଙ୍କ ଉପରେ ବର୍ଷିଥିଲେ ଦେବାଶିଷ ସାମନ୍ତରାୟ । ସସ୍ମିତ୍ ମନଇଚ୍ଛା କାର୍ଯ୍ୟ କରୁଛନ୍ତି ଏବଂ ଅନ୍ୟ ସାଂସଦମାନଙ୍କୁ ବିଶ୍ୱାସକୁ ନେଉନାହାନ୍ତି ବୋଲି ଅଭିଯୋଗ ବଢ଼ି ଚାଲିଥିଲା । ବିଜୁ ବାବୁଙ୍କୁ ନିଶିକାନ୍ତ ଦୁବେଙ୍କ ଅପମାନ ପ୍ରସଙ୍ଗରେ ରାଜ୍ୟସଭାରେ ନିନ୍ଦା ପ୍ରସ୍ତାବ ଆଣିବାକୁ ବିଜେଡି ସାଂସଦମାନେ ପ୍ରସ୍ତୁତ ଥିବା ବେଳେ ସସ୍ମିତ୍ ଏକା ଦୁଇପଦ କହି ୱାକ୍ ଆଉଟ୍ କରିବା ଘଟଣାକୁ ଅନ୍ୟ ସାଂସଦମାନେ ଗ୍ରହଣ କରିନାହାନ୍ତି ।

Previous Post

ଜନ୍ମଦିନରେ କିସ୍‍ ଛାତ୍ରଛାତ୍ରୀଙ୍କୁ ଅନନ୍ତ ଅମ୍ବାନୀଙ୍କ ଉପହାର

Next Post

ରାଜଧାନୀରେ କଟିବନି ଲାଇନ୍

Next Post
ରାଜଧାନୀରେ କଟିବନି ଲାଇନ୍

ରାଜଧାନୀରେ କଟିବନି ଲାଇନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA