Sunday, May 24, 2026 07:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧୋକା, ଧୋକା, ଡବଲ ଧୋକା

ନୂଆପଡା ଓ ଖରିଆର ରୋଡରେ ନବୀନଙ୍କ ମାରାଥନ ପ୍ରଚାର

by Our Correspondent
07 Nov, 2025- 07:19 PM
in Latest News, News, Politics
1 min read
0
ଧୋକା, ଧୋକା, ଡବଲ ଧୋକା

ନୂଆପଡା/ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦ୍ୱିତୀୟ ଥର ପାଇଁ ନୂଆପଡା ଯାଇ ସେଠାରେ ମାରାଥନ୍‌ ନିର୍ବାଚନ ପ୍ରଚାର କରିଛନ୍ତି । ତିନି ଘଣ୍ଟାରୁ ଅଧିକ ସମୟ ଧରି ଖରିଆର ରୋଡ ଓ ନୂଆପଡାରେ ବିଶାଳ ରୋଡ ଶୋ ରେ ଯୋଗ ଦେଇ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ । ଏହି ରୋଡ ଶୋ ରେ ହଜାର ହଜାର ଲୋକ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ ।

ରାସ୍ତାର ଦୁଇ ପଟରେ ଥିବା ହଜାର ହଜାର ଶୁଭେଚ୍ଛୁ ମାନଙ୍କୁ ନବୀନ ହାତ ହଲାଇ ଅଭିବାଦନ ଜଣାଇବା ସହ ଖରିଆର ରୋଡର ଡାଗା ଛକ, ବିଜୁ ପଟ୍ଟନାୟକ ଛକ ଓ ଲଖନିଆ ପେଟ୍ରୋଲ୍ ପମ୍ପ ଛକ ମାନଙ୍କରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ସେହିପରି ନୂଆପଡା ଏନ.ଏ.ସି. ଅଞ୍ଚଳର ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ମଧ୍ୟ ଜନସାଧାରଣଙ୍କୁ ସମ୍ବୋଧନ କରି ଆଗାମୀ ଏଗାର ତାରିଖ ନିର୍ବାଚନରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିବା ସହିତ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବା ପାଇଁ ଅନୁରୋଧ କରିଥିଲେ ।

ପରେ ପରକୋଟ ପଡିଆରେ ସମବେତ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇ ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ତୀବ୍ର ଆକ୍ରମଣ କରିଥିଲେ । କହିଥିଲେ ଯେ ମିଛ ପ୍ରଚାରରେ ବିକାଶ ହୁଏ ନାହିଁ । ଖାଲି ରଙ୍ଗ ମାରି ଦେଲେ ବିକାଶ ହୁଏ ନାହିଁ । ମିଛ ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ । ବିଜୁ ଜନତା ଦଳ ସରକାର ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପାନୀୟ ଜଳ, ଜଳସେଚନ, ଆଦିବାସୀ କଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭୁତ ବିକାଶ ଆସିଥିଲା । ନୂଆପଡାରେ ହଜାର ହଜାର ଏକର ଜମିକୁ ଜଳସେଚନ ଯୋଗାଇ ଦିଆଯାଇଥିଲା। ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ପ୍ରଭୁତ ଉନ୍ନତି ଆସିଥିଲା । ତାଙ୍କ ସରକାର ସମୟରେ ହୋଇଥିବା ବିଜୁ ଏକ୍ସପ୍ରେସ ୱେ ଆଜି ନୂଆପଡାର ଆର୍ଥିକ ବିକାଶ ପାଇଁ ସୁଯୋଗ ଆଣି ଦେଇଛି । ଆଜି ସାରା ରାଜ୍ୟରେ ବିକାଶ କାମ ପୁରା ବନ୍ଦ ।

୫୦୦ ଦିନ ପୁରଣ କରିଥିବା ବିଜେପି ସରକାର ଲୋକଙ୍କ ପାଇଁ କ’ଣ କରିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ୩୦୦ ୟୁନିଟ୍‌ ମାଗଣା ବିଜୁଳି, ୩୫୦୦ ଟଙ୍କା ପେନ୍‌ସନ୍‌, ଚାଷୀ ଭାଇଙ୍କୁ ୟୁରିଆ ସାର, ଯୁବକଙ୍କୁ ଚାକିରୀ ଆଦି ପ୍ରତିଶ୍ରୁତି ପୂରଣରେ ସରକାର ବିଫଳ ହୋଇଛି ବୋଲି ସେ କଟାକ୍ଷ କରିଥିଲେ । ସେହିପରି ମିଶନ ଶକ୍ତି ମା’ ମାନଙ୍କୁ ଲୋନ୍‌ ନ ମିଳିବା ଓ କଟ୍‌ନୀ ଛଟ୍‌ନୀ ବନ୍ଦ ନ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ବି.ଏସ୍‌.କେ.ୱାଇ କାର୍ଡରେ ଲୋକଙ୍କୁ ସେବା ମିଳୁଥିଲା । କିନ୍ତୁ ଏବେ ଆୟୁଷ୍ମାନ କାର୍ଡରେ କେବଳ ଟେନ୍‌ସନ୍‌ ହିଁ ମିଳୁଛି ।

ନବୀନ କହିଲେ ଯେ ଏହି ୫୦୦ ଦିନ ମଧ୍ୟରେ ଲୋକଙ୍କୁ କେବଳ ମିଳିଛି ଧୋକା, ଧୋକା, ଡବଲ ଧୋକା । ଗତ ତିନି ତାରିଖ ଦିନ ତାଙ୍କ ସଭାକୁ ଯେପରି ଲୋକ ନ ଆସିପାରିବେ, ସେଥିପାଇଁ ଅନେକ ଚେଷ୍ଟା କରାଯାଇଥିଲା । କିନ୍ତୁ କୋମନାରେ ଭୋଟର ଭାଇ ଭଉଣୀମାନେ ବହୁ ସଂଖ୍ୟାରେ ତାଙ୍କ ସଭାରେ ଯୋଗ ଦେଇଥିବାରୁ ନବୀନ ତାଙ୍କ ଭାଷଣରେ ଧନ୍ୟବାଦ ଜଣାଇଥିଲେ ।

ନବୀନ କହିଥିଲେ ଯେ ଏମାନେ ମିଛ କହି ସରକାର କରିପାରନ୍ତି । ପ୍ରାର୍ଥୀ ବି ଚୋରୀ କରି ପାରନ୍ତି । କିନ୍ତୁ ସେମାନେ ଲୋକଙ୍କ ହୃଦୟ ଜିତି ପାରିବେ ନାହିଁ । କୋମନା ସଭାରେ ଲୋକଙ୍କ ମନରେ ଯେଉଁ କ୍ରୋଧ ଓ ଦୁଃଖ ସେ ଦେଖିଥିଲେ ଆଜି ମଧ୍ୟ ନୂଆପଡାରେ ଲୋକଙ୍କ ଆଖିରେ ସେହି କ୍ରୋଧ ଓ ଦୁଃଖ ରହିଛି । ଲୋକଙ୍କ ସହିତ, ବିଜେଡି ସହିତ ଓ ତାଙ୍କ ସହିତ କିପରି ବେଇମାନି କରାଗଲା ନୂଆପଡାବାସୀ ତାହା ଭଲ ଭାବେ ଜାଣନ୍ତି । ଏହାର ଜବାବରେ ନୂଆପଡାର ଭୋଟରମାନେ ୧୧ ତାରିଖ ଦିନ ଭୋଟରେ ଦେବେ ବୋଲି ସେ କହିଥିଲେ । ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Previous Post

କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠିରୁ ଓଡିଶା ପାଇଁ ୧୦୦୦ କୋଟି

Next Post

କଂଗ୍ରେସ ସମର୍ଥନରେ ବାହାରିଲା ସିପିଏମ୍

Next Post
କଂଗ୍ରେସ ସମର୍ଥନରେ ବାହାରିଲା ସିପିଏମ୍

କଂଗ୍ରେସ ସମର୍ଥନରେ ବାହାରିଲା ସିପିଏମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA