Monday, October 5, 2026 05:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଓ-ହବ୍’ ଶୁଭାରମ୍ଭ

ପ୍ରତିବର୍ଷ ୨୦୦ ଷ୍ଟାର୍ଟଅପ୍ କୁ ସୁବିଧା କରାଇବ

by Our Correspondent
18 Dec, 2021- 10:41 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଓ-ହବ୍’ ଶୁଭାରମ୍ଭ

ଭୁବନେଶ୍ୱର: ଷ୍ଟାର୍ଟଅପ୍ ତିଆରି ଏବଂ ଏହାର କଳେବର ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଛିଡ଼ା ହୋଇଛି ଇନକ୍ୟୁବେସନ୍ ହବ୍ । ଭୁବନେଶ୍ୱରର ପଟିଆ ସ୍ପେଶାଲ୍ ଇକୋନମିକ୍ ଜୋନ୍ ଠାରେ ନିର୍ମିତ ‘ଓ-ହବ୍’ ର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଢ଼ଲକ୍ଷ ବର୍ଗଫୁଟ୍ ଅଞ୍ଚଳରେ ଏହି ବିଶ୍ୱସ୍ତରୀୟ ହବ୍ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ।

ଉଦ୍ୟୋଗୀମାନଙ୍କ ସାମଗ୍ରୀ/ସେବାର ବିକାଶ ସହ ଷ୍ଟେକହୋଲଡର୍ସ ମାନଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଏହା ପ୍ଲାଟଫର୍ମ ଭାବେ ବ୍ୟବହୃତ ହେବ । ଗୋଟେ ଛାତ ତଳେ ସମସ୍ତେ ଏକାଠି ହୋଇ କାମ କରିବେ ।

ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅର୍ଥନୈତିକ ସ୍ୱାଧୀନତା, ଜ୍ଞାନ ଏବଂ ଉଦଭାବନର ଏଜେଣ୍ଟ ହେଉଛନ୍ତି ଷ୍ଟାର୍ଟଅପ୍ । ସ୍ୱାସ୍ଥ୍ୟସେବା, ରେନେବୁ୍ୟଲ୍ ଏନର୍ଜି, ଆଇସିଟି, ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, ଅଗମେଣ୍ଟେଡ଼ ରିୟଲିଟି/ ଭର୍ଚୁଆଲ୍ ରିୟଲିଟି, ହାଣ୍ଡଲୁମ୍, ହାଣ୍ଡିକ୍ରାଫ୍ଟ୍, ଏଗ୍ରି-ଟେକ୍ ଆଦି କ୍ଷେତ୍ରରେ ପ୍ରତିବର୍ଷ ୨୦୦ ଷ୍ଟାର୍ଟଅପ୍ ର ସୁବିଧା କରାଇବ ଓ-ହବ୍ ।

୨୦୧୨ ଷ୍ଟାର୍ଟଅପ୍ ନୀତିରେ ଏ ପର୍ଯ୍ୟନ୍ତ ଓଡ଼ିଶାରେ ୧୨୦୦ ରୁ ଅଧିକ ଷ୍ଟାର୍ଟଅପ୍ ସୃଷ୍ଟି ହେଲାଣି । ଏଥିରେ ୧୦ ହଜାରରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇଛି । ୨୦୨୫ ସୁଦ୍ଧା ରାଜ୍ୟରେ ୫ ହଜାର ଷ୍ଟାର୍ଟଅପ୍ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ନୂଆ ଡ୍ରାଫ୍ଟ୍ ନୀତି୨୦୨୧ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ଷ୍ଟାର୍ଟଅପ୍ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି । ସ୍କୁଲ ପାଠ୍ୟକ୍ରମରେ ଉଦ୍ୟୋଗକୁ ଏକ ବିଷୟ ଭାବେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଉତ୍ସବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଏମଏସଏମଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇଥିଲେ ।

Previous Post

ଇଞ୍ଜିନିୟରିଂ ଛାତ୍ରଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ

Next Post

‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ମେଗା ଚକ୍ଷୁ ପରୀକ୍ଷା ଶିବିର

Next Post
‘ଓଡ଼ିଶା-ମୋ ପରିବାର’ ପକ୍ଷରୁ  ମେଗା ଚକ୍ଷୁ ପରୀକ୍ଷା ଶିବିର

'ଓଡ଼ିଶା-ମୋ ପରିବାର' ପକ୍ଷରୁ ମେଗା ଚକ୍ଷୁ ପରୀକ୍ଷା ଶିବିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA