Saturday, June 27, 2026 07:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା ଆସିଲେ ନୂଆ ରାଜ୍ୟପାଳ

କାଲି ୧୧ଟା ୪୫ ରେ ଶପଥ ଗ୍ରହଣ

by Our Correspondent
30 Oct, 2023- 08:02 PM
in Latest News, News
1 min read
0
ଓଡ଼ିଶା ଆସିଲେ ନୂଆ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଆସନ୍ତାକାଲି ଶପଥ ନେବେ । ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲ୍ ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ନବନିଯୁକ୍ତ ରାଜ୍ୟପାଳ ଶ୍ରୀ ଦାସ ସପରିବାର ଆଜି ଭୋରରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଯୋଗେ ପୁରୀରେ ପହଞ୍ଚିଥିଲେ । ପୁରୀ ରାଜଭବନରେ କିଛି ସମୟ ରହିବା ପରେ ସକାଳୁ ସକାଳୁ ମହୋଦଧିକୁ ଯାଇ ସୂର୍ଯେ୍ୟାଦୟ ଦର୍ଶନ କରିଥିଲେ । ଏହାପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଆସିଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ଅନ୍ୟ ବିଜେପି ନେତାମାନେ ତାଙ୍କ ସାଙ୍ଗରେ ଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ।

ନୂଆ ରାଜ୍ୟପାଳ ପ୍ରଥମେ ବାଇଶି ପାହାଚରେ କାଶୀ ବିଶ୍ୱନାଥ ଦର୍ଶନ କରିବା ସହ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଏହା ସହ ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଓ ପାଶ୍ୱର୍ ଦେବାଦେବୀଙ୍କ ଦର୍ଶନ କରିଥିଲେ । ପ୍ରାୟ ଘଣ୍ଟାଏ କାଳ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ପରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ।

ଅପରାହ୍ନ ସାଢ଼େ ଦୁଇଟାରେ କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ରାଜଭବନରେ ପହଞ୍ଚିଥିଲେ ନୂଆ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ ନୂଆ ରାଜ୍ୟପାଳଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ।

ଆସନ୍ତାକାଲି ଶପଥ ଗ୍ରହଣ ପୂର୍ବରୁ ସକାଳ ୮ଟା ୪୫ରେ ନୂଆ ରାଜ୍ୟପାଳ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ପ୍ରୋଟୋକଲ୍ ଅନୁଯାୟୀ ନୂଆ ରାଜ୍ୟପାଳଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି ।

ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ସୌଭାଗ୍ୟ ମନେ କରୁଥିବା ନୂଆ ରାଜ୍ୟପାଳ କହିଛନ୍ତି । ଓଡ଼ିଶାର ବିକାଶ ସର୍ବୋଚ୍ଚ ପ୍ରାଥମିକତା । ଗରିବ ଓ ସାଧାରଣ ଜନତାଙ୍କ ପାଇଁ ରାଜଭବନ ଦ୍ୱାର ୨୪ ଘଣ୍ଟା ଖୋଲା ରହିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ଦିନେ ଜାମସେଦପୁର ଟାଟା କମ୍ପାନୀରେ ଏକ ଛୋଟିଆ ଚାକିରି କରିଥିଲେ । ୧୯୭୭ ରେ ରାଜନୀତିରେ ପ୍ରବେଶ କରି ପ୍ରଥମେ ଜନତା ଦଳରେ ଥିଲେ । ୧୯୮୦ ରେ ବିଜେପିରେ ଯୋଗ ଦେଇଥିଲେ । ଝାଡ଼ଖଣ୍ଡ ବିଧାନସଭାକୁ ସେ ୫ ଥର ନିର୍ବାଚିତ ହୋଇଛନ୍ତି । ୨୦୦୫ ରେ ଅର୍ଜୁନ ମୁଣ୍ଡାଙ୍କ ସରକାର(ଏନଡିଏ)ରେ ସେ ମନ୍ତ୍ରୀ ହୋଇଥିଲେ । ଶିବୁ ସୋରେନଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୬ ମାସ ପାଇଁ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୪ ରେ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ ରଘୁବର । ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ ।

Previous Post

ପୁରୀରେ ହବିଷ୍ୟାଳୀ ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Next Post

ରାୟଗଡ଼ା,ଝାରସୁଗୁଡ଼ା ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’

Next Post
ରାୟଗଡ଼ା,ଝାରସୁଗୁଡ଼ା ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’

ରାୟଗଡ଼ା,ଝାରସୁଗୁଡ଼ା ଜିଲ୍ଲାରେ 'ଆମ ଓଡିଶା ନବୀନ ଓଡିଶା'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA