Sunday, June 21, 2026 01:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭିଡ଼ ଭିତରେ ବିବସ୍ତ୍ର ଯୁବତୀ

'ବିକାଶର ଧାରା ଓଡ଼ିଶା ସାରା'

by Samar Pradhan
20 Jun, 2026- 08:55 PM
in Crime, Latest News, News
1 min read
0
ଭିଡ଼ ଭିତରେ ବିବସ୍ତ୍ର ଯୁବତୀ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କଲ୍ୟାଣପୁର ଥାନା ଅଞ୍ଚଳରେ ଘଟିଥିବା ଘଟଣା ଯେତିକି ବୀଭତ୍ସ, ସେତିକି ଭୟାନକ । ‘ବିକାଶର ଧାରା ଓଡ଼ିଶା ସାରା’ ସ୍ଲୋଗାନ୍ ଦିଆଯାଉଥିବା ରାଜ୍ୟରେ ଏଭଳି କୁତ୍ସିତ, ବୀଭତ୍ସ ଘଟଣା ଆମ ସମସ୍ତଙ୍କ ମୁହଁ ତଳକୁ କରିଦେଇଛି । ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ମବ୍ ଲିଞ୍ଚିଂ ବା ଭିଡ଼ ହତ୍ୟାର ବୀଭତ୍ସ ଦୃଶ୍ୟ ମନରୁ ନ ଯାଉଣୁ ଦୁର୍ଗମ କଲ୍ୟାଣପୁର ଅଞ୍ଚଳରେ ଜଣେ ଉଚ୍ଚଶିକ୍ଷିତା ଅଣଓଡ଼ିଆ ଯୁବତୀଙ୍କୁ ପିଲାଚୋର ସନେ୍ଦହରେ ୪୦ ରୁ ଅଧିକ ଲୋକ ଚୁଟି ଘୋଷାଡ଼ି ବିଧା ଗୋଇଠା ମାରିବା, ତାଙ୍କର ଅନ୍ତବସ୍ତ୍ର ଫାଡ଼ିଦେବା, ଜୀବନ ଓ ଇଜ୍ଜତ ବଞ୍ଚାଇବା ପାଇଁ ନେହୁରା ହେଉଥିବା ବିବସ୍ତ୍ର ଯୁବତୀଙ୍କର ଅସହାୟତାକୁ ମୋବାଇଲ୍ ରେ ଭିଡିଓ କରି ମଜ୍ଜା ନେବାର ଦୃଶ୍ୟ ମନକୁ ଆହୁରି ବିଚଳିତ କରିଦେଉଛି । ଆଜି କାହିଁକି ଆମର ଏ ଅବସ୍ଥା? ପୁଲିସ ଉପରୁ ଲୋକଙ୍କ ଭୟ ଓ ଭରସା ତୁଟିଯାଇଛି କାହିଁକି? ଏହାର ସମାଧାନ କ’ଣ? ପୁଣି ଏକ ଅଘଟଣକୁ କ’ଣ ଅପେକ୍ଷା କରି ରହିବା?

ଗତ ୧୬ ତାରିଖରେ ରାୟଗଡ଼ା ଜିଲ୍ଲା କଲ୍ୟାଣପୁର ଅଞ୍ଚଳରେ ଘଟିଥିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ‘ଗ୍ରାମ ବିକାଶ’ ଏନଜିଓ ସଂସ୍ଥାରେ ରେ ଇଣ୍ଟର୍ଣ୍ଣସିପ୍ କରୁଥିବା ଦିଲ୍ଲୀର ଜଣେ ଯୁବତୀ ଓ ତାଙ୍କର ସହଯୋଗୀ ଗୁଜୁରାଟୀ ଯୁବକଙ୍କୁ ପିଲାଚୋର ସନ୍ଦେହରେ ବର୍ବରୋଚିତ ଭାବରେ ଆକ୍ରମଣ କରାଯିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଯୁବତୀଙ୍କ ଚୁଟି ଟାଣି ତାଙ୍କର ଅନ୍ତବସ୍ତ୍ର ଫାଡ଼ିବାର ଦୃଶ୍ୟ ଅଧିକ ବିଚଳିତ କରିଛି ।

ଏକ୍ସପୋଜର୍ ଭିଜିଟ୍ ରେ ଦୁହେଁ କନ୍ଧମାଳ ଦାରିଙ୍ଗିବାଡ଼ି ଆସିଥିଲେ । ସେଠାରୁ କଳାହାଣ୍ଡିର ଥୁଆମୂଳ ରାମପୁର ଯାଉଥିଲେ । ତେବେ ରାୟଗଡ଼ା ଜିଲ୍ଲା କଲ୍ୟାଣପୁର ଅଞ୍ଚଳ ରେ ଯାଉଥିବା ବେଳେ ବାଟ ହୁଡ଼ି ଯାଇଥିଲେ । ଇନ୍ତାଲିଗୁଡ଼ା ବୋଲି ଗୋଟେ ଗ୍ରାମରେ ପଶିଯାଇଥିଲେ । ସେଦିନ ଶେଷ ରଜ ଥିବାରୁ ଗାଁରେ ଗହଳି ଚହଳି ଥିଲା । ପିଲାମାନେ ରଜ ଦୋଳି ଖେଳୁଥିଲେ । ଏହି ଦୃଶ୍ୟ ଦେଖି ଦୁହେଁ ସେଠାରେ ଅଟକି ଯାଇଥିଲେ । ଖୁସିରେ ପିଲାମାନଙ୍କୁୁ ଗେହ୍ଲ କରି ଚକୋଲେଟ୍ ଦେଇଥିଲେ ।

ମାତ୍ର ସେଠାରେ ଉପସ୍ଥିତ ଥିବା କିଛି ନିଶାସକ୍ତ ଯୁବକ ଦୁହିଁଙ୍କୁ ପିଲାଚୋର ଭାବିଦେଲେ । ହୋ ହଲ୍ଲା କରିବାରୁ ଗାଁର ଅନ୍ୟମାନେ ମାଡ଼ି ଆସିଥିଲେ । କିଛି ନ ବୁଝି ଦୁହିଁଙ୍କୁ ଘେରିଯାଇ ପିଟିବା ଆରମ୍ଭ କରିଦେଲେ । ଉଭୟ ପରିଚୟ ପତ୍ର ଦେଖାଇବା ସତ୍ତ୍ୱେ କେହି ବୁଝିବା ଅବସ୍ଥାରେ ନ ଥିଲେ । ଯୁବକଙ୍କୁ ପିଟି ପିଟି ରକ୍ତାକ୍ତ କରିଦେଲା ପରେ ଯୁବତୀଙ୍କ ଚୁଟି ଘୋଷାଡ଼ି ମୁହଁକୁ ମୁଥ ପରେ ମୁଥ ପକାଇଥିଲେ । ତାଙ୍କର ଅନ୍ତବସ୍ତ୍ର ଫାଡ଼ି ଦେଇଥିଲେ । ଦେହରେ କପଡ଼ା ଖଣ୍ଡେ ପକାଇବାକୁ ଯୁବତୀ ହାତଯୋଡି ନେହୁରା ହେଉଥିଲା ବେଳେ ଲୋକମାନେ ତାଙ୍କର ମଜାକ୍ ଉଡ଼ାଉଥିଲେ । କିଛି ଯୁବକ ଯୁବତୀଙ୍କ ବିବସ୍ତ୍ର ଶରୀରକୁ ମୋବାଇଲ୍ ରେ ଭିଡିଓ କରିବାରେ ମାତି ଯାଇଥିଲେ । ଶେଷରେ ସେମାନଙ୍କ କବଳରୁ ଦୁହିଁଙ୍କୁ ଉଦ୍ଧାର କରିଥିଲେ ଗ୍ରାମର ଜଣେ ସହୃଦୟ ଯୁବକ । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ପୁଲିସକୁ ଖବର ଦେଇଥିଲେ ।

ପୁଲିସ ଏହି ଘଟଣାରେ ପୂର୍ବରୁ ୧୬ ଜଣଙ୍କୁ ଗିରଫ କରିଥିଲା । ଆଜି ଆଉ ୫ ଜଣଙ୍କୁ ଗିରଫ କରିଛି । ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ ବୋଲି ରାୟଗଡ଼ା ଏସପି କହିଛନ୍ତି ।

ଦୁର୍ଗମ ଅଞ୍ଚଳରେ ଘଟଣା ଘଟିଥିବାରୁ ପ୍ରଥମେ ଏକପ୍ରକାର ଚପିଯାଇଥିଲା କହିଲେ ଚଳେ । ତଥାକଥିତ ବଡ଼ ବଡ଼ ଟିଭି, ଖବରକାଗଜରେ ଖବରଟି ଦିନକ ପରେ ଭିତର ପୃଷ୍ଠାରେ ଛୋଟ ହୋଇ ଆସିଥିଲା । ସରକାର ବଦନାମ ହୋଇଯିବାର ଚାପ ଥିଲା ବୋଧେ । ମାତ୍ର ସୋସିଆଲ୍ ମିଡିଆରେ ଏହି ଦୃଶ୍ୟ ଭାଇରାଲ୍ ହେବା ପରେ ଖବର ତା’ର ମର୍ଯ୍ୟାଦା ପାଇଛି ।

ଆଜି ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତ ଉତ୍ସବରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଗୋଟିଏ ମଞ୍ଚରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସାପତ୍ର ଦେଉଥିଲା ବେଳେ ରାଜ୍ୟବାସୀଙ୍କ ନଜର କିନ୍ତୁ କଲ୍ୟାଣପୁର ଘଟଣା ଉପରେ ଥିଲା । ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟର ଦ୍ରୁତ ବିକାଶ ଚାଲିଥିବା ବେଳେ ବାଲିଅନ୍ତା, କେନ୍ଦ୍ରାପଡ଼ା, କଲ୍ୟାଣପୁର ଘଟଣାଗୁଡ଼ିକ ବାଧକ ସାଜି ପାରିନି । ଏହା ହିଁ ମୋହନ ସରକାରଙ୍କ ଉପଲବ୍ଧ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅନୁଭବ ବୋଲି ଓଡ଼ିଶାବାସୀଙ୍କୁ ଆଜି ବାର୍ତ୍ତା ଦିଆଯାଇଛି ।

ନବୀନଙ୍କ ଉଦବେଗ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ ଉଦବେଗ ପ୍ରକାଶ କରି ଟୁଇଟ୍ କରିଛନ୍ତି । ଲେଖିଛନ୍ତି, ଦିଲ୍ଲୀର ଛାତ୍ରୀଙ୍କ ସହ ଘଟିଥିବା ଜଘନ୍ୟ, ବର୍ବରୋଚିତ କାଣ୍ଡ ସମଗ୍ର ଓଡ଼ିଶାକୁ ବିଚଳିତ, ଲଜ୍ଜିତ ଓ ଚିନ୍ତିତ କରିଛି । ଏପରି ଦୁଃସ୍ଥିତିର ସାମ୍ନା କରିଥିବା ଛାତ୍ରୀଙ୍କୁ ମୋର ଗଭୀର ସମବେଦନା ଜଣାଉଛି । ସର୍ବସମ୍ମୁଖରେ ଛାତ୍ରୀଙ୍କ ସହ ସଂଘବଦ୍ଧ ଭାବେ ଘଟିଥିବା ବୀଭତ୍ସ, ନାରକୀୟ କାଣ୍ଡ ମାନବିକତା ଏବଂ ଆମ ଅସ୍ମିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏପରି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସରକାର ତୁରନ୍ତ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେବା ଦରକାର । କାହିଁକି ଓଡ଼ିଶାର ଛବି କଳୁଷିତ ହେବାକୁ ଛାଡ଼ି ଦିଆଯାଇଛି? ଏ ସରକାର, ଏ ପୁଲିସ ପ୍ରଶାସନ ଏତେ ଅସହାୟ କ’ଣ ପାଇଁ? ସମସ୍ତଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା କ’ଣ ଏ ସରକାରଙ୍କ ଉତ୍ତରଦାୟିତ୍ୱ ନୁହେଁ କି?

ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ସ୍ଥାଣୁତା ଓ ଅସମ୍ଭବ ନୀରବତା ଏପରି ବୀଭତ୍ସ କାଣ୍ଡ ଘଟିବାକୁ ପ୍ରଶୟ ଦେଉନାହିଁ କି?

ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ ବିକାଶର ଧାରା ଓଡ଼ିଶା ସାରା କହି ଉତ୍ସବରେ ମାତିଛନ୍ତି?

ସରକାର ତୁରନ୍ତ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରି ରାଜ୍ୟରେ ମା’ ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ।

 

Previous Post

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କର: ବିଜେଡି

Next Post

‘ବିବସ୍ତ୍ର ମହିଳା, ଉତ୍ସବରେ ସରକାର’

Next Post
‘ବିବସ୍ତ୍ର ମହିଳା, ଉତ୍ସବରେ ସରକାର’

'ବିବସ୍ତ୍ର ମହିଳା, ଉତ୍ସବରେ ସରକାର'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA