Sunday, June 21, 2026 01:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ବିବସ୍ତ୍ର ମହିଳା, ଉତ୍ସବରେ ସରକାର’

କଲ୍ୟାଣପୁରରେ ଭିଡ ହିଂସା

by Our Correspondent
20 Jun, 2026- 09:09 PM
in Latest News, News
1 min read
0
‘ବିବସ୍ତ୍ର ମହିଳା, ଉତ୍ସବରେ ସରକାର’

 

ଭୁବନେଶ୍ୱର: ଦିନେ ଶାନ୍ତିପ୍ରିୟ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଥିବା ଓଡିଶା ଏବେ ଦୁର୍ନୀତି, ଭିଡହିଂସା, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳାର ଅଧୋଗତି ପାଇଁ ସାରା ବିଶ୍ୱରେ ଅପଖ୍ୟାତି ଅର୍ଜନ କରୁଛି । ଏହାର ଶ୍ରେଷ୍ଠ ଉଦାହରଣ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଦୁଇ ଜଣ ବାହାର ରାଜ୍ୟର ଯୁବକଯୁବତୀଙ୍କୁ ଅମାନୁଷିକ ଭାବେ ୪୦ରୁ ଅଧିକ ଲୋକ ମାଡ ମାରିବା । ଏହା ଦର୍ଶାଉଛି ରାଜ୍ୟ ଶାସନରେ ବିଜେପି ସରକାରର କର୍ତ୍ତୃତ୍ୱ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି । ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟରେ ପ୍ରତିଦିନ ଘଟୁଥିବା ଅମାନବୀୟ ଘଟଣା ଓ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ସମାଲୋଚନା କରିଛନ୍ତି ।

ଶ୍ରୀମତୀ ସୁଲତା ଦେଓ କହିଛନ୍ତି, ଆଜି ରାଜ୍ୟ ସରକାର ଦୁଇ ବର୍ଷ ପୂର୍ତ୍ତି ପାଇଁ ବିଭିନ୍ନ ଉତ୍ସବ ପାଳନ, ଯୋଜନାର ଶୁଭାରମ୍ଭ, ଉଦ୍ଘାଟନ ଓ ବ୍ୟାପକ ବିଜ୍ଞାପନ ପ୍ରଚାରରେ ବ୍ୟସ୍ତ ଥିବାବେଳେ, ରାଜ୍ୟରେ ଘଟୁଥିବା ଗୁରୁତର ଓ ଚିନ୍ତାଜନକ ଘଟଣା ପ୍ରତି ସରକାରଙ୍କ ଉଦାସୀନତା ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି । ରାୟଗଡ଼ାରେ ଘଟିଥିବା ବର୍ବର ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ ଓ ଆନ୍ଦୋଳିତ କରିଛି । ଓଡ଼ିଶା କଣ ଆଜି ମଧ୍ୟ ଏକ ଶାନ୍ତି ପ୍ରିୟ ରାଜ୍ୟ ଭାବେ ନିଜର ପରିଚୟ ବଜାୟ ରଖିଛି, ନା ଧୀରେ ଧୀରେ ଅଶାନ୍ତି ଓ ବର୍ବରତାର ପଥରେ ଅଗ୍ରସର ହେଉଛି?

ଦାରିଙ୍ଗବାଡ଼ିରୁ ଥୁଆମୂଳ ରାମପୁର ଯାଉଥିବା ବେଳେ ଭୁଲବଶତଃ ରାୟଗଡା ଜିଲ୍ଲାର କଲ୍ୟାଣପୁର ରାସ୍ତାରେ ଯିବା ବେଳେ ଘଟିଥିବା ଘଟଣାର ଭିଡିଓ ଯେଉଁମାନେ ଦେଖିଛନ୍ତି, ସେମାନେ ନିଶ୍ଚିତ ଭାବେ ଲଜ୍ଜିତ, ବିଚଳିତ ଓ ମର୍ମାହତ ହୋଇଛନ୍ତିି । ଭିଡିଓରେ ଦେଖାଯାଇଥିବା ହିଂସା, ଅମାନବିକତା ଓ ବର୍ବରତା ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିଲା ବେଳେ ଭିଡ ହିଂସା ମଧ୍ୟ ବଢି ଚାଲିଛି । କିଛି ଦିନ ତଳେ ବାଲିଅନ୍ତାର ଜଣେ ପୋଲିସ କନେଷ୍ଟବଳ ସୌମ୍ୟ ସ୍ୱାଇଁଙ୍କୁ ବାଡେଇ ବାଡେଇ ମାରିଦେବା ଘଟଣା, ନିକଟରେ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କୁ ମହାକାଳପଡା ବିଡିଓଙ୍କ କାର୍ଯ୍ୟାଳୟରେ ଯେଉଁଭଳି ୧୫ରୁ ଅଧିକ ଗେରୁଆ ଗୁଣ୍ଡା ବାହିନୀମାନେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ ତାହା ଗଭୀର ଚିନ୍ତାଜନକ ।

କଲ୍ୟାଣସିଂହପୁରରେ ଗତ ୧୬ ତାରିଖ ଦିନ ଯେଉଁଭଳି ପାଠପଢିବାକୁ ଆସିଥିବା ଅନ୍ୟ ରାଜ୍ୟର ଯୁବକଯୁବତୀଙ୍କୁ ଭିଡହିଂସାର ଶିକାର ହେବାକୁ ପଡିଥିଲା ତାହା ରାଜ୍ୟର ପରିଚୟକୁ ତଳକୁ ନେଇଛି । ଯେଉଁ ବିଜେପି ଦଳ ମହିଳା ଶାଖାର କାର୍ଯ୍ୟକର୍ତ୍ତାମାନେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ମହିଳା ଆକ୍ରୋଶ ରାଲି କରୁଥିଲେ । କଲ୍ୟାଣସିଂହପୁରରେ ଘଟୁଥିବା ଅମାନବୀୟ ଘଟଣାରେ ପାଟି ଖୋଲୁ ନାହାନ୍ତି କାହିଁକି । ପୋଲିସ ବିଭାଗରେ କମ୍ କର୍ମଚାରୀ ଥିବାରୁ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ସଠିକ କାର୍ଯ୍ୟକ୍ଷମ ହେଉପାରୁନାହିଁ । ଅନ୍ୟପଟେ ପୋଲିସ ବିଭାଗରେ ଥିବା ବଡ ବାବୁ ମାନେ ନିଜ ଘର ତଥା ବ୍ୟକ୍ତିଗତ କାମ ପାଇଁ ୫ରୁ ୮ କର୍ମଚାରୀ ନିୟୋଜିତ କରୁଛନ୍ତି । ଏହା କ’ଣ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଜାଣିପାରୁନାହାନ୍ତି କି? ରାୟଗଡା ଘଟଣା ପାଇଁ ସରକାର ସଂପୂର୍ଣ୍ଣ ଭାବେ ଦାୟୀ । ଆମେରିକା ଯେଉଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଥିଲା ତାହା ଆଜି ସତ୍ୟ ପ୍ରମାଣିତ ହେଉଛି ।

ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତିି , ଅତିଥି ଦେବ ଭବୋ ପାଇଁ ଓଡିଶାର ନାଁ ନବୀନ ବାବୁଙ୍କ ସମୟରେ ସୁନାମ ଆର୍ଜନ କରିଥିଲା ବେଳେ ଗତ ଦୁଇ ବର୍ଷ ବିଜେପି ସରକାରରେ ଓଡିଶାର ଛବି ବିଶ୍ୱ ଦରବାରରେ ମଳିନ ହେବାରେ ଲାଗିଛି । ଆଜି ରାଜ୍ୟବାସୀ ଅନୁଭବ କରୁଛନ୍ତିି, ଭାରତୀୟ ଜନତା ପାର୍ଟି ଦୁଇ ବର୍ଷରେ ରାଜ୍ୟକୁ ଦୁଇ ଶହ ବର୍ଷ ପଛକୁ ନେଇଯାଇଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଝିଅମାନଙ୍କୁ ଦୁଷ୍କର୍ମ କରାଯାଉଛି । ଜିତୁ ମୁଣ୍ଡାଙ୍କ ଭଳି ଲୋକମାନେ କଙ୍କାଳ ବୋହି ବ୍ୟାଙ୍କକୁ ଯାଉଛନ୍ତିି । ଭିଡହିଂସାରେ ଲୋକମାନଙ୍କ ଜୀବନ ଯାଉଛି, ତଥାପି ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ । ଜଣେ ଝିଅ ପାଠ ପଢିବା ପାଇଁ ଏ ରାଜ୍ୟକୁ ଆସି ଭିଡହିଂସାର ସମ୍ମୁଖୀନ ହୋଇ ସର୍ବସାଧାରଣରେ ବିବସ୍ତ୍ର ହେଲା ଭଳି ଲଜ୍ଜାର କଳଙ୍କ ମୁଣ୍ଡରେ ନେଇ ଯାଉଛି ଏକଥା ସାରା ଦୁନିଆକୁ କ’ଣ ବାର୍ତ୍ତା ଦେଉଛି? ଭିଡ ହିଂସା ଘଟାଉଥିବା ଲୋକମାନଙ୍କର ପୋଲିସକୁ ଡର ନାହିଁ ।

ସରକାର ଆସିବାର ପ୍ରଥମ ଦିନରେ ହିଁ ତତ୍କାଳିନ ରାଜ୍ୟପାଳଙ୍କ ପୁଅ ଯେକି ଜଣେ ଅଣଓଡିଆ, ସେ ଜଣେ ଓଡିଆ ଏଏସ୍ଓଙ୍କୁ ଜୋତା ଚଟାଇବା ଭଳି ନିନ୍ଦନୀୟ ଘଟଣାରେ ସରକାର ତାଙ୍କୁ ଗିରଫ କରି ଦଣ୍ଡଦେବା ଦୂର କଥା ତାଙ୍କ ନାଁରେ ଏଫ୍ଆଇଆର ମଧ୍ୟ କଲେ ନାହିଁ । ସେହି ଦିନଠାରୁ ଅପରାଧୀମାନଙ୍କ ମନୋବଳ ବଢି ଯାଇଛି, ଯେ ଆମେ ଯାହା କଲେ ମଧ୍ୟ ସରକାର କିଛି କରିପାରିବେ ନାହିଁ । ବିଜେପି ସରକାର ଅପରାଧୀମାନଙ୍କ ବିରୋଧରେ ଏତେ କୋହଳ ମନୋଭାବ କ’ଣ ପାଇଁ? କିନ୍ତୁ ନବୀନ ବାବୁଙ୍କ ସମୟରେ ଅପରାଧୀମାନେ ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଚିନ୍ତା କରୁଥିଲେ । ସରକାର ଶ୍ୱେତପତ୍ର ପ୍ରକାଶ କରି ଜଣାନ୍ତୁ, ନାରୀମାନଙ୍କ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି? ଜଣେ ସାଧାରଣ ନାରୀ ଏହା ଜାଣିବା ତାଙ୍କର ନୈତିକ ଅଧିକାର । ଯଦି ସରକାର ନିଜର ଦାୟିତ୍ୱ ସମ୍ପାଦନ କରିବାରେ ବିଫଳ ହେଉଛନ୍ତି । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

Previous Post

ଭିଡ଼ ଭିତରେ ବିବସ୍ତ୍ର ଯୁବତୀ

Next Post

‘ମୋହନଙ୍କ ନେତୃତ୍ୱରେ ଦ୍ରୁତ ବିକାଶ’

Next Post
‘ମୋହନଙ୍କ ନେତୃତ୍ୱରେ ଦ୍ରୁତ ବିକାଶ’

'ମୋହନଙ୍କ ନେତୃତ୍ୱରେ ଦ୍ରୁତ ବିକାଶ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA