Sunday, June 21, 2026 01:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ମୋହନଙ୍କ ନେତୃତ୍ୱରେ ଦ୍ରୁତ ବିକାଶ’

ଦୁଇବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ୍

by Our Correspondent
20 Jun, 2026- 09:15 PM
in Latest News, News
1 min read
0
‘ମୋହନଙ୍କ ନେତୃତ୍ୱରେ ଦ୍ରୁତ ବିକାଶ’

ଭୁବନେଶ୍ୱର: ଦୁଇବର୍ଷର ମୋହନ ସରକାରଙ୍କୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଦ୍ରୁତ ଗତିରେ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଗୋଟିଏ ମଞ୍ଚରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁଇବର୍ଷରେ ରାଜ୍ୟ ସରକାର ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ସବୁ କ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ପୁଞ୍ଜି ଆସି ଚାଲିଛି ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ରାଜ୍ୟରେ ବିଜେପି ସରକାର ଦୁଇବର୍ଷ ପୂରଣ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ବିକାଶ ଦ୍ରୁତଗତିରେ ବଢ଼ୁଛି । ମହାପୁରୁଷଙ୍କ ସ୍ୱପ୍ନ ପୂରଣ ପାଇଁ ଦୁଇବର୍ଷରେ ସରକାର ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ସବୁ କ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ପୁଞ୍ଜି ଆସି ଚାଲିଛି । ଉତ୍କର୍ଷ ଓଡ଼ିଶା ପାଇଁ ୨୦ ଲକ୍ଷ କୋଟିର ପ୍ରତିଶ୍ରୁତି ମିଳିଛି । ଶକ୍ତି କ୍ଷେତ୍ର ପାଇଁ ୬ ହଜାର କୋଟିର ପୁଞ୍ଜି ଆସିଛି । ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଖରେ ପହଞ୍ଚି ପାରିଛି । ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ ରାଜ୍ୟରେ ଲାଗୁ ହୋଇଛି । ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶା ପ୍ରଶଂସନୀୟ କାର୍ଯ୍ୟ କରୁଛି । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ପିଏମ ଜନମନ ଯୋଜନା ରାଷ୍ଟ୍ରପତିଙ୍କ ପାଇଁ ହିଁ ଆରମ୍ଭ ହୋଇଛି । ଜନଜାତି ଲୋକଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ମୟୁରଭଞ୍ଜରେ ଆଉ ଏକ ନବୋଦୟ ବିଦ୍ୟାଳୟ ପାଇଁ ଅନୁମତି ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତିଙ୍କୁ ଆଜିର ଜନ୍ମଦିନ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ମୟୁରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ । ରାଷ୍ଟ୍ରପତିଙ୍କ ଗାଁକୁ ଆସି ଶୁଭକାମନା ଜଣାଇବାକୁ ସୁଯୋଗ ମିଳିଛି । ରାଷ୍ଟ୍ରପତି ମନାଇଥିବା ସ୍କୁଲ ଯାଇ ପିଲାଙ୍କ ସହ ମିଶିଲି । ପିଲାମାନେ ଆଜି ରାଷ୍ଟ୍ରପତି ନୁହେଁ, ସେମାନଙ୍କ ମାଆ ଆସିଥିବା କହିଲେ । ପାହାଡ଼ପୁରକୁ ‘ସୂର୍ଯ୍ୟଗ୍ରାମ’ ଭାବେ ତିଆରି ପ୍ରତିଶ୍ରୁତି ଦେଉଛି । ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଲୋକେ ମାଗଣା ବିଜୁଳି ସେବା ପାଇବେ ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ, ପ୍ରଧାନମନ୍ତ୍ରୀ ପାହାଡ଼ପୁର ମୋ ଗାଁକୁ ଆସିଥିବାରୁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀ ମୋର ଏହି ଛୋଟ ଗାଁକୁ ଆସିବା ମାଟି ପ୍ରତି ତାଙ୍କର ମୋହକୁ ସୂଚାଉଛି । ଦେଶ ପ୍ରତି ତାଙ୍କର ଭଲ ପାଇବା ପାଇଁ ଧନ୍ୟବାଦ ଜଣାଉଛି । ଜନଜାତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ କିଛି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ସ୍ଥାନୀୟ ଜନଜାତି ଲୋକେ ବେଶ୍ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ଦେଶରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନରେ ରହିବା ନେଇ ତାଙ୍କୁ ବଧଶଇ ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ବିଶ୍ୱରେ ସମ୍ମାନ ବଢ଼ିଛି ବୋଲି ରାଷ୍ଟ୍ରପତି କହିଥିଲେ ।

ଦୁଇବର୍ଷର ରାଜ୍ୟ ସରକାରଙ୍କୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟକୁ ବହୁତ ପୁଞ୍ଜି ଆସିଛି । ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିରବିଚ୍ଛନ୍ନ ଉଦ୍ୟମ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସ୍ୱାଗତ ଭାଷଣରେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶା ପାଇଁ ୪୭,୬୦୦ କୋଟିର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୮୧୧ କୋଟିର ରାସ୍ତା ଓ ସେତୁ, ୫୩୦ କୋଟିର ପରିବହନ ଓ ଗମନାଗମନ ବ୍ୟବସ୍ଥା ଏବଂ ୩,୨୧୮ କୋଟିର ପ୍ରକଳ୍ପ ଲୋକାର୍ପଣ ହୋଇଥିବା ବେଳେ ୨୫ ହଜାର କୋଟିର ବିସିଜିସିଏଲ୍ କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପ, ୧୭,୧୧୭ କୋଟିର ଉନ୍ନତ ବିଦ୍ୟୁତ ଶକ୍ତି ଭିତ୍ତିଭୂମି ଏବଂ ୯୨୭ କୋଟି ମୂଲ୍ୟର ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସେହିଭଳି ହିନ୍ଦୋଳ-ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପ, ଯଖପୁରା-ଯାଜପୁର କେନ୍ଦୁଝର ରୋଡ୍-ବୈତରଣୀ ରୋଡ୍ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରାଯାଇଥିଲା ।

Previous Post

‘ବିବସ୍ତ୍ର ମହିଳା, ଉତ୍ସବରେ ସରକାର’

Next Post

ସ୍ୱଚ୍ଛ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ପ୍ରସ୍ତାବ

Next Post
ସ୍ୱଚ୍ଛ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ପ୍ରସ୍ତାବ

ସ୍ୱଚ୍ଛ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ପ୍ରସ୍ତାବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA