Tuesday, January 20, 2026 07:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

୧୫ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଓଏଏସ୍ ଟପ୍ପର

ଭିଜିଲାନସ୍ ହାବୁଡ଼ରେ ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା

by Samar Pradhan
12 Sep, 2025- 08:17 PM
in Crime, Latest News, News
1 min read
0
୧୫ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଓଏଏସ୍ ଟପ୍ପର

ଭୁୁବନେଶ୍ୱର: ଚାକିରି ଜୀବନ ଆରମ୍ଭ କରିଥିବା ଜଣେ ଓଏଏସ୍ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେବା ଘଟଣା ଚିନ୍ତା ଓ ଲଜ୍ଜାର ବିଷୟ ହୋଇଛି । ଜଣେ ବ୍ୟକ୍ତିଙ୍କ ଚାଷ ଜମିର କିସମ ପରିବର୍ତ୍ତନ ପାଇଁ ଏହି ଯୁବ ଅଫିସର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ଦ୍ୱାରା ଧରାପଡ଼ିଛନ୍ତି । ଲାଞ୍ଚ କାରବାରରେ ତାଙ୍କୁ ସହାୟତା କରୁଥିବା ଡ୍ରାଇଭର ମଧ୍ୟ ଗିରଫ ହୋଇଛନ୍ତି । ଚଢ଼ଉ ବେଳେ ଓଏଏସ୍ ବାବୁଙ୍କ ଭୁବନେଶ୍ୱର ବାସଭବନରୁ ନଗଦ ୪ ଲକ୍ଷ ୭୩ ହଜାର ଟଙ୍କା ଜବତ କରିଛି ଭିଜିଲାନସ୍ ।

ଲାଞ୍ଚ ନେଇ ଗିରଫ ହୋଇଥିବା ବାବୁଜଣଙ୍କ ହେଉଛନ୍ତି ୩୩ ବର୍ଷୀୟ ଅଶ୍ୱିନୀ କୁମାର ପଣ୍ଡା । ୨୦୧୯ ମସିହାର ଓଡିଶା ପ୍ରଶାସନିକ ସେବା(ଓଏଏସ୍) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏବେ ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଭାବେ ଅବସ୍ଥାପିତ ।

ଭିଜିଲାନ୍ସ ସୂଚନା ଅନୁଯାୟୀ, ପ୍ରାୟ ମାସେ ତଳେ ଜଣେ ବ୍ୟକ୍ତି ନିଜ ଚାଷ ଜମିର କିସମ ପରିବର୍ତ୍ତନ ପାଇଁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ । ଓଏଏସ୍ ଟପ୍ପର୍ ତହସିଲଦାର ବାବୁ ସେଥିରେ ରାଜି ହୋଇଯାଇଥିଲେ ଏବଂ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିସମ ପରିବର୍ତ୍ତନ ଏବଂ ଆରଓଆର ଇସ୍ୟୁ ପାଇଁ ଏହି ଟଙ୍କା ଦେବାକୁ ପଡ଼ିବ ବୋଲି ଡରାଇଥିଲେ । ମାତ୍ର ଏତେ ଟଙ୍କା ଦେଇପାରିବେନି ବୋଲି ସଂପୃକ୍ତ ବ୍ୟକ୍ତି ଜଣଙ୍କ ନେହୁରା ହେଲା ପରେ ଓଏଏସ୍ ଟପ୍ପର୍ ବାବୁ ୧୫ ହଜାର ଟଙ୍କାରେ କଥା ଛିଣ୍ଡାଇଲେ । ସେତିକି ନ ଦେଲେ ମ୍ୟୁଟେସନ୍ ପାଇଁ ଅନୁମତି ଦେବେ ନାହିଁ ବୋଲି ଧମକ ଦେଇଥିଲେ ।

ତହସିଲଦାରଙ୍କ ଲାଞ୍ଚଖୋର ପ୍ରବୃତ୍ତିକୁ ଧରାଇବା ପାଇଁ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସର ସାହାରା ଲୋଡ଼ିଥିଲେ । ଏବଂ ପୂର୍ବ ପ୍ରସ୍ତୁତି ମୁତାବକ ଅଭିଯୋଗକାରୀଙ୍କଠାରୁ ତହସିଲଦାର ଆଜି ଅଫିସରେ ବସି ଡ୍ରାଇଭର ପି. ପ୍ରବୀଣ କୁମାରଙ୍କ ହାତରେ ୧୫ ହଜାର ଟଙ୍କା ଲାଞ୍ଚଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ମାଡ଼ି ବସିଥିଲେ ।

ଏହା ପରେ ଭିଜିଲାନ୍ସର ପୃଥକ୍ ଟିମ୍ ଅଶ୍ୱିନୀ ପଣ୍ଡାଙ୍କ ଅଫିସ୍, ସେ ରହୁଥିବା ବାମରା ଆଇବି ରୁମ୍, ଭୁବନେଶ୍ୱରସ୍ଥିତ ମେ ଫେୟାର ରୋଡ୍ ରେ ଥିବା ତାଙ୍କ ବାସଭବନ ଉପରେ ଚଢ଼ଉ କରିଥିଲେ । ଭୁବନେଶ୍ୱର ବାସଭବନରୁ ନଗଦ ୪ ଲକ୍ଷ ୭୩ ହଜାର ଟଙ୍କା ଜବତ ହୋଇଛି । ସେହି ଘରେ ତାଙ୍କ ପରିବାର ରହୁଛନ୍ତି ।

ତହସିଲଦାର ଶ୍ରୀ ପଣ୍ଡା ଏବଂ ଡ୍ରାଇଭର ପ୍ରବୀଣ କୁମାରଙ୍କୁ ଗିରଫ କରାଯାଇଛି ।

ସୂଚନାଥାଉକି, ୧୯୯୨ ମସିହାରେ ଜନ୍ମିତ ଅଶ୍ୱିନୀ ପଣ୍ଡାଙ୍କ ଘର ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କ୍ଷେତ୍ରପାଳରେ । ଗାଁ ସ୍କୁଲରେ ମାଟ୍ରିକ୍ ପଢ଼ିବା ପରେ ରେଭେନ୍ସା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲେ । ଏହାପରେ ବ୍ରହ୍ମପୁରର ଏକ ଘରୋଇ କଲେଜରୁ ମେକାନିକାଲ୍ ଇଂଜିନିୟରିଂରେ ବି.ଟେକ୍ ପାସ୍ କରିଥିଲେ । ଦିଲ୍ଲୀରେ ଏକ ଘରୋଇ ସଂସ୍ଥାରେ ତିନି ବର୍ଷ କାର୍ଯ୍ୟ କଲା ପରେ ଓଡ଼ିଶା ଫେରିଆସିଥିଲେ ଏବଂ ୨୦୧୮ ମସିହାରେ ଅନୁଷ୍ଠିତ ଏଏସଓ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତି କରିଥିଲେ । ମାତ୍ର ସେଥିରେ ସଫଳତା ପାଇଲେ ନାହିଁ । ହେଲେ ନିରାଶ ନ ହୋଇ ଓଏଏସ୍ ପରୀକ୍ଷା ପାଇଁ ଲାଗିପଡ଼ିଲେ ଏବଂ ପ୍ରଥମ ଥରରେ ପ୍ରଥମ ସ୍ଥାନ(ଟପ୍ପର୍) ହୋଇଥିଲେ ।

ଓଏଏସ୍ ରେଜଲ୍ଟ ପ୍ରକାଶ ପାଇବା ଦିନ ତାଙ୍କର ସାକ୍ଷାତକାର ପାଇଁ ସାମ୍ବାଦିକମାନେ ଲାଇନ୍ ଲଗାଇଥିଲେ । ଦୁର୍ନୀତି ଲୋପ ତଥା କଳୁଷିତ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ପ୍ରଚେଷ୍ଟା ରଖିବେ ବୋଲି ସମସ୍ତଙ୍କୁ ସାକ୍ଷାତକାରରେ କହିଥିଲେ । ସମାଜର ତଳସ୍ତରରେ ରହୁଥିବା ଲୋକଙ୍କ ପାଇଁ କାମ କରିବାର ଦୃଢ଼ ସଂକଳ୍ପ ଦେଖାଇଥିଲେ ।

ଓଏଏସ୍ ଟ୍ରେନିଂ ସରିଲା ପରେ ୨୦୨୧ ମସିହା ଡିସେମ୍ବର ୩୦ ତାରିଖରେ ଟ୍ରେନିଂ ରିଜର୍ଭ ଅଫିସର(ଟିଆରଓ) ଭାବେ ବାଲେଶ୍ୱରରୁ ତାଙ୍କର ସରକାରୀ ଚାକିରି ଜୀବନ ଆରମ୍ଭ ହୋଇଥିଲା । ୨୦୨୩ ଜାନୁଆରୀରେ ମୟୁରଭଞ୍ଜ ଜିଲ୍ଲା ଶାମଖୁଣ୍ଟାରେ ତହସିଲଦାର ଭାବେ ଯୋଗ ଦେଇଥିଲେ । ଦୁଇମାସ ତଳେ ସେଠାରୁ ବଦଳି ହୋଇ ଜୁଲାଇ ୧ ରେ ବାମରା ତହସିଲଦାର ଭାବେ ଯୋଗଦେଇଥିଲେ ।

 

Previous Post

ନବୀନ ନିବାସକୁ ଶ୍ରୀମୟୀ ଡ଼ର !

Next Post

ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତା ଉଦ୍‍ଘାଟିତ

Next Post
ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତା ଉଦ୍‍ଘାଟିତ

ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତା ଉଦ୍‍ଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19150 shares
    Share 7660 Tweet 4788
  • ନବୀନ..ନବୀନ, ମୋହନ..ମୋହନ

    16594 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA