Thursday, May 21, 2026 03:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ନିବାସକୁ ଶ୍ରୀମୟୀ ଡ଼ର !

ଦଳୀୟ ଶୃଙ୍ଖଳାର ଭିନ୍ନ ମାପକାଠି

by Our Correspondent
12 Sep, 2025- 06:34 PM
in Latest News, News, Politics
1 min read
0
ନବୀନ ନିବାସକୁ ଶ୍ରୀମୟୀ ଡ଼ର !

ଭୁବନେଶ୍ୱର: ନବୀନ ନିବାସ ପାଇଁ ଏବେ ଯଦି କିଏ ବେଶୀ ଟେନସନ୍ ସେ ହେଲେ ଶ୍ରୀମୟୀ ମିଶ୍ର । ସୋସିଆଲ୍ ମିଡିଆ ଜରିଆରେ ବିଜେଡି ନେତୃତ୍ୱର ଧଜିଆ ଉଡ଼ାଇଛନ୍ତି । ନିକଟରେ ତାଙ୍କର ଏକ ପୋଷ୍ଟ ହଇଚଇ ସୃଷ୍ଟି କରିଥିଲା । ମହାଭାରତର ‘ଧୃତରାଷ୍ଟ୍ର’ ଉପାଖ୍ୟାନ ଆଣି ନବୀନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନଙ୍କୁ ପରୋକ୍ଷରେ ନିଶାନା କରିଥିଲେ । ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା ।

ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ଉପରେ ଆଜି କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ଶ୍ରୀମୟୀଙ୍କୁ ନେଇ ବିଜେଡିରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ଶ୍ରୀମୟୀ ପରୋକ୍ଷରେ ନେତୃତ୍ୱର ଛାଲ ଉତାରିଛନ୍ତି । ଦଳୀୟ ଆଦେଶକୁ ବେଖାତିର କରିଛନ୍ତି । ବିଜେଡି ଶୃଙ୍ଖଳାର ମାପକାଠି ଶ୍ରୀମୟୀଙ୍କ ପାଇଁ ଲାଗୁ ହେବ ନା ନାହିଁ ବୋଲି କିଛି ନେତା ପ୍ରଶ୍ନ କରିଛନ୍ତି ।

ସୂଚନାଥାଉକି, ନିକଟରେ ଶ୍ରୀମୟୀଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେ ଗ୍ରହଣ କରିନାହାନ୍ତି । ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ନବନିଯୁକ୍ତ ମହିଳା ଟିମ୍ ନବୀନ ନିବାସ ଯାଇ ଦଳର ସଭାପତିଙ୍କୁ ଧନ୍ୟବାଦ ଦେଉଥିବା ବେଳେ ଶ୍ରୀମୟୀ ତାଙ୍କ ଘରେ ବସି ମହାଭାରତର ଧୃତରାଷ୍ଟ୍ର, ଦୁର୍ଯୋଧନ ଏବଂ ଦ୍ରୌପଦୀ ଚରିତ୍ରର ବ୍ୟାଖ୍ୟା ଖୋଜୁଥିଲେ । ନବୀନ ନିବାସ ଯିବା ଡାକରାକୁ ଫୁତ୍ କରିଦେଇଥିଲେ ।

ତାହାର ଦୁଇ ଦିନ ପରେ ଶ୍ରୀମୟୀ ସୋସିଆଲ୍ ମିଡିଆରେ ତାଙ୍କ ଭାବନା ବ୍ୟକ୍ତ କରିଥିଲେ । ଲେଖିଲେ- ଧୃତରାଷ୍ଟ୍ର ହସ୍ତିନାପୁର ରାଜା ଭାବେ ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ । ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ । ଧୃତରାଷ୍ଟ୍ରଙ୍କର ତାଙ୍କ ପୁତ୍ରମାନଙ୍କ ପ୍ରତି ବିଶେଷ କରି ଦୁର୍ଯୋଧନଙ୍କ ପ୍ରତି ଅନ୍ଧପ୍ରୀତି ତାଙ୍କୁ ନିରବ ରହିବାକୁ ପ୍ରଭାବିତ କରିଥିଲା । କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ । ଇତିହାସ କେବେ ଏପରି ଅଯୋଗ୍ୟ ରାଜାଙ୍କୁ କ୍ଷମା କରେ ନାହିଁ । କାରଣ ସେମାନଙ୍କ ନିରବତା ଦୁଃଖଦ ପରିଣାମ ଆଣିଥାଏ ।

ଶ୍ରୀମୟୀଙ୍କ ଏହି ପୋଷ୍ଟ୍ କୁ ନେଇ ଗଣମାଧ୍ୟମରେ ଖବର ଛାଇ ଯାଇଥିବା ବେଳେ ତାଙ୍କର କିନ୍ତୁ ଦେଖା ମିଳିଲାନି । ସାମ୍ବାଦିକମାନେ ତାଙ୍କ ମୁହଁରୁ ପ୍ରତିକ୍ରିୟା ଆଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ପାଇଲେନି ।
ବିଜୁ ମହିଳା ଜନତା ଦଳରେ ସେ ନିଯୁକ୍ତି ପାଇବା ଆଜିକୁ ୮ ଦିନ ହୋଇଗଲା । ମାତ୍ର ଶ୍ରୀମୟୀଙ୍କର ଦେଖାନାହିଁ । ନୂଆ ଦାୟିତ୍ୱ ଗ୍ରହଣ କରିବାକୁ ସେ କୁଆଡ଼େ ରାଜିନାହାନ୍ତି । ନବୀନ ନିବାସର ନିର୍ଦ୍ଦେଶରେ ସଭାନେତ୍ରୀ ଶ୍ରୀମତୀ ଛୁରିଆ ତାଙ୍କୁ ମନେଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି । ଦଳୀୟ ପଦବୀ ଗ୍ରହଣ କରିବାକୁ ସେ ରାଜିନାହାନ୍ତି କି କାହାରି ସହ କଥା ହେବାକୁ ଚାହୁଁ ନାହାନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଶ୍ରୀମୟୀ ଏବେ ନୁହଁନ୍ତି । ଗତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଅଦୃଶ୍ୟ ରହିଛନ୍ତି । ଏପରିକି କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନି ।

ଉଲ୍ଲେଖଥାଉକି, ଅଦୃଶ୍ୟ ନ ହେବା ପର୍ଯ୍ୟନ୍ତ ଶ୍ରୀମୟୀ ଥିଲେ ନବୀନ ନିବାସର ଅତି ନିକଟତର । ମନ୍ତ୍ରୀ, ବିଧାୟକ ନ ଥିଲେ ମଧ୍ୟ ଦଳ ଏବଂ ସରକାରରେ ତାଙ୍କର ପ୍ରବଳ ଖାଦି ଥିଲା । ସାଧାରଣ ନିର୍ବାଚନର ପ୍ରାୟ ୬ ମାସ ପୂର୍ବରୁ ତାଙ୍କ ପାଇଁ ନୂଆ ଯୋଜନା କରାଗଲା । ଅରୂପ ପଟ୍ଟନାୟକଙ୍କ ଜାଗାରେ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ପ୍ରତିଶ୍ରୁତି ଦିଆଗଲା । ପରବର୍ତ୍ତୀ ସମୟରେ ତାଙ୍କର ବ୍ରାଣ୍ଡିଂ ପାଇଁ ଦଳ ପକ୍ଷରୁ ପ୍ରଚୁର ଅର୍ଥ ମଧ୍ୟ ଖର୍ଚ୍ଚ କରାଗଲା । ତେବେ ନିର୍ବାଚନର ଦିନ କେଇଟା ପୂର୍ବରୁ ସବୁ ଫୁସ୍ ହୋଇଗଲା । ମନ୍ମଥ ରାଉତରାୟଙ୍କୁ ଟିକେଟ୍ ଦିଆଗଲା । ଶ୍ରୀମୟୀ ଆଉ ମୁହଁ ଦେଖାଇ ପାରିଲେନି । ଅପମାନରେ ଲୁଚିଗଲେ ।

ସେବେଠାରୁ ତାଙ୍କୁ କେବଳ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି । ତାହା ପୁଣି ବିଭିନ୍ନ ରୂପରେ । କେତେବେଳେ ପୁରାଣ କଥା କହୁଛନ୍ତି, କେବେ ଆଧ୍ୟାତ୍ମିକ ପ୍ରବଚନ ଦେଉଛନ୍ତି ତ କେତେବେଳେ ସାହିତ୍ୟ ଚର୍ଚ୍ଚା କରୁଛନ୍ତି । ଆଉ ସବୁଥିରେ ରାଗ ଛୁଙ୍କ ଛାଡୁଛନ୍ତି । ସେଥିପାଇଁ ଡରିବା ଲୋକ ଡରିବେନି ଅବା କେମିତି??

Previous Post

ପାଣ୍ଡିଆନଙ୍କ ‘ପୂର୍ବ ଚାଟୁକାର’ଙ୍କୁ ପାହାର

Next Post

୧୫ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଓଏଏସ୍ ଟପ୍ପର

Next Post
୧୫ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଓଏଏସ୍ ଟପ୍ପର

୧୫ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଓଏଏସ୍ ଟପ୍ପର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA