Sunday, March 26, 2023 05:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ବିଧାନସଭା ଓ ସଂସଦରେ ବିଜୁବାବୁ

ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ...

by Our Correspondent
05 Mar, 2023- 09:49 AM
in Guest Column, Latest News, News
1 min read
0
ବିଧାନସଭା ଓ ସଂସଦରେ ବିଜୁବାବୁ

ଶତ୍ରୁଜିତ୍

ଆଜିର ଓଡ଼ିଶାରେ ଏମିତି କେହି ଜଣେ ଲୋକ ନଥିବେ, ଯିଏ ‘ବିଜୁ ପଟ୍ଟନାୟକ’ ନାମ ସହିତ ପରିଚିତ ନଥିବେ । ବିଜୁବାବୁ ତାଙ୍କ ଜୀବଦ୍ଦଶାରେ ଯେତିକି ପ୍ରଭାବଶାଳୀ ଓ ପରିଚିତ ଥିଲେ, ଏବେ ମୃତ୍ୟୁର ୨୬ ବର୍ଷ ପରେ ମଧ୍ୟ ଓଡ଼ିଶାରେ ଜଣେ କିମ୍ବଦନ୍ତି ପୁରୁଷ ଭାବରେ ତା’ଠାରୁ ଅଧିକ ପରିଚିତି ହାସଲ କରିଛନ୍ତି । ସେଥିପାଇଁ ତ ତାଙ୍କ ନାମାନୁସାରେ ଗଠିତ ‘ବିଜୁ ଜନତା ଦଳ’ କ୍ରମାଗତ ଭାବରେ ରାଜ୍ୟରେ କ୍ଷମତାସୀନ ହୋଇ ନିଜର ରେକର୍ଡକୁ ନିଜେ ଭାଙ୍ଗୁଛି । ବିଜୁବାବୁଙ୍କ ଜୀବନୀ, କାର୍ଯ୍ୟଧାରା ଇତ୍ୟାଦି ସମ୍ପର୍କରେ ବିଭିନ୍ନ ଦିଗରୁ ଅନେକ ପ୍ରକାରର ଆଲୋଚନା କରାଯାଇପାରିବ । ଏହି ଆଲେଖ୍ୟରେ ତାଙ୍କର ବିଧାନସଭା ଓ ସଂସଦ ସଦସ୍ୟ ଭାବରେ କାର୍ଯ୍ୟକାଳ ସମ୍ପର୍କରେ କେବଳ ଆଲୋଚନା କରାଯାଇଛି ।

ଅନେକେ ହୁଏତ ଜାଣିନଥିବେ ଯେ, ବିଜୁ ପଟ୍ଟନାୟକ ଏମିତି ଜଣେ ନେତା ଯିଏ ନିର୍ବାଚନ ରାଜନୀତିରେ ଯୋଗ ଦେବା ପରଠାରୁ ନିଜର ମୃତ୍ୟୁ ପର୍ଯ୍ୟନ୍ତ ଦୀର୍ଘ ୫୧ ବର୍ଷର କାଳଖଣ୍ଡ ମଧ୍ୟରୁ ୪୭ ବର୍ଷ କାଳ ବିଧାୟକ କିମ୍ବା ସାଂସଦ ଥିଲେ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ଏବଂ ଦେଶ ସ୍ୱାଧୀନତା ହେବା ପୂର୍ବରୁ ରାଜ୍ୟରେ ଦୁଇଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପ୍ରଥମଟି ୧୯୩୭ ମସିହାରେ ଏବଂ ଦ୍ୱିତୀୟଟି ୧୯୪୬ ମସିହାରେ । ପ୍ରଥମ ନିର୍ବାଚନ ବେଳକୁ ବିଜୁବାବୁଙ୍କୁ ମାତ୍ର ୨୧ ବର୍ଷ (ସେ ୧୯୧୬ ମସିହାରେ ଜନ୍ମିତ) ବୟସ ହୋଇଥିଲା । ୧୯୪୬ ମସିହାର ଦ୍ୱିତୀୟ ନିର୍ବାଚନ ବେଳକୁ ସେ ନିର୍ବାଚନରେ ଲଢ଼ିବାର ବୟସ ଛୁଇଁ ସାରିଥିଲେ ଏବଂ କେନ୍ଦ୍ରୀୟ କଟକ ସଦର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହେଲେ ।

ଦେଶ ସ୍ୱାଧୀନ ହେବାପରେ ସମ୍ବିଧାନ ପ୍ରଣୟନ ହେଲା ଏବଂ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ଏହି କ୍ରମରେ ନବଗଠିତ ଓଡ଼ିଶା ବିଧାନସଭା ପାଇଁ ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ଅନୁଷ୍ଠିତ ହୋଇଥିଲା । ଏଥର ବିଜୁବାବୁ ନିଜର ନିର୍ବାଚନମଣ୍ଡଳୀ ବଦଳାଇ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହେଲେ । ପରେ ୧୯୫୭ ଏବଂ ୧୯୬୧ ମସିହାରେ ଗଠିତ ଦ୍ୱିତୀୟ ଓ ତୃତୀୟ ବିଧାନସଭାକୁ ମଧ୍ୟ ସେ ନିବାଚିତ ହେଲେ । ସବୁବେଳେ ସେ ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରୁଥିଲେ । ୧୯୫୭ ମସିହାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ଏବଂ ୧୯୬୧ ମସିହାରେ କଟକ ଜିଲ୍ଲାର ଚୌଦ୍ୱାର ବିଧାନସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ । ୧୯୬୧ରେ ନିର୍ବାଚିତ ହେବା ପରେ ବିଜୁବାବୁ ମାତ୍ର ୪୫ ବର୍ଷ ବୟସରେ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ।

ପରବର୍ତ୍ତୀ କିଛି ବର୍ଷ ରାଜ୍ୟ ରାଜନୀତିରେ ବେଶ୍ ନାଟକୀୟ ଘଟନାମାନ ଘଟିଥିଲା । ଜାତୀୟସ୍ତରରେ କଂଗ୍ରେସର କାମରାଜ ଯୋଜନାକୁ ସମର୍ଥନ କରି ବିଜୁବାବୁ ୧୯୬୩ ମସିହାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । ତାଙ୍କ ବିରୋଧରେ ନାନା ଅଭିଯୋଗ ଆସିଲା । ରାଜ୍ୟରେ ବିରୋଧର ବାତାବରଣ ସୃଷ୍ଟି ହେଲା । ଏଭଳି ଏକ ପରିବେଶରେ ୧୯୬୭ ମସିହାରେ ଅନୁଷ୍ଠିତ ଚତୁର୍ଥ ସାଧାରଣ ନିର୍ବାଚନରେ ବିଜୁବାବୁ ପୁଣି ନିଜର ଆସନ ପରିବର୍ତ୍ତନ କରି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରୁ ପ୍ରାର୍ଥୀ ହୋଇ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଲେ । ପୁନଶ୍ଚ ୧୯୭୧ ମସିହା ନିର୍ବାଚନରେ ସେ (ଦୁଃସାହସ ହେଉ କିମ୍ବା ଅତ୍ୟଧିକ ଆତ୍ମବିଶ୍ୱାସ କାରଣରୁ ହେଉ) ଏକାଥରରେ ଚାରିଟି ବିଧାନସଭା ଆସନ (ଚୌଦ୍ୱାର, ଭୁବନେଶ୍ୱର, ଖୋର୍ଦ୍ଧା ଓ ଭଞ୍ଜନଗର) ତଥା ଭଞ୍ଜନଗର ଲୋକସଭା ଆସନରେ ଲଢ଼ି ସମସ୍ତ ୫ଟିଯାକ ଆସନରୁ ପରାଜିତ ହେଲେ ।

ପରେ ପରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଦିଲ୍ଲୀ ରାଜନୀତିରେ ଯୋଗଦେଲେ । କିନ୍ତୁ ତାଙ୍କ ମନ ଥିଲା ଓଡ଼ିଶା ରାଜନୀତିରେ । ସେଥର ବିଧାନସଭା ନିର୍ବାଚନରେ ବିଜୁବାବୁଙ୍କ ଘନିଷ୍ଠ ଅନୁଗତ ପ୍ରହ୍ଲାଦ ମଲ୍ଲିକ ଉଭୟ ପଟ୍ଟାମୁଣ୍ଡାଇ ଓ ରାଜନଗର ଆସନରୁ ଜିତିଥିଲେ । ପରେ ସେ ରାଜନଗର ଆସନ ଛାଡ଼ିବାରୁ ସେଠାରେ ହୋଇଥିବା ଉପନିର୍ବାଚନରେ ବିଜୁବାବୁ ବିଜୟ ଲାଭ କରି ପୁଣି ବିଧାନସଭାକୁ ଫେରିଲେ । ଏହା ଥିଲା ପଞ୍ଚମ ବିଧାନସଭା । ସେଥର ବିଜୁବାବୁ ରାଜ୍ୟସଭାରେ ମାତ୍ର ପାଞ୍ଚମାସ ପାଇଁ ସଦସ୍ୟ ରହିଥିଲେ । ବିଧାନସଭାରେ ସେ ସ୍ୱଳ୍ପକାଳ ପାଇଁ (ମାତ୍ର ୨୩ ଦିନ) ବିରୋଧିଦଳ ନେତା ମଧ୍ୟ ହୋଇଥିଲେ ।

୧୯୭୪ ମସିହାରେ ଷଷ୍ଠ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜୁବାବୁ ପୁଣିଥରେ ରାଜନଗର ଆସନରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ଏହି ସମୟରେ ମଧ୍ୟ ସେ ବିଧାନସଭାରେ ବିରୋଧିଦଳ ନେତା ଥିଲେ । ଏହାପରେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହେଲା ଏବଂ ଦେଶବ୍ୟାପୀ ତୀବ୍ର ବିରୋଧ ପରେ ୧୯୭୭ ମସିହାରେ ସାରା ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥର ବିଜୁବାବୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ନିଜର ଭାଗ୍ୟ ପରୀକ୍ଷା କରି ଲୋକସଭାକୁ ନିର୍ବାଚିତ ହେଲେ । ଲୋକସଭାକୁ ଯିବା ପରେ ସେ ମୋରାରଜୀ ଦେଶାଇ ଓ ପରେ ଚରଣ ସିଂହଙ୍କ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ।

ଲୋକସଭା ନିର୍ବାଚନର କିଛି ମାସ ପରେ ଅନୁଷ୍ଠିତ ସପ୍ତମ ବିଧାନସଭା ନିର୍ବାଚନରେ ସେ ଆଉ ବିଧାନସଭା ପାଇଁ ପ୍ରାର୍ଥୀ ହେଲେନାହିଁ । ତେବେ ସେଥର କେନ୍ଦ୍ରରେ ନବଗଠିତ ଜନତା ପାର୍ଟି ସରକାର ବେଶି ଦିନ ତିଷ୍ଠିଲା ନାହିଁ ଏବଂ ୧୯୮୦ ମସିହାରେ ପ୍ରଥମେ ଲୋକସଭା ଏବଂ କିଛି ମାସ ପରେ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ବିଜୁବାବୁ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ପୁଣିଥରେ ନିର୍ବାଚିତ ହେଲେ । କିଛିମାସ ପରେ ଅନୁଷ୍ଠିତ ଅଷ୍ଟମ ବିଧାନସଭା ନିର୍ବାଚନରେ ସେ ପାଟକୁରା ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ ରାଜ୍ୟରେ ସରକାର ଗଢ଼ିବା ସମ୍ଭବ ନଥିବାରୁ ବିଧାନସଭାରୁ ଇସ୍ତଫା ଦେଇଦେଲେ । ଏଥର ପାଟକୁରା ଆସନର ଉପନିର୍ବାଚନରେ ବିଜୟ ମହାପାତ୍ର ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଲେ ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ୧୯୮୪ ଅକ୍ଟୋବର ୩୧ ତାରିଖ ଦିନ ତାଙ୍କ ଦେହରକ୍ଷୀମାନେ ହତ୍ୟା କରିବା ପରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ । ଇନ୍ଦିରାଙ୍କ ହତ୍ୟାଜନିତ ଅନୁକମ୍ପାରୁ ରାଜନୈତିକ ଫାଇଦା ହାସଲ ଉଦ୍ଦେଶ୍ୟରେ ରାଜୀବ ଗାନ୍ଧୀ ଅଳ୍ପଦିନ ପରେ ଆଗୁଆ ଲୋକସଭା ନିର୍ବାଚନ କରିଦେଲେ । ସମଗ୍ର ରାଜ୍ୟରେ ପ୍ରବଳ କଂଗ୍ରେସ ହାୱା ସତ୍ତ୍ୱେ ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ାରୁ ପୁଣିଥରେ ଲୋକସଭାକୁ ନିର୍ବାଚିତ ହେଲେ । ଏଥରକୁ ମିଶାଇ ସେ କ୍ରମାଗତ ତୃତୀୟ ଥର ପାଇଁ ଲୋକସଭାକୁ ଗଲେ ।

୧୯୮୫ ମସିହାରେ ଅନୁଷ୍ଠିତ ନବମ ବିଧାନସଭା ନିର୍ବାଚନରେ ବିଜୁବାବୁ ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚିତ ହେଲେ । ଏଥର ସେ ଓଡ଼ିଶା ରାଜନୀତିରେ ରହିବାକୁ ନିଷ୍ପତ୍ତି ନେଇ ଲୋକସଭାରୁ ଇସ୍ତଫା ଦେଲେ ଓ ପରେ ଅନୁଷ୍ଠିତ ଉପନିର୍ବାଚନରେ କେନ୍ଦ୍ରାପଡ଼ାରୁ ତାଙ୍କରି ଦଳର ଶରତ ଦେବ ଲୋକସଭାକୁ ନିର୍ବାଚିତ ହେଲେ । ବିଜୁବାବୁ ବିଧାନସଭାରେ ବିରୋଧିଦଳ ନେତା ରହିଲେ । ୧୯୯୦ ମସିହାରେ ଅନୁଷ୍ଠିତ ଦଶମ ବିଧାନସଭା ନିର୍ବାଚନରେ ସେ ପୁଣିଥରେ ଭୁବନେଶ୍ୱର ଆସନରୁ ନିର୍ବାଚିତ ହୋଇ ଦୀର୍ଘବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରି ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ । ବିଜୁବାବୁଙ୍କ ଏହି ମୁଖ୍ୟମନ୍ତ୍ରିତ୍ୱ ସମୟକାଳ ଅତ୍ୟନ୍ତ ଘଟଣାବହୁଳ ଥିଲା ।

୧୯୯୫ ମସିହା ଏକାଦଶ ବିଧାନସଭା ନିର୍ବାଚନରେ ସେ ପୁଣି ଭୁବନେଶ୍ୱର ଆସନରୁ ନିର୍ବାଚିତ ହେଲେ । କିନ୍ତୁ ସମସ୍ତ ରାଜନୈତିକ ଆକଳନକୁ ଭୁଲ ପ୍ରମାଣିତ କରି ସେଥର କଂଗ୍ରେସ କ୍ଷମତାକୁ ଫେରିଲା ଏବଂ ବିଜୁବାବୁ ବିରୋଧିଦଳ ନେତା ହେଲେ । ବର୍ଷକ ପରେ ୧୯୯୬ ମସିହାରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ସେ କଟକ ଓ ଆସ୍କାରୁ ଲୋକସଭାକୁ ନିର୍ବାଚିତ ହେଲେ । ଜାତୀୟ ରାଜନୀତିରେ ରହିବାର ଆବଶ୍ୟକତା ଦୃଷ୍ଟିରୁ ବିଜୁବାବୁ ଲୋକସଭାରେ ରହିବାକୁ ଉଚିତ ମଣିଲେ । ଫଳରେ ଆସ୍କା ଲୋକସଭା ଆସନକୁ ରଖି ସେ ଭୁବନେଶ୍ୱର ବିଧାନସଭା ଆସନ ଓ କଟକ ଲୋକସଭା ଆସନ ଛାଡ଼ିଲେ । ପରେ ଅନୁଷ୍ଠିତ ଉପନିର୍ବାଚନରେ ଭୁବନେଶ୍ୱରରେ ବିଶ୍ୱଭୂଷଣ ହରିଚନ୍ଦନ (ବିଜେପି) ଓ କଟକରେ ଅନାଦି ସାହୁ (କଂଗ୍ରେସ) ଜିତିଲେ । ଏହାର ବର୍ଷକ ପରେ ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ଅସୁସ୍ଥ ଅବସ୍ଥାରେ ନୂଆଦିଲ୍ଲୀରେ ବିଜୁବାବୁଙ୍କ ପରଲୋକ ଘଟିଲା ।

ବିଜୁବାବୁ ନିଜର ଦୀର୍ଘ ରାଜନୈତିକ ଜୀବନକାଳ (୧୯୪୬-୧୯୯୭) ମଧ୍ୟରେ କେବଳ ଚାରି ବର୍ଷ (୧୯୬୭-୧୯୭୧)କୁ ଛାଡ଼ିଦେଲେ ଅନ୍ୟ ସବୁବେଳେ ବିଧାନସଭା କିମ୍ବା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମ, ଦ୍ୱିତୀୟ, ତୃତୀୟ, ପଞ୍ଚମ, ଷଷ୍ଠ, ଅଷ୍ଟମ, ନବମ, ଦଶମ ଓ ଏକାଦଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଚତୁର୍ଥ ବିଧାନସଭା ନିର୍ବାଚନ ହାରିଥିବା ବେଳେ ପଞ୍ଚମ ବିଧାନସଭାକୁ ଉପନିର୍ବାଚନ ଜରିଆରେ ଫେରିଛନ୍ତି । ସପ୍ତମ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଲୋକସଭା ସଦସ୍ୟ ଭାବେ କେନ୍ଦ୍ରମନ୍ତ୍ରୀ ଥିବାରୁ ବିଧାନସଭା ପାଇଁ ଲଢ଼ିନଥିଲେ । ପରେ ଅଷ୍ଟମ ଓ ଏକାଦଶ ବିଧାନସଭାକୁ ନିର୍ବାଚିତ ହୋଇ ଇସ୍ତଫା ଦେଇଛନ୍ତି । କିଛିମାସ ପାଇଁ ସେ ରାଜ୍ୟସଭାକୁ ମଧ୍ୟ ଯାଇଛନ୍ତି । ବିଧାନସଭାରେ ଚାରଥର ବିରୋଧିଦଳ ନେତା, ଦୁଇଥର କେନ୍ଦ୍ରମନ୍ତ୍ରୀ (ମୋରାରଜୀ ଦେଶାଇ ଓ ଚରଣ ସିଂଙ୍କ ମନ୍ତ୍ରିମଣ୍ଡଳରେ) ଓ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଗୋଟିଏ ଥର ବିଧାନସଭା ଉପନିର୍ବାଚନରେ ଜିତିଛନ୍ତି । ଜୀବନରେ ଦୁଇଥର ନିର୍ବାଚନ ହାରିଛନ୍ତି । ପ୍ରଥମ ଥର ୧୯୬୭ ମସିହାରେ, ଦ୍ୱିତୀୟ ଥର ୧୯୭୧ ମସିହାରେ । ଦ୍ୱିତୀୟ ଥରର ପରାଜୟ ମଧ୍ୟ ଏକ ଅଲୋଡ଼ା ରେକର୍ଡ, କାରଣ ଏକାଥରକେ ପାଞ୍ଚଟି ଆସନରେ ଲଢ଼ି ସମସ୍ତ ଆସନରୁ ହାରିଛନ୍ତି ।

ତେବେ ନିର୍ବାଚନରେ ହାରନ୍ତୁ ବା ଜିତନ୍ତୁ, କ୍ଷମତାରେ ରହିଥାଆନ୍ତୁ ବା ନଥାଆନ୍ତୁ; ବିଜୁବାବୁ ଓଡ଼ିଆ ଜନମାନସରେ ତାଙ୍କ ଜୀବଦ୍ଦଶାରେ ଯେମିତି ପ୍ରଭାବଶାଳୀ ଭୂମିକା ନିଭାଇଥିଲେ, ମୃତ୍ୟୁ ପରେ ଜଣେ କିମ୍ବଦନ୍ତି ପୁରୁଷରେ ରୂପାନ୍ତରିତ ହୋଇ ସେହିଭଳି ଜନଚେତନାକୁ ପ୍ରଭାବିତ କରି ଆସିଛନ୍ତି । ସେ ମାତ୍ର ସାଢ଼େ ସାତ ବର୍ଷ କ୍ଷମତାରେ ଥିଲେ । ଅଥଚ ତାଙ୍କ ନାମରେ ଗଠିତ ବିଜୁ ଜନତା ଦଳ ଦୀର୍ଘ ୨୩ ବର୍ଷ ହେଲା ଓଡ଼ିଶାରେ ଶାସନ କରିଆସୁଛି । ଏହା କିଛି କମ୍ କଥା ନୁହେଁ ।

ସି.ଏଲ୍.-୨୧
ବୀର ସୁରେନ୍ଦ୍ର ସାଏ ନଗର
ଭୁବନେଶ୍ୱର-୧୦

Previous Post

ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ

Next Post

ଐତିହାସିକ ଡାକୋଟା ବିମାନ ଜାତି ଉଦ୍ଦେଶ୍ୟରେ ସମର୍ପିତ

Next Post
ଐତିହାସିକ ଡାକୋଟା ବିମାନ ଜାତି ଉଦ୍ଦେଶ୍ୟରେ ସମର୍ପିତ

ଐତିହାସିକ ଡାକୋଟା ବିମାନ ଜାତି ଉଦ୍ଦେଶ୍ୟରେ ସମର୍ପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA