Saturday, June 27, 2026 05:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶେଷରେ ସୁଶାନ୍ତ ବି ଚାଲିଗଲେ..

ନକ୍ସଲଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ

by Our Correspondent
11 Aug, 2023- 11:05 PM
in Latest News, News
1 min read
0
ଶେଷରେ ସୁଶାନ୍ତ ବି ଚାଲିଗଲେ..

ଭୁବନେଶ୍ୱର: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସା କୋଲହାନ ଜଙ୍ଗଲରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ । ସିଆରପିଏଫର ୬୦ ବାଟାଲିୟନରେ କାର୍ଯ୍ୟରତ ସୁଶାନ୍ତ ଅନ୍ୟ ସାଥୀମାନଙ୍କ ସହ କମ୍ବିଂ ଅପରେସନରୁ ଫେରୁଥିବା ବେଳେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ । ସୁଶାନ୍ତଙ୍କ ଛାତିରେ ଗୁଳି ବାଜିବାରୁ ସେ ସେହିଠାରେ ହିଁ ଟଳି ପଡ଼ିଥିଲେ । ଅନ୍ୟ ଜଣେ ଯବାନ ଉତ୍ତର ପ୍ରଦେଶର ମୁନ୍ନା ଲାଲ ଯାଦବଙ୍କ ଗୁରୁତର ଅବସ୍ଥାରେ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସହିଦ ସୁଶାନ୍ତଙ୍କ ଘର । ମାତ୍ର ଦୁଇ ମାସ ତଳେ ବିବାହ କରିଥିଲେ । ଦୁଃଖ ଓ ହୃଦୟ ବିଦାରକ କଥା ହେଉଛି, ଗତ ସାଢ଼େ ୩ ବର୍ଷ ଭିତରେ ଆଗପଛ ହୋଇ ନିଜ ବାପା ଓ ଦୁଇ ଭାଇଙ୍କୁ ହରାଇଥିବା ସୁଶାନ୍ତ ଏବେ ନିଜେ ଆରପାରିକୁ ଚାଲିଯାଇଛନ୍ତି । ଆଜି ତାଙ୍କ ମୃତୁ୍ୟ ଖବର ଆସିବା ବେଳକୁ ଘରେ ତାଲା ପଡ଼ିଥିଲା । ଘରେ ବଡ଼ ବୋହୁ ଓ ଏକମାତ୍ର ନାତିକୁ ଧରି ରହୁଥିବା ରୋଗିଣା ମା’ ୪ ଦିନ ହେଲା ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ବେଳେ ଏନଏମଆର ନର୍ସ ଚାକିରି କରିଥିବା ପତ୍ନୀ ତେଲକୋଇ ଚାକିରି ଜାଗାରେ ଥିଲେ ।

ତାଙ୍କ ପରିବାରର କରୁଣ କାହାଣୀ ଶୁଣିଲେ କେହି ବି ଥୟ ଧରି ରହିପାରିବେ ନାହିଁ । ଆନନ୍ଦପୁର ପୌରାଞ୍ଚଳ ୪ ନମ୍ବର ୱାର୍ଡ ବାସିନ୍ଦା ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆ ପକ୍ଷପାତ ରୋଗରେ ପୀଡ଼ିତ ୨୦୨୦ ଫେବ୍ରୁଆରୀ ମାସରେ ପ୍ରାଣ ହରାଇଥିଲେ । ମଝିଆ ଭାଇ ୨୦୨୨ ମସିହାରେ କ୍ୟାନସରରେ ପ୍ରାଣ ହରାଇଥିଲେ । ଚଳିତବର୍ଷ ଜାନୁଆରୀ ମାସରେ ତାଙ୍କର ବଡ଼ ଭାଇ ପ୍ରାଣ ହରାଇଥିଲେ । ଜାମସେଦପୁରରେ ଚାକିରି କରିଥିବା ବଡ଼ଭାଇଙ୍କର ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତାଙ୍କର ଜଣେ ବିବାହିତା ଭଉଣୀ ଅଛନ୍ତି । ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ମା’ ଙ୍କ ପାଖରେ ଏବେ ଅଛନ୍ତି ।

ଖୁଣ୍ଟିଆ ପରିବାରର ଏକମାତ୍ର ସାହା ଭରସା ସୁଶାନ୍ତଙ୍କର ଦୁଃଖଦ ବିୟୋଗ ଅଞ୍ଚଳବାସୀଙ୍କୁ ମ୍ରିୟମାଣ କରିଦେଇଛି । ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାନ୍ତଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରିଛନ୍ତି ।

 

Previous Post

‘ନୂଆ’ ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ମୋହର

Next Post

ପଞ୍ଚାୟତ ଉପନିର୍ବାଚନରେ ବିଜେଡିର ଏକପାଖିଆ ବିଜୟ

Next Post
ପଞ୍ଚାୟତ ଉପନିର୍ବାଚନରେ ବିଜେଡିର ଏକପାଖିଆ ବିଜୟ

ପଞ୍ଚାୟତ ଉପନିର୍ବାଚନରେ ବିଜେଡିର ଏକପାଖିଆ ବିଜୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA