Wednesday, April 22, 2026 03:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି ଫୋକସ୍ ରେ ୪୦ ବିଧାନସଭା ଆସନ

ରାଉରକେଲାରେ ଦଳର ଚିନ୍ତନ ବୈଠକ

by Our Correspondent
05 Jan, 2024- 08:31 PM
in Latest News, News, Politics
1 min read
0
ବିଜେପି ଫୋକସ୍ ରେ ୪୦ ବିଧାନସଭା ଆସନ

ଭୁବନେଶ୍ୱର: ଏଥର ବିଜେଡି ସହ ଜୋରଦାର ଲଢ଼େଇ କରିବ ବିଜେପି । ଓଡ଼ିଶା ନେତାଙ୍କୁ ଦିଲ୍ଲୀରୁ ଏଥିପାଇଁ ଗ୍ରୀନ୍ ସିଗନାଲ୍ ମିଳିଯାଇଛି । ନିର୍ବାଚନ ଜିତିବାର ରଣକୋ÷ଶଳ ଧରି ଓଡ଼ିଶା ଆସିଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର । ଡିସେମ୍ବର ୩୦ ରେ ଭୁବନେଶ୍ୱର ରାଜ୍ୟ ମୁଖ୍ୟାଳୟରେ ସେମାନେ ଓଡ଼ିଶା ପାଇଁ ବିଜେପି ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ଆଜି ରାଉରକେଲାରେ ରାଜ୍ୟ ପଦାଧିକାରୀ, ବିଭିନ୍ନ କମିଟି ଏବଂ ମୋର୍ଚ୍ଚାର ୫୦ ଜଣ ନେତାଙ୍କୁ ନେଇ ଚିନ୍ତନ ବୈଠକ କରିଛନ୍ତି । ଓଡ଼ିଶାରେ ବିଜେଡି ସହ ଲଢ଼େଇର ମନ୍ତ୍ର ଦେଇଛନ୍ତି ମହାମନ୍ତ୍ରୀ ସନ୍ତୋଷ ଏବଂ କ୍ଷେତ୍ରୀୟ ପ୍ରଭାରୀ ବଂଶଲ ।

ଗତ ନିର୍ବାଚନରେ ୧୦ ହଜାରରୁ କମ୍ ବ୍ୟବଧାନରେ ଜିତିଥିବା ୪୦ଟି ବିଧାନସଭା ଆସନକୁ ଦଳ ଫୋକସ୍ କରିଛି । ସେହିଭଳି ୨୧ଟି ଯାକ ଲୋକସଭା ଆସନ ଉପରେ ଆଖି ରଖାଯାଇଛି । ଏଥିପାଇଁ ସଂଗଠନକୁ ସୁଦୃଢ଼ କରି ଆଗକୁ ବଢ଼ିବାକୁ ଯୋଜନା ପ୍ରସ୍ତୁତ ହୋଇଛି । କେନ୍ଦ୍ରୀୟ ନେତାମାନଙ୍କୁ ଏହାର ସଂଚାଳନ ଦାୟିତ୍ୱ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ ପ୍ରମୁଖ ନେତାମାନେ ଓଡ଼ିଶାରେ ଘନ ଘନ ନିର୍ବାଚନ ପ୍ରଚାର କରିବେ ।

ଯୁବ ଓ ନୂଆ ଭୋଟରଙ୍କ ଭୋଟ ହାତେଇବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ଏଥିପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ଯୁବ ସମ୍ମିଳନୀ କରାଯିବ । ସେମାନଙ୍କ ଜରିଆରେ ମୋଦୀ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଏବଂ ନବୀନ ସରକାରଙ୍କ ବିଫଳତାର ପ୍ରଚାର କରାଯିବ । ସ୍ଥାନୀୟ ନେତାମାନେ ଘର ଘର ବୁଲି ଲୋକଙ୍କ ସହ ସମ୍ପର୍କ ଯୋଡିବେ । ଆସନ୍ତା ସପ୍ତାହରୁ ଏହି କାର୍ଯ୍ୟକ୍ରମ ଜୋରଦାର ଢ଼ଙ୍ଗରେ ଆରମ୍ଭ କରିବାକୁ ସ୍ଥିର ହୋଇଛି । ଏହି ରଣନୀତିରେ ବିଜେଡିର ଅସନ୍ତୁଷ୍ଟ ନେତାଙ୍କ ଉପରେ ନଜର ରଖିବାକୁ ମଧ୍ୟ ଯୋଜନା କରାଯାଇଛି । ଏହାଦ୍ୱାରା ଓଡ଼ିଶାରେ କ୍ଷମତା ଦଖଲ ସହଜ ହୋଇଯିବ ବୋଲି ବିଜେପି ନେତାଙ୍କ ହୃଦୟଙ୍ଗମ ହୋଇଛି ।

ତେବେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ସ୍ପଷ୍ଟ ହୋଇପାରିନାହିଁ । ଗତଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଘୋଷିତ ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିଲେ ମଧ୍ୟ ଏଥର ତାଙ୍କର ଭୂମିକା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଖାସ୍ କରି ସଂଗଠନ ମହାମନ୍ତ୍ରୀ ଶ୍ରୀ ସନ୍ତୋଷଙ୍କ ଦଳୀୟ ରଣନୀତି ବୈଠକରେ ତାଙ୍କର ଅନୁପସ୍ଥିତି ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ଅନୁଷ୍ଠିତ ଓଡ଼ିଶାର ବିଜେପି ଦଖଲ ରଣନୀତି ବୈଠକ ଏବଂ ରାଉରକେଲା ଚିନ୍ତନ ବୈଠକରେ ସେ ଯୋଗଦେଇନାହାନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ଜାରି ରହିଛି ।

 

Previous Post

ରାଜ୍ୟରେ ୩ କୋଟି ୩୨ ଲକ୍ଷ ଭୋଟର

Next Post

ଲୋକକଳା ବଞ୍ଚାଇବାକୁ ଯୋଜନା ପ୍ରସ୍ତୁତି

Next Post
ଲୋକକଳା ବଞ୍ଚାଇବାକୁ ଯୋଜନା ପ୍ରସ୍ତୁତି

ଲୋକକଳା ବଞ୍ଚାଇବାକୁ ଯୋଜନା ପ୍ରସ୍ତୁତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA