ଭୁବନେଶ୍ୱର: ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲମିନାରି ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ଅକ୍ଟୋବର ୧୬ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ୫ ଟି ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ।
ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ୧୦ଟାରୁ ୧୨ଟା ଏବଂ ଦ୍ୱିତୀୟ ସିଟିଂ ୧.୩୦ ରୁ ୩.୩୦ ରଖାଯାଇଛି । ଭିନ୍ନକ୍ଷମଙ୍କ ପାଇଁ ପ୍ରତି ସିଟିଂରେ ୪୦ ମିନିଟ୍ ଅତିରିକ୍ତ ସମୟ ମିଳିବ ।