Wednesday, September 9, 2026 04:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୁମର ଖୋଲିଲେ ଆମିକସକ୍ୟୁରି !

ଡିଜିପି ଚୟନ ପ୍ରସଙ୍ଗ

by Our Correspondent
08 Sep, 2026- 11:45 PM
in Latest News, News
1 min read
0
ଗୁମର ଖୋଲିଲେ ଆମିକସକ୍ୟୁରି !

ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି ୧୬ ତାରିଖକୁ ଘୁଞ୍ଚିଛି । ତେବେ ଚୟନ ତାଲିକାରୁ ବାଦ୍ ପଡ଼ିଥିବା ବରିଷ୍ଠ ଆଇପିଏସ୍ ସୁଶାନ୍ତ ନାଥ ମାମଲାରେ ପକ୍ଷଭୁକ୍ତ ହେବା ଏବଂ ଆମିକସକ୍ୟୁରିଙ୍କ ଦ୍ୱିତୀୟ ରିପୋର୍ଟ ତଥ୍ୟ ପଦାକୁ ଆସିଲା ପରେ ହଲଚଲ ସୃଷ୍ଟି ହୋଇଛି ।

ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାକୁ ନେଇ କୋର୍ଟ ନିଯୁକ୍ତ ଆମିକସକ୍ୟୁରି ରାଜୁ ରାମଚନ୍ଦ୍ରନ୍ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରଖିଛନ୍ତି । ଡିଜିପି ଚୟନ ପ୍ୟାନେଲ୍ କୁ ନେଇ ଆଶଙ୍କା ଉଠାଇଛନ୍ତି । ଅସ୍ଥାୟୀ ଡିଜିପି କ୍ୟାଡର ପଦବୀ ସୃଷ୍ଟି କରି ଯୋଗ୍ୟ ଅଧିକାରୀଙ୍କ ତାଲିକା ବଦଳାଯିବା ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ସାଧାରଣ ଭାବେ ଯୋଗ୍ୟତା ନ ଥିବା ଜଣେ ବ୍ୟକ୍ତିଙ୍କୁ ଡିଜିପି କରିବାର ଏହା ପ୍ରୟାସ ଥିଲା ନା ନାହିଁ ଜାଣିବାକୁ ଚାହିଁଛନ୍ତି ।

ଡିଜିପି ଚୟନ ପାଇଁ ୧୪ ମେ’ ରେ ରାଜ୍ୟ ସରକାର ପ୍ରଥମ ଯୋଗ୍ୟତା ତାଲିକା ପ୍ରକାଶ କରିଥିଲେ । କିନ୍ତୁ ଦୁଇ ଅଧିକାରୀଙ୍କ ପଦୋନ୍ନତି ପରେ ୧୦ ଅଗଷ୍ଟରେ ଏକ ସଂଶୋଧିତ ତାଲିକା ପ୍ରସ୍ତୁତ ହୋଇଥିଲା । ଆମିକସକ୍ୟୁରି ମତରେ ୧୦ ଅଗଷ୍ଟ ତାଲିକା ବଦଳରେ ୧୪ ମେ ମୂଳ ତାଲିକାକୁ ବିଚାର କରିବା ଉଚିତ । ଏହାଦ୍ୱାରା ଶେଷ ମୁହୂର୍ତ୍ତର ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଆଶଙ୍କା ରହିବ ନାହିଁ । ଏହି ମାମଲାର ଅନ୍ୟ ଦିଗ ହେଉଛି ଦୁଇଟି ଅସ୍ଥାୟୀ ଡିଜି ପଦବୀ ସୃଷ୍ଟି । ଫେବ୍ରୁଆରୀ ୨୦୨୬ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦୁଇଟି ଅସ୍ଥାୟୀ ଡିଜି ପଦବୀ ପାଇଁ ସହମତି ଦେଇ ନ ଥିଲେ । କିନ୍ତୁ ରାଜ୍ୟ ସରକାର ୮ ଅଗଷ୍ଟରେ ପୁଣି ଅନୁରୋଧ କରିବା ପରେ ଗୃହ ମନ୍ତ୍ରଣାଳୟ ସହମତି ଦେଇଥିଲେ । ଦୁଇଟି ପଦବୀର ଜରୁରୀ ଆବଶ୍ୟକତାର ସ୍ପଷ୍ଟ କାରଣ ଦର୍ଶାଯାଇ ନ ଥଲେ ମଧ୍ୟ କାହିଁକି ସହମତି ଦିଆଗଲା ବୋଲି ଆମିକସକ୍ୟୁରି ପଚାରିଛନ୍ତି । ଏହାର ମାତ୍ର ୯ ଦିନ ପରେ ୧୬ ଅଗଷ୍ଟରେ ତତ୍କାଳୀନ ଡିଜିପିଙ୍କ ଅବସର ପରେ ଏକ ପଦ ଖାଲି ହେବାକୁ ଥିଲା । ମାତ୍ର ତା’ ପୂର୍ବରୁ ଅସ୍ଥାୟୀ ପଦବୀ ସୃଷ୍ଟିର ଆବଶ୍ୟକତା କ’ଣ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିଭଳି ୟୁପିଏସସିକୁ ପ୍ରସ୍ତାବ ପଠାଇ ସାରିବା ପରେ ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟ୍ ସାର୍ଟିଫିକେଟ୍ କାହିଁକି ଅଟକାଗଲା ବୋଲି ଆମିକସକ୍ୟୁରି ପ୍ରଶ୍ନ କରିଛନ୍ତି । ୪ ଅଗଷ୍ଟରେ ସିବିଆଇ ଷ୍ଟାଟସ୍ ରିପୋର୍ଟ କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଷ୍ଟାଟସ୍ ରିପୋର୍ଟରେ ସୁଶାନ୍ତଙ୍କ ବିରୋଧରେ ଅପରାଧିକ ତଦନ୍ତ ବିଚାରାଧୀନ ନ ଥିଲା । ତାଙ୍କୁ ପଚରାଉଚୁରା ପାଇଁ ମଧ୍ୟ କୌଣସି ଅନୁରୋଧ ନ ଥିଲା । ମାତ୍ର ପୁଣି କ’ଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ଆମିକସକ୍ୟୁରି ।

Previous Post

ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ

Next Post

ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

Next Post
ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA