Saturday, July 4, 2026 12:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରୋଗୀଙ୍କ ଜୀବନ ସହ ଖେଳ!

ସ୍ୱାସ୍ଥ୍ୟମନ୍ତ୍ରୀ ନଇଁଲେ,କାଲି ଆଲୋଚନା

by Our Correspondent
03 Jul, 2026- 08:09 PM
in Health, Latest News, News
1 min read
0
ରୋଗୀଙ୍କ ଜୀବନ ସହ ଖେଳ!

ଭୁବନେଶ୍ୱର: “୧୮ ସେପ୍ଟେମ୍ୱର ୨୦୨୪ରେ ଡାକ୍ତରମାନେ ସେମାନଙ୍କର ଦାବିଗୁଡ଼ିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରେ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ୨୦୨୫, ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟ ସଚିବ ଓ ଜୁନ୍ ଏବଂ ଅଗଷ୍ଟ ମାସରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରି ନଥିଲା । ଅକ୍ଟୋବର ୨୦୨୫ରେ ଡାକ୍ତରମାନେ ଆନ୍ଦୋଳନର ନୋଟିସ ଦେଲା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ, ୧୫ ନଭେମ୍ୱର ସୁଦ୍ଧା ସମସ୍ତ ଦାବି ପୂରଣ କରାଯିବ, କିନ୍ତୁ ତାହା ପୂରଣ ହୋଇପାରିଲା ନାହିଁ । ଏହା ସତ୍ତ୍ୱେ ଡାକ୍ତରମାନେ ଆଉଟଡୋର ସେବା ଜାରି ରଖି ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ । ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ରାଜ୍ୟରେ ରୋଗୀସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।”

ଡାକ୍ତର ଆନ୍ଦୋଳନକୁ ଦମନ କରିବା ପାଇଁ ସରକାର ନାଲି ଆଖି ଦେଖାଇଥିଲେ । ମାତ୍ର ଆନ୍ଦୋଳନରତ ଡାକ୍ତର ଡରିଲେନି । ଦାବି ପୂରଣ ନ ହେଲେ ଆନ୍ଦୋଳନରୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ଜଣାଇ ଦେଇଥିଲେ । ଉଭୟ ପକ୍ଷ ସେମାନଙ୍କ ଜିଦ୍ ରେ ଅଟଳ ରହିଲା ବେଳକୁ ସାରା ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରୋଗୀସେବାର ଭୟଙ୍କର ଚିତ୍ର ସବୁ ସାମନାକୁ ଆସିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପରେ ଏହାର ଚାପ ଭାରି ପଡ଼ିଗଲା । ଗତକାଲି ଦେଖାଇଥିବା ନାଲି ଆଖି ଆଜି ଥଣ୍ଡା କରିବାକୁ ବାଧ୍ୟ ହୋଇଛନ୍ତି । କଠୋର ଆଭିମୁଖ୍ୟରୁ ନରମ ଆଭିମୁଖ୍ୟକୁ ଆସିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଦିନ ୧୧.୩୦ ମିନିଟ୍ ରେ ଓମସା ସଭାପତି ଏବଂ ସମ୍ପାଦକଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏ ନେଇ ଆନୁଷ୍ଠାନିକ ଭାବରେ ଚିଠି ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମହେଶ ମୋହନ ପଣ୍ଡା ସୂଚନା ଦେଇଛନ୍ତି ।

୧୦ ଦଫା ଦାବିରେ ଓମସା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ରାଜ୍ୟ ସରକାର ପ୍ରଥମରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ କରିବାକୁ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଆନ୍ଦୋଳନରେ ସାମିଲ ଓଏମଏଚ କ୍ୟାଡର ଡାକ୍ତରମାନଙ୍କ ଦରମା ବନ୍ଦ ସହିତ ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ଚାକିରିରୁ ବାହାର କରିଦେବାକୁ ମଧ୍ୟ ଧମକ ଦିଆଯାଇଥିଲା । ଏସମା ବଳବତ୍ତର ଥିବା ସତ୍ତ୍ୱେ ଆନ୍ଦୋଳନ କରାଯିବାକୁ ସରକାର ଗ୍ରହଣ କରିବେ ନାହିଁ ବୋଲି କୁହାଯାଇଥିଲା ।

ମାତ୍ର ସରକାରଙ୍କ ଏହି ଦମନମୂଳକ ଆଭିମୁଖ୍ୟକୁ ଦୃଢ଼ ନିନ୍ଦା କରିଥିଲା ଡାକ୍ତର ସଂଘ । ରୋଗୀ ମଲେ ସରକାର ଦାୟୀ ରହିବେ ବୋଲି ସିଧାସଳଖ ଶୁଣାଇ ଦେଇଥିଲେ ଓମସା ସଭାପତି ଡାକ୍ତର କିଶୋର ମିଶ୍ର । ଆଲୋଚନା ପାଇଁ ଆମେ ସର୍ବଦା ପ୍ରସ୍ତୁତ ହୋଇ ରହିଛୁ । ରାଜ୍ୟ ସରକାର ଦିନ ଗଡ଼ାଇ ଚାଲିଛନ୍ତି, ଧମକ ଦେଉଛନ୍ତି । ମାତ୍ର ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନକୁ ଓମସା ଡରେନି । ଆଗ ସମସ୍ତ ଦାବି ପୂରଣ କର, ପରେ କାର୍ଯ୍ୟରେ ଯୋଗଦାନ ବୋଲି ଓମସା ସଭାପତି କହିଥିଲେ ।

ସ୍ୱାସ୍ଥ୍ୟ ବିଭାଗର ଦମନମୂଳକ ନୀତିକୁ ଏସସିବି ଜୁନିୟର ଡାକ୍ତର ସଂଘ ମଧ୍ୟ କଡ଼ା ସମାଲୋଚନା କରିଥିଲା । ଦାବି ପୂରଣ ପାଇଁ ସରକାର ଆଲୋଚନାକୁ ନ ଆସିଲେ ଆସନ୍ତାକାଲିଠାରୁ ଓପିଡି ସେବା ବନ୍ଦ କରିବାକୁ ଚେତାବନୀ ଦିଆଯାଇଥିଲା । ଦରମା ବନ୍ଦ ଓ ଚାକିରିରୁ ବହିଷ୍କାର ଭଳି କଡ଼ା ଆଭିମୁଖ୍ୟକୁ ସଂଘ ନାପସନ୍ଦ କରି ଡାକ୍ତରୀ ପଦବୀ ଖାଲି ପଡ଼ିଥିଲା ବେଳେ ଏଭଳି ଧମକ କେତେଦୂର ଠିକ ବୋଲି ପ୍ରଶ୍ନ କରିଥିଲା ।

ଡାକ୍ତରଙ୍କ ସମର୍ଥନରେ ୩ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ

ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ବିଜେଡି । ଦଳର ୩ ବରିଷ୍ଠ ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଜେନା ମିଳିତ ଭାବେ ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ରାଜ୍ୟର ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଶବ ବ୍ୟବଚ୍ଛେଦ ଠାରୁ ଆରମ୍ଭ କରି ଓପିଡି, ଆଇପିଡି, ଆଉଟଡୋର ରୋଗୀମାନଙ୍କ ଚିକିତ୍ସା ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତର ପ୍ରଭାବ ପଡ଼ିଛି । ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଚାରୁ ଭାବେ ପରିଚାଳନା କରିବାରେ ଡାକ୍ତରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସରକାର ଅହଙ୍କାର ମନୋଭାବ ରଖି ଡାକ୍ତରମାନଙ୍କ ନ୍ୟାୟୋଚିତ ଦାବି ବିଷୟରେ ଆଲୋଚନା ନ କରି ରୋଗୀମାନଙ୍କ ଜୀବନ ସହ ଖେଳୁଥିବାରୁ ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ ।

୧୮ ସେପ୍ଟେମ୍ୱର ୨୦୨୪ରେ ଡାକ୍ତରମାନେ ସେମାନଙ୍କର ଦାବିଗୁଡ଼ିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରେ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ୨୦୨୫, ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟ ସଚିବ ଓ ଜୁନ୍ ଏବଂ ଅଗଷ୍ଟ ମାସରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରି ନଥିଲା । ଅକ୍ଟୋବର ୨୦୨୫ରେ ଡାକ୍ତରମାନେ ଆନ୍ଦୋଳନର ନୋଟିସ ଦେଲା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ, ୧୫ ନଭେମ୍ୱର ସୁଦ୍ଧା ସମସ୍ତ ଦାବି ପୂରଣ କରାଯିବ, କିନ୍ତୁ ତାହା ପୂରଣ ହୋଇପାରିଲା ନାହିଁ । ଏହା ସତ୍ତ୍ୱେ ଡାକ୍ତରମାନେ ଆଉଟଡୋର ସେବା ଜାରି ରଖି ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ । ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ରାଜ୍ୟରେ ରୋଗୀସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ଶ୍ରୀ ମିଶ୍ର କହିଥିଲେ, ୯ ଜାନୁଆରୀ ୨୦୨୬ରେ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ (ଓମସା)ର କର୍ମକର୍ତ୍ତାଙ୍କ ସହ ଡାକ୍ତରମାନଙ୍କର ୧୦ ଦଫା ଦାବି ଉପରେ ଆଲୋଚନା ହୋଇଥିଲା । ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଦୁଇରୁ ତିନି ମାସ ମଧ୍ୟରେ ସମାଧାନର ବାଟ ବାହାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ଆଶ୍ୱାସନା ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ କମିଟିର ଅଧ୍ୟକ୍ଷ ଅତିରିକ୍ତ ମୁଖ୍ୟ ସଚିବ ଛୁଟିରେ ଯାଇ ପରେ ଅବସର ନେଇଥିବାରୁ କମିଟି ଗଠନ ହୋଇପାରିଲା ନାହିଁ । ଫଳସ୍ୱରୂପ ୬ ମାସ ପରେ ଜାତୀୟ ଡାକ୍ତର ଦିବସ ଜୁଲାଇ ୧ ତାରିଖରୁ ଧର୍ମଘଟ ନେଇ ଓମସା ନୋଟିସ ଦେଇଥିଲା । ଜୁନ୍ ୨ ତାରିଖରେ ସରକାରଙ୍କ ସହ ବୈଠକ ହୋଇଥିଲେ ମଧ୍ୟ କୌଣସି ନିର୍ଭରଯୋଗ୍ୟ ଆଶ୍ୱାସନା ମିଳିନଥିଲା । ସରକାର ଦାବି ପୂରଣ ନେଇ ଲିଖିତ ଭାବେ ଦେବାକୁ ଡାକ୍ତରମାନେ ଦାବି କରିଥିଲା ବେଳେ ସରକାର କୌଣସି ନିଷ୍ପତ୍ତି ନେଇ ନ ଥିଲେ । ୩୦ ଜୁନ୍ ବୈଠକରେ ଡାକ୍ତରମାନଙ୍କ ଦାବି ଉପରେ ସରକାରଙ୍କ ପକ୍ଷରୁ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳିବାରୁ ଧର୍ମଘଟ ସ୍ଥଗିତ ହୋଇପାରିଲା ନାହିଁ । ଡାକ୍ତରମାନଙ୍କ ଧର୍ମଘଟ ଯୋଗୁଁ ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳୁଛି । କୌଣସି ଅଘଟଣ ଘଟିଲେ, ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ।

ଶ୍ରୀ ନାୟକ କହିଥିଲେ, ଗତ ତିନି ଦିନ ଧରି ରାଜ୍ୟର ସରକାରୀ ଡାକ୍ତରଖାନା ଗୁଡ଼ିକରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀଙ୍କ ଜୀବନ ସହ ଖେଳ ଖେଳିବା ଭଳି ପରିସ୍ଥିତି ଆଜି ଏହି ସରକାର ସୃଷ୍ଟି କରିଛନ୍ତି । ପୂର୍ବ ବିଜେଡି ସରକାର ସମୟରେ, ଡିଏସିପିର ୬, ୧୨, ୧୮ ଓ ୨୪ ବର୍ଷର ପଦୋନ୍ନତି ବ୍ୟବସ୍ଥାକୁ ମଞ୍ଜୁର କରାଯାଇଥିଲା ଏବଂ ଇନସୁରାନ୍ସ ସହିତ ଡାକ୍ତରମାନଙ୍କ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବି ପୂରଣ କରାଯାଇଥିଲା । ଡାକ୍ତରମାନଙ୍କୁ କର୍ମ କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନର ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ କେନ୍ଦ୍ରୀୟ ଡିଏସିପି ଲାଗୁ କରିବା ପାଇଁ ଓମସା ଦାବି କରିଛି । ଡବଲ୍ ଇଞ୍ଜିନ୍ ସରକାରକୁ ଦୁଇ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଡାକ୍ତରମାନଙ୍କ ଏହି ଦାବି ପ୍ରତି ସରକାର ଧ୍ୟାନ ଦେଉନାହାନ୍ତି । ଦାବି ପୂରଣ କରିବା ପରିବର୍ତ୍ତେ ସରକାର ନିଜର ଗର୍ବ ଓ ଅହଂକାରକୁ ଆଗରେ ରଖି କାର୍ଯ୍ୟ କରୁଛନ୍ତି ।

ଶ୍ରୀ ଜେନା କହିଥିଲେ, ବର୍ତ୍ତମାନ ସରକାରୀ ଡାକ୍ତରଖାନାଗୁଡ଼ିକର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି, ଯାହାର ପ୍ରଭାବ ସାଧାରଣ ରୋଗୀଙ୍କ ଉପରେ ପଡ଼ୁଛି । ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଡାକ୍ତରମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ରୋଗୀମାନେ ଯଥାର୍ଥ ଚିକିତ୍ସା ପାଉନାହାନ୍ତି । ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ଅତ୍ୟନ୍ତ ଜରୁରୀ । ଯେତେ ଶୀଘ୍ର ଡାକ୍ତରମାନଙ୍କ ସହ ଆଲୋଚନା କରି ସରକାର ସମାଧାନର ବାଟ ବାହାର କରନ୍ତୁ, ନଚେତ୍ ଓଡ଼ିଶାର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଆନ୍ଦୋଳନନକୁ ଓହ୍ଲାଇବାକୁ ବାଧ୍ୟ ହେବ ।

Previous Post

ପ୍ରଶାସନିକ ବିଫଳତାରୁ ଚାଷୀ ଆତ୍ମହତ୍ୟା

Next Post

ଜାପାନରୁ ଆସିବ ୬୭୦୦୦୦୦୦୦୦୦୦

Next Post
ଜାପାନରୁ ଆସିବ ୬୭୦୦୦୦୦୦୦୦୦୦

ଜାପାନରୁ ଆସିବ ୬୭୦୦୦୦୦୦୦୦୦୦

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA