ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପତି ଆଜି କିଟ୍, କିସ୍ ଓ କିମ୍ସ ପରିଦର୍ଶନରେ ଆସି କିସ୍ର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ। କିସ୍ ପିଲାଙ୍କ ସହ ବସି ମଧ୍ୟାହ୍ନଭୋଜନ କରିବାରେ କମ୍ଭମପତି ହେଉଛନ୍ତି ଓଡ଼ିଶାର ପ୍ରଥମ ରାଜ୍ୟପାଳ।








