Monday, June 22, 2026 11:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଲିସକୁ ଚୁପ୍ ବସେଇଲେ, ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା

by Our Correspondent
22 Jul, 2024- 10:07 PM
in Crime, Latest News, News
1 min read
0
ପୁଲିସକୁ ଚୁପ୍ ବସେଇଲେ, ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ

ଭୁବନେଶ୍ୱର: ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେସନ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଉଭୟ ବିଜେଡି ଓ କଂଗ୍ରେସ ସେହି ଓଡ଼ିଆ ଅସ୍ମିତାକୁ ଅସ୍ତ୍ର କରି ସରକାରଙ୍କୁ ଘେରିଥିଲେ । ଜଣେ ଓଡ଼ିଆ ଅଧିକାରୀଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର(ଝାଡ଼ଖଣ୍ଡୀ) ମାଡ଼ ମାରି ଲହୁ ଲୁହାଣ କରିଥିବା ବେଳେ ସରକାର ତାଙ୍କୁ ସୁରକ୍ଷା ଦେଇଛନ୍ତି । ଏହା କି ପ୍ରକାରର ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିବା ସହ ପ୍ରତିବାଦରେ ରାଜ୍ୟପାଳ ଭାଷଣକୁ ବର୍ଜନ କରି କକ୍ଷତ୍ୟାଗ କରିଥିଲେ । ଏହି ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ଦଳ ବିଜେଡିର ଆଭିମୁଖ୍ୟ ବେଶ୍ କଠୋର ଥିଲା ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହ ବାହାରେ ଗଣମାଧ୍ୟମକୁ କହିଥିଲେ ଯେ ମୁଁ ଓ ମୋ ଦଳ ଏହି ଘଟଣାକୁ ନେଇ ବହୁତ ଦୁଃଖିତ ଓ ଆଶ୍ଚର୍ଯ୍ୟାନ୍ୱିତ । କାରଣ ବର୍ତ୍ତମାନର ରାଜ୍ୟ ସରକାର ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ଏହା ମତେ ଆଘାତ ଦେଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭାଙ୍ଗିଯାଇଛି । ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆଇନ ଭାଙ୍ଗୁଥିବା ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିଲି । ରାଜ୍ୟ ସରକାର ଏହି ଘଟଣାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହ କରିବା ଉଚିତ୍ ।

ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିରୋଧୀ ଦଳ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟପାଳ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ପୁରୀ ଜିଲ୍ଲାପାଳଙ୍କୁ କୁହାଯାଇଛି । ରିପୋର୍ଟ ଆସିଲା ପରେ ଦୋଷୀ ଯିଏ ବି ହୁଅନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ତେବେ ଆଇନମନ୍ତ୍ରୀ ବିରୋଧୀ ଦଳଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇ ସରକାରଙ୍କର କି ବାନା ଉଡ଼ାଇବାକୁ ଚାହିଁଛନ୍ତି ତାହା ବୁଝାପଡୁନାହିଁ ।

ପ୍ରଥମକଥା ହେଉଛି, ପୁରୀ ରାଜଭବନରେ ଘଟଣା ଘଟିଲା ୭ ତାରିଖ ରାତିରେ । ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କର ୫ ଜଣ ସହଯୋଗୀ ମିଶି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଲେ । ହତ୍ୟା ଧମକ ଦେଇ ଡ଼ରାଇଲେ । ଜୋତାରେ ଛେପ ପକାଇ ଚାଟିବାକୁ କହିଲେ । ରାଜ୍ୟପାଳଙ୍କ ପୁଅ ହିଁ ଏହି ଜଘନ୍ୟ କାଣ୍ଡର ମୁଖ୍ୟ ସର୍ଦ୍ଦାର ଥିଲେ ।

ମାଡ଼ ଓ ନିର୍ଯ୍ୟାତନା ପାଇଥିବା ଏଏସଓ ଶ୍ରୀ ପ୍ରଧାନ ପରଦିନ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଭେଟି ଜଣାଇଥିଲେ । ରାଜ୍ୟପାଳଙ୍କଠାରୁ ନ୍ୟାୟ ଭିକ୍ଷା କରିଥିଲେ । ପରେ ତାଙ୍କ ପତ୍ନୀ ପୁରୀ ସି-ବିଚ୍ ଥାନାରେ ଏତଲା ଦେଇଥିଲେ । ପୁଲିସ ପ୍ରଥମେ ଏତଲା ରଖୁ ନ ଥିଲା । ମାତ୍ର ରାଜ୍ୟ ସଚିବାଳୟ ସଂଘର ହସ୍ତକ୍ଷେପରେ ପୁଲିସ ଏତଲାକୁ ଥାନାରେ ରେଜିଷ୍ଟ୍ରି କଲା । ମାତ୍ର ତଦନ୍ତକୁ ଗଲା ନାହିଁ ।

୧୩ ତାରିଖରେ ରାଜ୍ୟପାଳ ଶ୍ରୀ ଦାସ ପୀଡ଼ିତ ଓ ତାଙ୍କ ପରିବାରକୁ ଡ଼ାକି ରାଜଭବନରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଡିସିପି ପ୍ରତୀକ ସିଂହ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟତମ ଅଭିଯୁକ୍ତ ରାଜ୍ୟପାଳଙ୍କ ରୋଷେୟା ସେଠାକୁ ଆସି ପୀଡ଼ିତଙ୍କୁ କ୍ଷମା ମାଗିଥିଲେ । ଝାଡ଼ଖଣ୍ଡରେ ଥିବା ରାଜ୍ୟପାଳଙ୍କ ପୁଅଙ୍କୁ ଏଠାକୁ ଡ଼ାକି ମାମଲାର ସମାଧାନ କରାଯିବ ବୋଲି କୁହାଗଲା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜେ ରାଜ୍ୟପାଳ ପ୍ରତିଶ୍ରୁତି ଦେଇ ୭ ଦିନ ସମୟ ନେଇଥିଲେ ।

ତା’ ପରଦିନ ପୀଡ଼ିତ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜଭବନରୁ ହଟାଇ ଗୃହ ବିଭାଗକୁ ପଠାଇ ଦିଆଗଲା । ବାସ୍ ସେତିକିରେ ସରିଗଲା କାମ । ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୁଲିସ ତଦନ୍ତ କଲାନି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି । କାରଣ ସେ ରାଜ୍ୟପାଳଙ୍କ ପୁଅ । ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । ରାଜ୍ୟ ସରକାର ଓ ତାଙ୍କ ପୁଲିସ ହାତ ଟେକି ବସିଗଲେ ।

ଆଜି ବିଧାନସଭାରେ ବିରୋଧୀ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ପରେ ଆଇନମନ୍ତ୍ରୀ କହୁଛନ୍ତି ଜିଲ୍ଲାପାଳ ଏହାର ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ । ତେଣୁ ଧୈର୍ଯ୍ୟହରା ହୁଅ ନାହିଁ ।

ଏଠି ପ୍ରଶ୍ନ ଉଠୁଛି ଯେ ଏକ ଅପରାଧିକ ମାମଲାର ତଦନ୍ତ ଦାୟିତ୍ୱ ପୁଲିସର, ଥାନା ବାବୁଙ୍କର । ଜିଲ୍ଲାପାଳ ଏହି ମାମଲାର ତଦନ୍ତ କାହିଁକି କରିବେ? ଅପରାଧିକ ମାମଲାର ତଦନ୍ତ ଜିଲ୍ଲାପାଳ କରନ୍ତି କି? ଯଦି ମାମଲାଟିକୁ ସ୍ପର୍ଶକାତର ବୋଲି ସରକାର ମନେ କରୁଛନ୍ତି ତେବେ ଏସପିଙ୍କ ଉପରେ ତଦନ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ କଥାଟା ସୁନ୍ଦର ହୋଇଥାନ୍ତା । ମାତ୍ର ଜିଲ୍ଲାପାଳଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦେବା ପଛରେ ସରକାରଙ୍କର ଆଭିମୁଖ୍ୟ ବୁଝାପଡୁନାହିଁ । ଏହାର ଆଇନଗତ ଦିଗ ମଧ୍ୟ ସ୍ପଷ୍ଟ ହେଉନାହିଁ ।

ବିଜେଡିର ଗଣମାଧ୍ୟମ ମୁଖ୍ୟ ସଂଯୋଜକ ପ୍ରତାପ ଜେନା ମଧ୍ୟ ଏହି ପ୍ରଶ୍ନ ପଚାରିଛନ୍ତି । ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ସେ କହିଛନ୍ତି ଯେ ଏହାର ଅର୍ଥ ନୁହେଁ କି ବର୍ତ୍ତମାନ ଥାନାମାନେ ଏଫଆଇଆର ଲଜ୍ କରିବେ ନାହିଁ ଏବଂ ସାଧାରଣ ଲୋକଙ୍କ ସବୁ ମାମଲା ଜିଲ୍ଲାପାଳମାନେ ତଦନ୍ତ କରିବେ? ଏକ ବାହାର ଲୋକ ଓଡ଼ିଶାକୁ ଆସି ଏକ ସରକାରୀ କର୍ମଚାରୀଙ୍କୁ ମାରୁଛି । ଏହା କ’ଣ ସେହି ଓଡ଼ିଆ ଅସ୍ମିତା ଯାହାର ପ୍ରତିଶ୍ରୁତି ଦିଆଯାଇଥିଲା?

 

Previous Post

Naznin Khan: A Journey from Surat to Stardom

Next Post

ରେଳ ବିକାଶ ପାଇଁ ଓଡ଼ିଶାକୁ ୧୦, ୫୮୬ କୋଟି

Next Post
ରେଳ ବିକାଶ ପାଇଁ ଓଡ଼ିଶାକୁ ୧୦, ୫୮୬ କୋଟି

ରେଳ ବିକାଶ ପାଇଁ ଓଡ଼ିଶାକୁ ୧୦, ୫୮୬ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA