Tuesday, June 30, 2026 05:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଏମସିରୁ ବିଦା ହେଲେ କୁଲାଙ୍ଗେ

ରାଜେଶ ପାଟିଲ୍ ନୂଆ କମିସନର

by Our Correspondent
24 Feb, 2024- 04:41 PM
in Latest News, News
1 min read
0
ବିଏମସିରୁ ବିଦା ହେଲେ କୁଲାଙ୍ଗେ

ଭୁବନେଶ୍ୱର: ବିଏମସି କମିସନର ପଦରୁ ବିଜୟ ଅମୃତା କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଆଜି ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍ ର ଆଏଏସ୍ ରାଜେଶ ପ୍ରଭାକର ପାଟିଲ୍ ଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ପାଟିଲ୍ ବିଏମସି କମିସନର ଦାୟିତ୍ୱ ସହ ସମବାୟ ବିଭାଗର କମିସନର ତଥା ସଚିବ ଏବଂ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ବିଦାୟୀ କମିସନର ଶ୍ରୀ କୁଲାଙ୍ଗେ ମାସେ ଯାଏଁ ଛୁଟିରେ ଯାଇଛନ୍ତି । ଛୁଟିରୁ ଫେରିଲା ପରେ ତାଙ୍କର ନୂଆ ନିଯୁକ୍ତି ଆଦେଶ ପ୍ରକାଶ ପାଇବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ଅଫିସ୍ ଅର୍ଡର ବାହାରିଛି ।

ବିଏମସି ପଦରୁ ଶ୍ରୀ କୁଲାଙ୍ଗେ ହଟିବେ ବୋଲି ଗତକାଲି ସଂଧ୍ୟାରୁ ଆଭାସ ମିଳିଥିଲା । କାରଣ ଥିଲା- ତାଙ୍କର ଦାୟିତ୍ୱହୀନତା । ରାଜ୍ୟ ସରକାରଙ୍କ ବିନା ସ୍ୱୀକୃତିରେ ବିଏମସି ମେୟର, ଡେପୁଟି ମେୟର ଓ କର୍ପୋରେଟରମାନଙ୍କର ସିଟିଂ ଆଲାଉନ୍ସ(ବୈଠକ ଭତ୍ତା) ବୃଦ୍ଧି ପାଇଁ ଘୋଷଣା କରିବା ତାଙ୍କୁ ମହଙ୍ଗା ପଡ଼ିଲା । ଫଳ ହେଲା କି ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଖାଲି ବିଏମସି କମିସନର ପଦ ଗଲାନି । ଆଜିଠାରୁ ମାସେ କାଳ ଛୁଟିରେ ରହି ସରକାରୀ ଦାୟିତ୍ୱରୁ ଅବ୍ୟାହତି ନେବାକୁ ପଡ଼ିଲା । ଛୁଟିରୁ ଫେରିଲା ପରେ ତାଙ୍କ ଭାଗ୍ୟରେ କ’ଣ ଲେଖା ଅଛି ଜଣାପଡ଼ିବ ।

ସୂଚନାଥାଉକି, ଗତକାଲି ବିଏମସି ମାସିକିଆ ବୈଠକ ବସିଥିଲା । ବୈଠକ ପରେ କମିସନର ଶ୍ରୀ କୁଲାଙ୍ଗେ ବିଏମସିର ମେୟର, ଡେପୁଟି ମେୟର ଓ କର୍ପୋରେଟରମାନଙ୍କର ସିଟିଂ ଆଲାଉନ୍ସ ବୃଦ୍ଧି ଘୋଷଣା କରିଥିଲେ । ଗୋଟିଏ କର୍ପୋରେସନ୍ ମିଟିଂ ପାଇଁ ମେୟରଙ୍କ ଭତ୍ତା ୫୦ ହଜାର ଟଙ୍କା, ଡେପୁଟି ମେୟରଙ୍କୁ ୨୫ ହଜାର ଓ ପ୍ରତ୍ୟେକ କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ଭତ୍ତା ଦେବାକୁ ନିଷ୍ପତ୍ତି ହୋଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏ ସମସ୍ତ ଅର୍ଥ ବିଏମସି ପାଣ୍ଠିରୁ ଭରଣା କରାଯିବ ବୋଲି ମଧ୍ୟ ଜଣାଇଥିଲେ ।

ତେବେ ବିଏମସି କମିସନର ଶ୍ରୀ କୁଲାଙ୍ଗେଙ୍କ ଏହି ଘୋଷଣା ସମସ୍ତଙ୍କୁ ବିସ୍ମିତ କରିଥିଲା । ରାଜ୍ୟ ସରକାରଙ୍କ ବିନା ସ୍ୱୀକୃତିରେ ଏହା କିଭଳି ହେଲା ବୋଲି ସରକାରୀ ମହଲରେ ଚର୍ଚ୍ଚା ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନଜରକୁ ଏହା ଆସିଲା ପରେ ସେ କ୍ଷୁବ୍ଧ ହୋଇଥିବା ବିଭିନ୍ନ ସୂତ୍ରରୁ ଖବର ଆସିଲା । ଆଉ ଏହା ଯେ ସତ, ପରବର୍ତ୍ତୀ ସମୟରେ ତାହା ସ୍ପଷ୍ଟ ହୋଇଗଲା ।

କମିସନରଙ୍କ ପକ୍ଷରୁ ସଂଧ୍ୟାରେ ପ୍ରେସ୍ ରିଲିଜ୍ ଜରିଆରେ ଏକ ସ୍ପଷ୍ଟୀକରଣ ଦିଆଗଲା । ଏଥିରେ କୁହାଗଲା ଯେ ବିଏମସିର ମେୟର, ଡେପୁଟି ମେୟର ଓ କର୍ପୋରେଟରମାନଙ୍କର ପାରିଶ୍ରମିକ ବୃଦ୍ଧି ନିଷ୍ପତ୍ତି ନେବାରେ ସରକାରଙ୍କ ସ୍ୱୀକୃତିର ଆବଶ୍ୟକତା ରହିଛି । କିନ୍ତୁ ଏଭଳି ଏକ ନିଷ୍ପତ୍ତି ସଂକ୍ରାନ୍ତରେ ବିଏମସି କମିସନରଙ୍କ ବୟାନରେ ଭୁଲ୍(factual errors) ଥିଲା । ଏଣୁ ବିଏମସି କମିସନରଙ୍କ ବୟାନକୁ ପ୍ରତ୍ୟାହାର କରାଯାଉଛି ।

ଏହି ସ୍ପଷ୍ଟୀକରଣ ସହ କମିସନର ଶ୍ରୀ କୁଲାଙ୍ଗେଙ୍କ ଉପରେ ବିପଦ ଆସିବା ଏକ ପ୍ରକାର ସ୍ପଷ୍ଟ ହୋଇଗଲା । କୌଣସି ମୁହୁର୍ତ୍ତରେ ତାଙ୍କର ପଦ ଯାଇପାରେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ କେଉଁ ପରିସ୍ଥିତିରେ ସେ ଏଭଳି ଘୋଷଣା କରିଥିଲେ ତାହା ସମସ୍ତଙ୍କ ପାଇଁ ଅବୁଝା ରହିଛି ।

Previous Post

CM launches sports infrastructure projects worth Rs 660 Cr

Next Post

୩୪ ଟି ନୂଆ ଏନଏସି ଗଠନ

Next Post
୩୪ ଟି ନୂଆ ଏନଏସି ଗଠନ

୩୪ ଟି ନୂଆ ଏନଏସି ଗଠନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA