Saturday, July 4, 2026 04:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଖାଳ ବିଲ୍ ଦେଢ଼ କୋଟି

ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅନୁଗ୍ରହ!

by Samar Pradhan
02 Jul, 2026- 11:37 PM
in Latest News, News
1 min read
0
ପଖାଳ ବିଲ୍ ଦେଢ଼ କୋଟି

ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ଆୟୋଜିତ ଚଳିତବର୍ଷ ମାର୍ଚ୍ଚ ୨୦ ପଖାଳ ଦିବସ(ପରବ) ପାଳନରେ ଖର୍ଚ୍ଚ ହୋଇଛି ୧ କୋଟି ୫୪ ଲକ୍ଷ ଟଙ୍କା । ଆପଣଙ୍କୁ ଏହା ଅବିଶ୍ୱାସ ଲାଗିଲେ ବି ନିରାଟ ସତ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏହି ଖର୍ଚ୍ଚ ବହନ କରିଛି । କଲର୍ ପ୍ଲସ୍ ନାମକ ରାଜଧାନୀର ଏକ ଇଭେଣ୍ଟ ମ୍ୟାନଜେମେଣ୍ଟ ସଂସ୍ଥାକୁ ଏହାର ଆୟୋଜନ ଦାୟିତ୍ୱ ଦିଆଯାଇଥିଲା ।

ପାନ୍ଥ ନିବାସଠାରେ ମାର୍ଚ୍ଚ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ପାଳିତ ହୋଇଥିଲା ପଖାଳ ପରବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସମେତ ପୂରା ମନ୍ତ୍ରିମଣ୍ଡଳ ଏବଂ ବିଜେପି ବିଧାୟକ ଦଳ ସେହି ଉତ୍ସବରେ ସାମିଲ ହୋଇଥିଲେ । ବାହାରୁ ବି ଅତିଥି ଆସିଥିଲେ । ସେଥିରେ ହୋଇଥିବା ଖର୍ଚ୍ଚର ବିଲ୍ ଆମର ହସ୍ତଗତ ହୋଇଛି ।

ଆୟୋଜନର ଦାୟିତ୍ୱ ନେଇଥିବା କଲର୍ ପ୍ଲସ୍ ସଂସ୍ଥାକୁ ଇଭେଣ୍ଟ ମ୍ୟାନେଜମେଣ୍ଟ ବାବଦରେ ପୈଠ ହୋଇଛି ୮୫ ଲକ୍ଷ ୬୬ ହଜାର ୯୯୪ ଟଙ୍କା । ସେଥିମଧ୍ୟରେ କାର୍ଯ୍ୟକ୍ରମର ସମ୍ପାଦନ ଏବଂ ପରିଚାଳନା ପାଇଁ ୭୭ ଲକ୍ଷ ୮୮ ହଜାର ୧୭୭ ଟଙ୍କା ବିଲ୍ ହୋଇଥିବା ବେଳେ ସୁପରିଭିଜନ ବାବଦରେ ୬ ଲକ୍ଷ ୬୦ ହଜାର ୧୫ ଟଙ୍କା ବିଲ୍ ହୋଇଛି ।

ଅନ୍ୟ ଏକ ବିଲ୍ ରେ ପୈଠ ହୋଇଛି ୬୮ ଲକ୍ଷ ୩୬ ହଜାର ୯୪୬ ଟଙ୍କା । ଏଥିରେ ବି ସୁପରଭିଜନ ଖର୍ଚ୍ଚ ପଡ଼ିଛି ୪ ଲକ୍ଷ ୭୬ ହଜାର ୫୧୨ ଟଙ୍କା । ଏହି ବିଲ୍ ରେ ରହିଛି ଅଫିସିଆଲ୍ ଏବଂ ଅତିଥିମାନଙ୍କ ହୋଟେଲ ରହଣୀ ଖର୍ଚ୍ଚ ୧ ଲକ୍ଷ ୯୯ ହଜାର ୨୮୫ ଟଙ୍କା, ହୋଟେଲରେ ଖାଇବା ଖର୍ଚ୍ଚ ୯ ଲକ୍ଷ ୪୪ ହଜାର ୫୫ ଟଙ୍କା, ପାନ୍ଥନିବାସରେ ରହିବା ଓ ଖାଇବା ବାବଦ ୯ ଲକ୍ଷ ୪୩ ହଜାର ୩୮୩ ଟଙ୍କା, ଗିନିଜ୍ ୱାଲର୍ଡ ବୁକ୍ ଫି ବାବଦ ୩୧ ଲକ୍ଷ ୩୫ ହଜାର ୭୪୮ ଟଙ୍କା, ମେମୋଣ୍ଟୋ, ୱେଷ୍ଟକୋର୍ଟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ୭ ଲକ୍ଷ ୫୯ ହଜାର ୪୮୩ ଟଙ୍କା ଏବଂ ଅଫିସରମାନଙ୍କ ବିମାନ ଖର୍ଚ୍ଚ ୨ ଲକ୍ଷ ୯୨ ହଜାର ୭୦୮ ଟଙ୍କା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଖାଳ ପରବ-୨୦୨୬ ଆୟୋଜନ ପାଇଁ ହୋଇଥିବା ଟେଣ୍ଡରରେ ୮ଟି ସଂସ୍ଥା ଭାଗ ନେଇଥିଲେ । ନିୟମାନୁଯାୟୀ ଏଲ-ୱାନ୍ ବିଡର କଲର ପ୍ଲସ୍ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ଏହି କାମ ମିଳିଥିଲେ ମଧ୍ୟ ସେଥିରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି । କଲର ପ୍ଲସ୍ ସଂସ୍ଥା ୫୯ ଲକ୍ଷ ୩୧ ହଜାର ୧୮୦ ଟଙ୍କା ର ସର୍ବନିମ୍ନ କୋଟେସନ୍ ଦେଇଥିଲା । ମାତ୍ର ଦେଢ଼କୋଟିରୁ ଅଧିକ ବିଲ୍ ହୋଇଛି । ଯାହାକୁ ନେଇ ଆପତ୍ତି ଉଠିଛି । ସଂପୃକ୍ତ ସଂସ୍ଥାକୁ କାମ ଦେବା ପାଇଁ କୁଆଡ଼େ ଏଭଳି ଚାଲ୍ ଖେଳାଯାଇଥିଲା । କେବଳ ଏହି ଗୋଟିଏ ନୁହେଁ, ଏହି ଚାଲ୍ ଯୋଗେ ସଂପୃକ୍ତ ସଂସ୍ଥା ରାଜ୍ୟ ସରକାରଙ୍କ ଗେହ୍ଲାପୁଅ ସାଜିଥିବା ଅଭିଯୋଗ ହୋଇଛି । ତଦନ୍ତ ହେଲେ ସବୁ ସତ ବାହାରିଯିବ ।

Previous Post

ସରକାରଙ୍କୁ ବଦନାମରୁ ମୁକୁଳାଇବା ଚିନ୍ତା!

Next Post

ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏମଓୟୁ

Next Post
ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏମଓୟୁ

ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏମଓୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA