Tuesday, April 28, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟ ବିଜେପିର ୨୧ ଟି ସଂକଳ୍ପ

'ଅସ୍ମିତା' ଗାଏବ !!

by Our Correspondent
05 May, 2024- 07:56 PM
in Latest News, News, Politics
1 min read
0
ରାଜ୍ୟ ବିଜେପିର ୨୧ ଟି ସଂକଳ୍ପ

ଭୁବନେଶ୍ୱର: ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଆଜି ଉନ୍ମୋଚିତ ହୋଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଉନ୍ମୋଚନ କରିଛନ୍ତି । ବିକାଶିତ ଓଡ଼ିଶା ପାଇଁ ଏଥିରେ ୨୧ଟି ଗ୍ୟାରେଣ୍ଟି ଦିଆଯାଇଛି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ୧୮ ମାସରେ ଚିଟଫଣ୍ଡ୍ ଟଙ୍କା ଫେରସ୍ତ କରାଯିବ । ଧାନର ଏମଏସପି ୩୧୦୦ ଟଙ୍କା ହେବ । ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ ହୋଇ ୫୦ ହଜାର ଟଙ୍କା ଲେଖାଏଁ ନଗଦ ଭାଉଚର୍ ଦିଆଯିବ । ତେବେ ଆଜିକାଲି ବିଜେପିର ବହୁଳ ପ୍ରଚାରିତ ଓଡ଼ିଆ ‘ଅସ୍ମିତା’ ପ୍ରସଙ୍ଗ ଏହି ସଂକଳ୍ପ ପତ୍ରରେ ସ୍ଥାନ ପାଇନାହିଁ । ତଥାକଥିତ ଓଡ଼ିଶା ଅସ୍ମିତାର ସୁରକ୍ଷା ପାଇଁ ବିଜେପିର କୌଣସି ସଂକଳ୍ପ ନାହିଁ ।

ବିଜେପି ସଂକଳ୍ପ ପତ୍ରରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ମୁଖ୍ୟ ପ୍ରସଙ୍ଗ କରାଯାଇଛି । ବିଜେଡି ସରକାରର ବ୍ୟାପକ ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ବ୍ୟବସ୍ଥାର ସମାପ୍ତ ହେବ ବୋଲି କୁହାଯାଇଛି । ୧୮ ମାସ ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ । ଓଡ଼ିଶାରେ ସମୃଦ୍ଧ କୃଷକ ନୀତି ଆରମ୍ଭ ହେବ । ଧାନର ସର୍ବନିମ୍ନ ମୂଲ୍ୟ କ୍ୱଣ୍ଟାଲ୍ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ । ରାଜ୍ୟରେ ମହିଳାଙ୍କ ପାଇଁ ସୁଭଦ୍ର ଯୋଜନାର ଶୁଭାରମ୍ଭ ହେବ । ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଦିଦି ସୃଷ୍ଟି କରାଯିବ ।

ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ନିଯୁକ୍ତି ସୃଷ୍ଟି କରାଯିବ । ପିଏମ୍ ଆବାସ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ ହେବ । ଜଳ ମିଶନ କାର୍ଯ୍ୟକାରୀ କରି ୨୬ ଲକ୍ଷ ଗୃହକୁ ଜଳଯୋଗାଣ କରାଯିବ । ବିଜେପି କ୍ଷମତାକୁ ଆସିଲେ ୧୦୦ ଦିନ ଭିତରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁକରାଯିବ । ଏଥିରେ ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଥିବା ସବୁ ନାଗରିକଙ୍କୁୁ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ୍ ଦିଆଯିବ । ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ୩ ହଜାର ୫୦୦ ଟଙ୍କା ପେନସନ୍ । ପିଏମ୍ ସୂର୍ଯ୍ୟଘର ଯୋଜନାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣା ବିଜୁଳି ଯୋଗାଣ । ଓଡ଼ିଆ ପ୍ରବାସୀଙ୍କ ପାଇଁ ଦେଶର ସବୁ ମେଟ୍ରୋ ସହରରେ ଓଡ଼ିଆ ସମୁଦାୟ ଭବନ ନିର୍ମାଣ । ୭୫ ହଜାର କିମି ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ । ପଶ୍ଚିମ ଓଡ଼ିଶାରେ ୩ଟି ଇଣ୍ଟଗ୍ରୋଟେଡ୍ ଟେକ୍ସଟାଇଲ୍ ପାର୍କ ନିର୍ମାଣ । ପ୍ରତ୍ୟେକ ବୁଣାକାରଙ୍କୁ ମାସିକ ୩ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା । ଅଣସଂଗଠିତ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ବୀମା । ସ୍କୁଲରେ ଡ୍ରପ୍ ଆଉଟ ରୋକିବାକୁ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କାର ସହାୟତା ରାଶି ଦିଆଯିବ ।

ଦୁଇଥର ପଦ୍ମ, ଦୁଇଗୁଣା ବିକାଶ । ସଂକଳ୍ପରୁ ‘ସିଦ୍ଧି’ ହିଁ ଆମର ଲକ୍ଷ୍ୟ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

Previous Post

୫ ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳିଲେ

Next Post

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ

Next Post
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA