Friday, November 6, 2026 11:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାକିରି ଆରମ୍ଭରୁ ଉପୁରି ନିଶା

ଭିଜିଲାନ୍ସ ହାତରେ ଲେଡି ଓଆରଏସ୍

by Samar Pradhan
06 Nov, 2026- 08:07 PM
in Crime, Latest News, News
1 min read
0
ଚାକିରି ଆରମ୍ଭରୁ ଉପୁରି ନିଶା

ଭୁବନେଶ୍ୱର: ଚାକିରି କରିବାର ଦୁଇବର୍ଷ ପୂରିନି । ପ୍ରୋବେସନ୍ ପିରିୟର୍ଡ ସରିନି । ହେଲେ ଉପୁରି ରୋଜଗାର ନିଶାରେ ଚୂର୍ । ଭୁଲିଗଲେ ନିଜର ପଦ ମର୍ଯ୍ୟାଦା । ମାତ୍ର ୭ ହଜାର ଟଙ୍କା ପାଇଁ ନିଜର କ୍ୟାରିୟରକୁ ବାଜିରେ ଲଗାଇଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍ ରେଜିଷ୍ଟ୍ରାର ତଥା ଯୁବ ଓଆରଏସ୍ ଅଫିସର ମନୀଷା ମିଶ୍ର । ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜେଲ୍ ହାଜତରେ ତାଙ୍କର ଦୀପାବଳି କଟିପାରେ ।

ଏକ ସ୍ଥିତିବାନ୍ ଜାଗାର କବଲା ପଞ୍ଜିକରଣ ପାଇଁ ଜଣେ ଜମି କ୍ରେତାଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ୭ ହଜାରରେ କଥା ଛିଣ୍ଡାଇଥିଲେ । ଆଜି ଟଙ୍କା ନେଉଥିଲା ବେଳେ ଆଗରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଏହି ମହିଳା ଅଫିସରଙ୍କୁ କାବୁ କରିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ତାଙ୍କର ଦୁଇଟି ଜାଗାରେ ଆଜି ରେଡ୍ ହୋଇଛି ।

ବାଲିଆପାଳ ଅଞ୍ଚଳର ଜ୍ଞାନରଞ୍ଜନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ୦.୧୪ ଡିସିମିଲ୍ ଜମିର କବଲା ରେଜିଷ୍ଟ୍ରେସନ୍ ପାଇଁ ସବ ରେଜିଷ୍ଟ୍ରାରଙ୍କ ପାଖକୁ ବାରମ୍ବାର ଦୌଡ଼ିଥିଲେ । ଉକ୍ତ ଜମିର କିସମ ‘ବାଜ୍ୟାପ୍ତି ସ୍ଥିତିବାନ’ ଭାବେ ରେକର୍ଡ ହୋଇଥିଲେ ମଧ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିଦେ୍ର୍ଦଶାବଳୀ ଅନୁଯାୟୀ ଏହାକୁ ‘ସ୍ଥିତିବାନ’ ଜମି ଭାବେ ବିବେଚନା କରି ରେଜିଷ୍ଟ୍ରସନ୍ କରାଯାଇପାରିବ । ଏ ସମ୍ପର୍କରେ ଜମିର କ୍ରେତା ଶ୍ରୀ ପାତ୍ର ବାରମ୍ବାର ଅନୁରୋଧ କରିଥିଲେ ସବ୍ ରେଜିଷ୍ଟ୍ରାର୍ ମନୀଷା ମିଶ୍ର ଶୁଣି ନ ଥିଲେ । ୧୦ ହଜାର ଟଙ୍କା ଦେଲେ ଯାଇ କାମ ହେବ ବୋଲି ଶୁଣାଇ ଦେଇଥିଲେ ।

ମାତ୍ର ଏତେ ଟଙ୍କା ଦେଇପାରିବେନି ବୋଲି ଜ୍ଞାନରଞ୍ଜନ କାକୁତୀ ହେଲା ପରେ ମ୍ୟାଡାମ୍ ଦୟା ଦେଖାଇଲା ଭଳି ୩ ହଜାର ଟଙ୍କା ଛାଡ଼ କରିଥିଲେ । ୭ ହଜାର ଟଙ୍କାରେ କଥା ଛିିଣ୍ଡେଇଲେ । ସବ୍ ରେଜିଷ୍ଟ୍ରାରଙ୍କ ଆଚାରରେ ଅତିଷ୍ଠ ଜ୍ଞାନରଞ୍ଜନ ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ୭ ହଜାର ଟଙ୍କା ଦେଇଥିଲେ । ମ୍ୟାଡାମ୍ ସେହି ଲାଞ୍ଚ ଟଙ୍କା ଧରୁଥିବା ବେଳେ ପାଖରେ ଛକିଥିବା ଭିଜିଲାନସ୍ ଟିମ୍ ମ୍ୟାଡାମ୍ ଙ୍କୁ ଧରିଥିଲା ।

ଝାରସୁଗୁଡ଼ାର ମନୀଷା ମିଶ୍ର ୨୦୨୨ ବ୍ୟାଚ୍ ର ଓଆରଏସ୍ ଅଧିକାରୀ । ଜଣେ ମେଧାବୀ ଛାତ୍ରୀ ଭାବେ ତାଙ୍କର ସୁନାମ ଅଛି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ ରେ ସ୍ନାତକ ଓ ୟୁପିର ଗଲଗୋଟିଆ ବିିଶ୍ୱବିଦ୍ୟାଳୟରୁ ମାଇକ୍ରୋ ବାୟୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଟ୍ରେନିଂ ସରିଲା ପରେ ୨୦୨୪ ମସିହାରେ ଚାକିରିରେ ଯୋଗଦେଇଛନ୍ତି । ତାଙ୍କର ପ୍ରୋବେସନ୍ ପିରିୟର୍ଡ ସରିନାହିଁ । ସବ୍ ରେଜିଷ୍ଟ୍ରାର ଭାବେ ବାଲିଆପାଳରେ ପ୍ରୋବେସନରେ ଅଛନ୍ତି ।

Previous Post

ଆନ୍ଧ୍ର ନେଲା କୋଟିଆ ଭୋଟ୍

Next Post

କାଲି ଗଞ୍ଜାମ ଯିବେ ନବୀନ

Next Post
କାଲି ଗଞ୍ଜାମ ଯିବେ ନବୀନ

କାଲି ଗଞ୍ଜାମ ଯିବେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA