ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନରେ ଯିବେ । ଶେରଗଡ଼, ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ା ବ୍ଲକ୍ ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚ ବୁଲି କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରିବା ସହ ବିପନ୍ନ ପରିବାର ଓ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଏଥିସହ ରିଲିଫ୍, ଥଇଥାନ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ।
ଶନିବାର ଦିନ ୧୧ଟାରେ ନବୀନ ଶେରଗଡ଼ରେ ପହଞ୍ଚିବେ । ସହର ଓ ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିବେ । ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ । ସେଠାରୁ ହିଞ୍ଜିଳି ଯାଇ ନୂଆ-ବୁରୁପଡ଼ା ଗ୍ରାମପଞ୍ଚାୟତ ପରିଦର୍ଶନ କରିବେ । ଏହାପରେ ଆସିକା ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଶେଷରେ ସୋରଡ଼ା ବାଲିଗୋଚ୍ଛାର ବନ୍ୟା ପ୍ରଭାବିତ ଅଞ୍ଚଳ ଓ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କରି ଭୁବନେଶ୍ୱର ଫେରି ଆସିବେ ।