Tuesday, June 30, 2026 01:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରୀ ବାବୁଆଣିଙ୍କ ସମ୍ପତ୍ତି: ୫ କୋଠା, ୮ ପ୍ଲଟ୍, ବ୍ୟାଙ୍କରେ ଦେଢ଼କୋଟି

by Our Correspondent
22 Jun, 2023- 09:06 PM
in Latest News, News
1 min read
0
ସରକାରୀ ବାବୁଆଣିଙ୍କ ସମ୍ପତ୍ତି: ୫ କୋଠା, ୮ ପ୍ଲଟ୍, ବ୍ୟାଙ୍କରେ ଦେଢ଼କୋଟି

ଭୁବନେଶ୍ୱର: ଭୁବନେଶ୍ୱର ଓ ବାଲେଶ୍ୱରରେ ପାଞ୍ଚ ପାଞ୍ଚଟା ଆଲିଶାନ କୋଠା,୮ ଟି ପ୍ଲଟ୍, ଦେଢ଼ କୋଟି ଉପରେ ବ୍ୟାଙ୍କ ଡିପୋଜିଟ୍, ବିପୁଳ ପରିମାଣର ଅଳଙ୍କାର, ନଗଦ ୩ ଲକ୍ଷ ଟଙ୍କା । ରାଜ୍ୟ ସରକାରଙ୍କର ଜଣେ ନିମ୍ନ ପଦସ୍ଥ ମହିଳା ଅଧିକାରୀଙ୍କର ଏତେ ସମ୍ପତ୍ତିକୁ ଆଜି ଠାବ କରିଛି ଭିଜିଲାନସ୍ । ୧୧ଟି ଜାଗାରେ ଦିନ ତମାମ ଚଢ଼ାଉରୁ ବର୍ତ୍ତମାନ ସୁଦ୍ଧା ଏତିକି ମିଳିଛି । ଆଉ କୋଉଠି କାହା ନାଁରେ କେତେ ସମ୍ପତ୍ତି ରଖିଛନ୍ତି ଭିଜିଲାନସ୍ ତାହାର ଖୋଳତାଡ଼ କରୁଛି ।

ଭିଜିଲାନସ୍ ଜାଲରେ ପଡ଼ିଥିବା ଏହି ବାବୁଆଣିଙ୍କ ନାଁ ଜୟନ୍ତୀ ବେହେରା । ଭଦ୍ରକ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ନିକଟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମୁଖ୍ୟ ଦପ୍ତର ଭୁବନେଶ୍ୱର ଲୋକସେବା ଭବନକୁ ବଦଳି ହୋଇ ଆସିଛନ୍ତି । ଭଦ୍ରକ ଚାକିରି କାଳରେ ଗୁଡାଏ ମାଲ୍ କମେଇଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକ୍ରମେ ଭିଜିଲାନସ୍ ଆଜି ସକାଳୁ ତାଙ୍କର ଓ ସମ୍ପର୍କୀୟଙ୍କର ମୋଟ ୧୧ଟି ଜାଗାରେ ଏକକାଳୀନ ଚଢ଼ଉ କରିଥିଲା । ବାବୁଆଣିଙ୍କର ଠାବ ସମ୍ପତ୍ତି ଭିଜିଲାନସ୍ ଅଧିକାରୀଙ୍କୁ ତାଜୁବ କରିଦେଇଛି ।

୧.ବାଲେଶ୍ୱର ଗଣେଶ୍ୱରପୁରରେ ବାବୁଆଣିଙ୍କର ରହିଛି ତିନି ମହଲାର ସୁରମ୍ୟ ଅଟ୍ଟାଳିକା । ୪୦୦୦ ବର୍ଗଫୁଟ ଜାଗା ଉପରେ ଏହି ପ୍ରାସାଦ ନିର୍ମାଣ ହୋଇଛି ।

୨. ବାଲେଶ୍ୱର ଫିରିଙ୍ଗିପାଟଣାରେ ତାଙ୍କର ଆଉ ଏକ ତିନି ମହଲାର ସୁରମ୍ୟ ଅଟ୍ଟାଳିକା ଛିଡ଼ା ହୋଇଛି । ପ୍ରାୟ ସାଢ଼େ ୫ ହଜାର ବର୍ଗଫୁଟ ଜାଗାରେ ଏହାର ନିର୍ମାଣ ହୋଇଛି ।

୩.ବାଲେଶ୍ୱର ଗଣେଶ୍ୱରପୁରରେ ତାଙ୍କର ରହିଛି ଦୁଇ ମହଲାର ଆଉ ଏକ କୋଠା । ୧୧୪୦ ବର୍ଗଫୁଟ ଜାଗାରେ ତାଙ୍କର ଏହି ଘରଟି ଭଡ଼ାରେ ଲାଗିଛି ।

୪. ଭୁବନେଶ୍ୱର କଳ୍ପନା ଛକ ନିକଟସ୍ଥ ଗୌତମନଗର ଅଞ୍ଚଳରେ ଉକ୍ରଳ ରୟାଲ୍ ରେସିଡେନ୍ସିରେ ରହିଛି ଫ୍ଲାଟ୍ । ୩-ବିଏଚକେର ଏହି ଫ୍ଲାଟ୍ ର ଦାମ ୫୧ ଲକ୍ଷ ଟଙ୍କା ବୋଲି ଭିଜିଲାନସ୍ ଆକଳନ କରିଛି ।

୫. ପୁରୁଣା ଭୁବନେଶ୍ୱରର ଗୋସାଗରେସ୍ୱର ଛକରେ ନବନିର୍ମିତ ଷ୍ଟଲୱାର୍ଟ ପ୍ୟାଲେସ୍ ରେ ବି ୩-ବିଏଚକେର ଫ୍ଲାଟ୍ କିଣିଛନ୍ତି ଜୟନ୍ତୀ ମ୍ୟାଡାମ୍ । ଭିଜିଲାନସ୍ ଏହାର ମୂଲ୍ୟ ଆକଳନ କରିନି । ଏହାର ମୂଲ୍ୟ କୋଟିଏରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଏଗୁଡ଼ିକ ଛଡ଼ା ମ୍ୟାଡାମ୍ ୮ ଟି ପ୍ଲଟ୍ ପକେଇଛନ୍ତି । ସବୁତକ ବାଲେଶ୍ୱରର ମୁଖ୍ୟ ଜାଗାଗୁଡ଼ିକରେ । ଭୁବନେଶ୍ୱରରେ ବି ପ୍ଲଟ୍ ଥାଇପାରେ । ଭିଜିଲାନସ୍ ଏହାର ଖୋଳତାଡ଼ କରୁଛି ।

ସମ୍ପତ୍ତି ସେତିକିରେ ସରିନାହିଁ । ବ୍ୟାଙ୍କ, ପୋଷ୍ଟାଲ୍ ଏବଂ ବୀମା ବାବଦରେ ୧ କୋଟି ୬୧ ଲକ୍ଷ ଟଙ୍କା ବାନ୍ଧିଛନ୍ତି । ଚଢ଼ଉ ସମୟରେ ଘରୁ ନଗଦ ମିଳିଛି ୨ ଲକ୍ଷ ୭୯ ହଜାର ଟଙ୍କା । ଘରେ ଦାମୀ ଆସବାବପତ୍ର ମଧ୍ୟ ପୂରିକି ଅଛି । ଚକାଚକ ଘର ସାଙ୍ଗକୁ ଦାମୀ ଦାମୀ ଜିନିଷ । ଆଲମାରିରେ ସୁନା ଅଳଙ୍କାର ବି ଖୁନ୍ଦି ହୋଇଛି । ଭିଜିଲାନସ୍ ଆକଳନରେ ଏହାର ମୂଲ୍ୟ ୭ ଲକ୍ଷରୁ ଅଧିକ ବୋଲି ଦର୍ଶାଯାଇଛି । ୨ କେଜିରୁ ଅଧିକ ରୂପା ଅଳଙ୍କାର ବି ତାଙ୍କ ଘରୁ ମିଳିଛି । ଗୋଟିଏ କାର୍ ଏବଂ ସ୍କୁଟି ରଖିଛନ୍ତି ।

ସୂଚନାଯୋଗ୍ୟ, ଭିଜିଲାନସ୍ ଜାଲରେ ପଡୁଥିବା ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଦେଉଛି । ଗତ ସପ୍ତାହରେ ମୟୁରଭଞ୍ଜ ଜିଲ୍ଲାର ବରିଷ୍ଠ ରାଜସ୍ୱ ସହାୟକ ରାମଚନ୍ଦ୍ର ସେନଙ୍କର ବିପୁଳ ସମ୍ପତ୍ତି ଠାବ ହୋଇଥିଲା । ତାଙ୍କର ଦୁଇମହଲା ଘର ସାଙ୍ଗକୁ ୧୫ ଟି ପ୍ଲଟ୍, ୨୯ ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ୍, ୩ ଟି କାର୍, ୫ଟି ମଟରସାଇକେଲ ଭିଜିଲାନସ୍ ନଜରକୁ ଆସିଥିଲା ।

ସେହିଭଳି ଭିଜିଲାନସ୍ ଦ୍ୱାରା ଗିରଫ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କର ସମ୍ପତ୍ତି ମଧ୍ୟରେ ରହିଛି ଭୁବନେଶ୍ୱରରେ ତିନୋଟି ବିଶାଳ କୋଠା ଏବଂ ଦୁଇଟି ଦୁଇମହଲାର କୋଠା, ନିମାପଡ଼ାରେ ୧୦ ଦୋକାନ ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ, ନିମାପଡ଼ାରେ ଫାର୍ମ ହାଉସ୍, ଭୁବନେଶ୍ୱର ଏବଂ ନିମାପଡ଼ାରେ ୭ ଟି ପ୍ଲଟ୍, ଦେଢ଼କୋଟି ଟଙ୍କା ବ୍ୟାଙ୍କ ଡିପୋଜିଟ୍ ।

ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, କୋମନା ବ୍ୟାଙ୍କର ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କର ୩ ମହଲା କୋଠା, ୯ଟି ପ୍ଲଟ୍ ଠାବ ହୋଇଥିବା ବେଳେ କଟକ ସଦର ବ୍ଲକ୍ ର ଆସିଷ୍ଟାଣ୍ଟ ଇଂଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କର ଭୁବନେଶ୍ୱରରେ ବିଶାଳ କୋଠା ଏବଂ କଟକ ଓ ଭୁବନେଶ୍ୱରରେ ୭ ପ୍ଲଟ୍, ୩୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଠାବ ହୋଇଥିଲା । ତାଙ୍କର ଦୁଇଟି ପିଲାକୁ ପାଠ ପଢ଼ାଇବା ବାବଦରେ ୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ମଧ୍ୟ ଜଣାପଡ଼ିଥିଲା । ଏଭଳି ସରକାରୀ କର୍ମଚାରୀଙ୍କର ତାଲିକା ବହୁତ ଲମ୍ବା ।

Previous Post

ବାହାନଗା ହାଇସ୍କୁଲ ପାଇଁ ୨.୪୯ କୋଟି

Next Post

ବାହାନଗା ହାଇସ୍କୁଲରେ ପାଣ୍ଡିଆନ୍

Next Post
ବାହାନଗା ହାଇସ୍କୁଲରେ ପାଣ୍ଡିଆନ୍

ବାହାନଗା ହାଇସ୍କୁଲରେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA